ରିଓ ଅଲିମ୍ପିକ୍: ଭାରତୀୟ ବ୍ୟାଡମିଣ୍ଟନ୍ ତାରକାଙ୍କ ଅଭିଯାନ ଆଜିଠୁ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଆଜିଠାରୁ ଅଭିଯାନ ଆରମ୍ଭ କରିବେ ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି। ଏହି ଖେଳରୁ ଭାରତ ଗୋଟିଏ କିମ୍ବା ଦୁଇଟି ପଦକ ଜିତିବାର ଆଶା ରହିଛି। ପଦକ ଆଶାୟୀ ସାଇନା ନେହୱାଲଙ୍କ ସମେତ ପି.ଭି ସିନ୍ଧୁ, ଜ୍ୱାଲା ଗୁଟ୍ଟା, ଅଶ୍ୱିନୀ ପୋନ୍ନାପ୍ପା ଓ କେ. ଶ୍ରୀକାନ୍ତ ପ୍ରମୁଖ ଆଜି ମୈଦାନକୁ ଓହ୍ଲାଇବେ। ଅପରାହ୍ନ ସାଢ଼େ ୪ଟାରେ ମହିଳା ଯୁଗଳ ବର୍ଗରେ ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନୀ ପୋନ୍ନାପ୍ପାଙ୍କ ମ୍ୟାଚ୍ ଆରମ୍ଭ ହେବ। ସେହିପରି […]

saina

Rakesh Mallick
  • Published: Thursday, 11 August 2016
  • , Updated: 11 August 2016, 10:17 AM IST

[caption id="attachment_96139" align="alignleft" width="300"] ଅଶ୍ୱିନୀ[/caption]

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଆଜିଠାରୁ ଅଭିଯାନ ଆରମ୍ଭ କରିବେ ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି। ଏହି ଖେଳରୁ ଭାରତ ଗୋଟିଏ କିମ୍ବା ଦୁଇଟି ପଦକ ଜିତିବାର ଆଶା ରହିଛି। ପଦକ ଆଶାୟୀ ସାଇନା ନେହୱାଲଙ୍କ ସମେତ ପି.ଭି ସିନ୍ଧୁ, ଜ୍ୱାଲା ଗୁଟ୍ଟା, ଅଶ୍ୱିନୀ ପୋନ୍ନାପ୍ପା ଓ କେ. ଶ୍ରୀକାନ୍ତ ପ୍ରମୁଖ ଆଜି ମୈଦାନକୁ ଓହ୍ଲାଇବେ।

ଅପରାହ୍ନ ସାଢ଼େ ୪ଟାରେ ମହିଳା ଯୁଗଳ ବର୍ଗରେ ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନୀ ପୋନ୍ନାପ୍ପାଙ୍କ ମ୍ୟାଚ୍ ଆରମ୍ଭ ହେବ। ସେହିପରି ପୁରୁଷ ଯୁଗଳରେ ସୁମିତ ରେଡ୍ଡୀ ଓ ମନୁ ଅତ୍ରୀଙ୍କ ମ୍ୟାଚ୍ ସନ୍ଧ୍ୟା ସାଢ଼େ ୫ଟାରେ ଆରମ୍ଭ ହେବ। ମହିଳା ଏକକ ବର୍ଗରେ ପି.ଭି ସିନ୍ଧୁଙ୍କ ମ୍ୟାଚ୍ ଆଜି ସନ୍ଧ୍ୟା ୬ଟା ୪୦ ମିନିଟ୍‌ରୁ ଆରମ୍ଭ ହେବ। ମହିଳା ଏକକ ବର୍ଗରେ ସାଇନା ନେହୱାଲ୍‌ଙ୍କ ମ୍ୟାଚ୍ ୭ଟା ୫୦ରେ ଆରମ୍ଭ ହେବ।

Related story