ରିଓ ଅଲିମ୍ପିକ୍: ଆଜି ସେମି ଫାଇନାଲ୍‌ ଖେଳିବେ ପି.ଭି ସିନ୍ଧୁ

ରିଓ ଡି ଜେନେରିଓ: ଆଜି ରିଓ ଅଲିମ୍ପିକ୍‌ରେ ଭାରତର ତିନିଟି ମୁକାବିଲା ଅଛି। ମହିଳା ବ୍ୟାଡ୍‌ମିଣ୍ଟନର ଏକକ ବର୍ଗର ସେମିଫାଇନାଲ୍‌ ମ୍ୟାଚ୍ ଖେଳିବେ ପି.ଭି ସିନ୍ଧୁ। ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୫ଟା ୫୦ରୁ ଆରମ୍ଭ ହେବ। ବୁଧବାର ଭୋରରେ ବିଶ୍ୱମାନ୍ୟତାର ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଚୀନର ୟିହାନଙ୍କୁ ସିଧାସଳଖ ୨୨-୨୦, ୨୧-୧୯ରେ ହରାଇ ସିନ୍ଧୁ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ। ସେମିଫାଇନାଲ୍‌ରେ ସେ ବିଶ୍ୱର ତୃତୀୟ ମାନ୍ୟତାପ୍ରାପ୍ତ ଜାପାନର ନାଜୋମି ଓକୁହାରାଙ୍କୁ ଭେଟିବେ। ପୂର୍ବରୁ ଓକୁହାରାଙ୍କ […]

sindhu

Rakesh Mallick
  • Published: Thursday, 18 August 2016
  • , Updated: 18 August 2016, 08:36 AM IST

ରିଓ ଡି ଜେନେରିଓ: ଆଜି ରିଓ ଅଲିମ୍ପିକ୍‌ରେ ଭାରତର ତିନିଟି ମୁକାବିଲା ଅଛି। ମହିଳା ବ୍ୟାଡ୍‌ମିଣ୍ଟନର ଏକକ ବର୍ଗର ସେମିଫାଇନାଲ୍‌ ମ୍ୟାଚ୍ ଖେଳିବେ ପି.ଭି ସିନ୍ଧୁ। ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୫ଟା ୫୦ରୁ ଆରମ୍ଭ ହେବ।

ବୁଧବାର ଭୋରରେ ବିଶ୍ୱମାନ୍ୟତାର ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଚୀନର ୟିହାନଙ୍କୁ ସିଧାସଳଖ ୨୨-୨୦, ୨୧-୧୯ରେ ହରାଇ ସିନ୍ଧୁ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ। ସେମିଫାଇନାଲ୍‌ରେ ସେ ବିଶ୍ୱର ତୃତୀୟ ମାନ୍ୟତାପ୍ରାପ୍ତ ଜାପାନର ନାଜୋମି ଓକୁହାରାଙ୍କୁ ଭେଟିବେ। ପୂର୍ବରୁ ଓକୁହାରାଙ୍କ ବିପକ୍ଷରେ ସିନ୍ଧୁ ଗୋଟିଏ ବିଜୟ ହାସଲ କରିଥିଲା ବେଳେ ୩ଟିରେ ହାରିଛନ୍ତି।

ମହିଳା ୫୩ କେଜି କୁସ୍ତି ପ୍ରତିଯୋଗିତାରେ ଆଜି ମୈଦାନକୁ ଓହ୍ଲାଇବେ ବବିତା କୁମାରୀ। ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ସାକ୍ଷୀ ମଲ୍ଲିକ ମହିଳା କୁସ୍ତିରେ ବ୍ରୋଞ୍ଜ ପଦକ ଜିତି ଥିବାରୁ ଆଜି ସମସ୍ତଙ୍କ ନଜର ବବିତା କୁମାରୀଙ୍କ ଉପରେ ରହିବ।

ମହିଳା ଗଲ୍‌ଫରେ ଆଜି ମୈଦାନକୁ ଓହ୍ଲାଇବେ ଅଦିତି ଅଶୋକ। ଅପରାହ୍ନ ୪ଟାରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ।

Related story