ରିଓ ଅଲିମ୍ପିକ୍‌: ଡିସ୍‌କସ୍‌ ଥ୍ରୋରେ ଯୋଗ୍ୟତା ଅର୍ଜନ କରିପାରିଲେନି ବିକାଶ

ରିଓ ଡି ଜେନେରିଓ: ଆଜି ହୋଇଥିବା ପୁରୁଷ ଡିସ୍‌କସ୍‌ ଥ୍ରୋ ଯୋଗ୍ୟତା ପର୍ଯ୍ୟାୟରେ ଭାରତର ବିକାଶ ଗୌଡ଼ଙ୍କୁ ନିରାଶ ହେବାକୁ ପଡିଛି। ୩୫ ପ୍ରତିଯୋଗୀଙ୍କ ମଧ୍ୟରୁ ୨୮ତମ ସ୍ଥାନରେ ରହି ବିକାଶ ଯୋଗ୍ୟତା ପର୍ଯ୍ୟାୟରୁ ବାଦ ପଡ଼ିଛନ୍ତି। ଡିସ୍‌କସ୍‌ ପ୍ରତିଯୋଗିତାରେ ଯୋଗ୍ୟତା ଅର୍ଜନ ପାଇଁ ୬୫.୫୦ ମିଟର ସୀମା ରଖାଯାଇଥିଲା। ପ୍ରଥମ ପ୍ରୟାସରେ ବିକାଶ ୫୮.୯୯ ମିଟର ଥ୍ରୋ କରିଥିଲେ। ଦ୍ୱିତୀୟ ପ୍ରୟାସରେ ସେ ୫୭.୫୯ ମିଟରକୁ ଥ୍ରୋ କରିଥିଲେ। ତୃତୀୟ ପ୍ରୟାସରେ ବିକାଶ ୫୮.୭୦ ମିଟର […]

vikas-gowda

Rakesh Mallick
  • Published: Friday, 12 August 2016
  • , Updated: 12 August 2016, 10:15 PM IST

ରିଓ ଡି ଜେନେରିଓ: ଆଜି ହୋଇଥିବା ପୁରୁଷ ଡିସ୍‌କସ୍‌ ଥ୍ରୋ ଯୋଗ୍ୟତା ପର୍ଯ୍ୟାୟରେ ଭାରତର ବିକାଶ ଗୌଡ଼ଙ୍କୁ ନିରାଶ ହେବାକୁ ପଡିଛି। ୩୫ ପ୍ରତିଯୋଗୀଙ୍କ ମଧ୍ୟରୁ ୨୮ତମ ସ୍ଥାନରେ ରହି ବିକାଶ ଯୋଗ୍ୟତା ପର୍ଯ୍ୟାୟରୁ ବାଦ ପଡ଼ିଛନ୍ତି।

ଡିସ୍‌କସ୍‌ ପ୍ରତିଯୋଗିତାରେ ଯୋଗ୍ୟତା ଅର୍ଜନ ପାଇଁ ୬୫.୫୦ ମିଟର ସୀମା ରଖାଯାଇଥିଲା। ପ୍ରଥମ ପ୍ରୟାସରେ ବିକାଶ ୫୮.୯୯ ମିଟର ଥ୍ରୋ କରିଥିଲେ। ଦ୍ୱିତୀୟ ପ୍ରୟାସରେ ସେ ୫୭.୫୯ ମିଟରକୁ ଥ୍ରୋ କରିଥିଲେ।

ତୃତୀୟ ପ୍ରୟାସରେ ବିକାଶ ୫୮.୭୦ ମିଟର ଥ୍ରୋ କରିଥିଲେ ମଧ୍ୟ ଏହା ଯୋଗ୍ୟତା ଅର୍ଜନ ପାଇଁ ଯଥେଷ୍ଟ ହୋଇ ନ ଥିଲା।

Related story