ରିଓ ଅଲିମ୍ପିକ୍‌: ବ୍ୟାଡ଼ମିଣ୍ଟନ ଫାଇନାଲରେ ସିନ୍ଧୁ

ରିଓ ଡି ଜେନେରିଓ: ମହିଳା ବ୍ୟାଡ୍‌ମିଣ୍ଟନର ଏକକ ବର୍ଗ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ପି.ଭି. ସିନ୍ଧୁ। ସିନ୍ଧୁ ଫାଇନାଲକୁ ଯିବା ପରେ ରିଓରେ ଭାରତ ଆଉ ଏକ ପଦକ ଜିତିବା ନିଶ୍ଚିତ ହୋଇଯାଇଛି। ଆଜି ସେମିଫାଇନାଲରେ ଜାପାନର ନୋଜୋମି ୱାକୁହାରାଙ୍କୁ ହରାଇ ସିନ୍ଧୁ ଫାଇନାଲକୁ ଯାଇଛନ୍ତି। ୨ଟି ସେଟ୍‌ର ଏହି ମ୍ୟାଚ୍‌କୁ ସିନ୍ଧୁ ୨୧-୧୯ ଓ ୨୧-୧୦ରେ ଜିତି ନେଇ‌ଥିଲେ। ପ୍ରଥମ ସେଟ୍‌ରେ ସିନ୍ଧୁ ୧୧-୬ରେ ଆଗୁଆ ଥିଲେ। ଶେଷ ଆଡ଼କୁ ନୋଜୋମି ଲଢୁଆ ଖେଳ ପ୍ରଦର୍ଶନ […]

sindhu

Rakesh Mallick
  • Published: Thursday, 18 August 2016
  • , Updated: 19 August 2016, 09:23 AM IST

ରିଓ ଡି ଜେନେରିଓ: ମହିଳା ବ୍ୟାଡ୍‌ମିଣ୍ଟନର ଏକକ ବର୍ଗ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ପି.ଭି. ସିନ୍ଧୁ। ସିନ୍ଧୁ ଫାଇନାଲକୁ ଯିବା ପରେ ରିଓରେ ଭାରତ ଆଉ ଏକ ପଦକ ଜିତିବା ନିଶ୍ଚିତ ହୋଇଯାଇଛି।

ଆଜି ସେମିଫାଇନାଲରେ ଜାପାନର ନୋଜୋମି ୱାକୁହାରାଙ୍କୁ ହରାଇ ସିନ୍ଧୁ ଫାଇନାଲକୁ ଯାଇଛନ୍ତି। ୨ଟି ସେଟ୍‌ର ଏହି ମ୍ୟାଚ୍‌କୁ ସିନ୍ଧୁ ୨୧-୧୯ ଓ ୨୧-୧୦ରେ ଜିତି ନେଇ‌ଥିଲେ।

ପ୍ରଥମ ସେଟ୍‌ରେ ସିନ୍ଧୁ ୧୧-୬ରେ ଆଗୁଆ ଥିଲେ। ଶେଷ ଆଡ଼କୁ ନୋଜୋମି ଲଢୁଆ ଖେଳ ପ୍ରଦର୍ଶନ କରି ପ୍ରତ୍ତ୍ୟାବର୍ତ୍ତନ କରିଥିଲେ ମଧ୍ୟ ୨୧-୧୯ରେ ହାରିଯାଇଥିଲେ। ତେବେ ଦ୍ୱିତୀୟ ସେଟ୍‌ରେ ସିନ୍ଧୁଙ୍କ ଦବ୍‌ଦବା ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା। ଏହି ସେଟ୍‌କୁ ୨୧-୧୦ରେ ସେ ଜିତି ଭାରତ ପାଇଁ ରୌପ୍ୟ ପଦକ ସୁନିଶ୍ଚିତ କରିଥିଲେ।

Related story