ରିଓ ଅଲିମ୍ପିକ୍‌ର ଅଭିଜ୍ଞତା ପରବର୍ତ୍ତୀ ଅଲିମ୍ପିକ୍‌ ପାଇଁ ସାହାଯ୍ୟ କରିବ: ଶ୍ରାବଣୀ

ଭୁବନେଶ୍ୱର: ରିଓ ଅଲିମ୍ପିକ୍‌ରୁ ମିଳିଥିବା ଅଭିଜ୍ଞତା ପରବର୍ତ୍ତୀ ଅଲିମ୍ପିକ୍‌ରେ ସାହାଯ୍ୟ କରିବ ବୋଲି କହିଛନ୍ତି ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ। ରିଓ ଅଲିମ୍ପିକ୍‌ରେ ଭାଗ ନେଇ ଆଜି ଭୁବନେଶ୍ୱର ଫେରିବା ପରେ ସେ ଏ କଥା କହିଛନ୍ତି। ସେ କହିଛନ୍ତି,“ରିଓ ଅଲିମ୍ପିକ୍‌ରୁ ବହୁତ ଭଲ ଅଭିଜ୍ଞତା ମିଳିଲା ଯାହା କି ଅନ୍ୟ କୌଣସି ପ୍ରତିଯୋଗିତାରୁ ମିଳେ ନାହିଁ। ମୁଁ ଏସିଆନ୍ ଗେମ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ପ୍ରତିଯୋଗିତାରେ ଭାଗ ନେଇଛି, କିନ୍ତୁ ଅଲିମ୍ପିକ୍‌ ଭଳି କୌଣସି ପ୍ରତିଯୋଗିତାରେ […]

shrabanee

Rakesh Mallick
  • Published: Sunday, 21 August 2016
  • , Updated: 02 November 2016, 04:57 PM IST

ଭୁବନେଶ୍ୱର: ରିଓ ଅଲିମ୍ପିକ୍‌ରୁ ମିଳିଥିବା ଅଭିଜ୍ଞତା ପରବର୍ତ୍ତୀ ଅଲିମ୍ପିକ୍‌ରେ ସାହାଯ୍ୟ କରିବ ବୋଲି କହିଛନ୍ତି ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ। ରିଓ ଅଲିମ୍ପିକ୍‌ରେ ଭାଗ ନେଇ ଆଜି ଭୁବନେଶ୍ୱର ଫେରିବା ପରେ ସେ ଏ କଥା କହିଛନ୍ତି।

ସେ କହିଛନ୍ତି,“ରିଓ ଅଲିମ୍ପିକ୍‌ରୁ ବହୁତ ଭଲ ଅଭିଜ୍ଞତା ମିଳିଲା ଯାହା କି ଅନ୍ୟ କୌଣସି ପ୍ରତିଯୋଗିତାରୁ ମିଳେ ନାହିଁ। ମୁଁ ଏସିଆନ୍ ଗେମ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ପ୍ରତିଯୋଗିତାରେ ଭାଗ ନେଇଛି, କିନ୍ତୁ ଅଲିମ୍ପିକ୍‌ ଭଳି କୌଣସି ପ୍ରତିଯୋଗିତାରେ ଏତେ ସଂଖ୍ୟକ ଆଥ୍‌ଲେଟ୍ ଓ ଷ୍ଟାର୍ ଖେଳାଳିଙ୍କୁ ଦେଖି ନ ଥିଲି। ଅଲିମ୍ପିକ୍‌ରୁ ମିଳିଥିବା ଅଭିଜ୍ଞତାକୁ ଆଗକୁ ମୋତେ ବହୁତ ସାହାଯ୍ୟ କରିବ।”

ଶ୍ରାବଣୀ କହିଛନ୍ତି,“ରିଓ ଅଲିମ୍ପିକ୍‌ରୁ ମିଳିଥିବା ଅଭିଜ୍ଞତା କେବଳ ପରବର୍ତ୍ତୀ ଅଲିମ୍ପିକ୍‌ ନୁହେଁ ଅନ୍ୟ ପ୍ରତିଯୋଗିତାରେ ବି ମୋତେ ସାହାଯ୍ୟ କରିବ। ମୁଁ ମୋର ଅଲିମ୍ପିକ୍ ଅଭିଜ୍ଞତା ମୋର ଅନ୍ୟ ଖେଳାଳିମାନଙ୍କୁ ଜଣାଇବି। ଫଳରେ ସେମାନେ ବି ଏଥିରୁ ଉପକୃତ ହୋଇପାରିବେ।”

ସେ କହିଛନ୍ତି,“ରିଓ ଅଲିମ୍ପିକ୍‌ରେ ମୋର ଟାଇମିଂକୁ ନେଇ ମୁଁ ଏତେଟା ଖୁସି ନୁହେଁ। ତେବେ ମୋର ଷ୍ଟାର୍ଟ ଟାଇମିଂ ସବୁଠୁ ବେଷ୍ଟ୍ ଥିଲା। ଏହାକୁ ନେଇ ମୁଁ ବହୁତ ଖୁସି।”

ଗତ ମେ’ ମାସରେ ଶ୍ରାବଣୀ ନନ୍ଦଙ୍କୁ ରାଜ୍ୟ ସରକାର ଓଡ଼ିଶା ଜଳ ବିଦ୍ୟୁତ୍ ନିଗମରେ ଜୁନିୟର ମ୍ୟାନେଜର (ଗ୍ରୁପ-ବି) ପଦବୀରେ ଯୋଗ ଦେବାକୁ ନିଯୁକ୍ତିପତ୍ର ଦେଇଥିଲେ। ସେ ଏହି ପଦରେ ଯୋଗ ଦେବେ ବୋଲି କହିଛନ୍ତି। ଇତିମଧ୍ୟରେ ରେଳବାଇରୁ ତାଙ୍କୁ ନୋ ଅବ୍‌ଜେକ୍ସନ୍ ସାର୍ଟିଫିକେଟ୍ ମିଳି ସାରିଛି। ସେ ରେଳବାଇରେ ନିଯୁକ୍ତି ପାଇଥିଲେ।

ରିଓ ଅଲିମ୍ପିକ୍‌ରେ ୨୦୦ ମିଟର ଦୌଡ଼ରେ ଭାଗ ନେଇଥିବା ଶ୍ରାବଣୀ ଯୋଗ୍ୟତା ପର୍ଯ୍ୟାୟରୁ ବାଦ୍ ପଡ଼ିଥିଲେ। ଏହି ବର୍ଗରେ ଭାଗ ନେଇଥିବା ୭୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସେ ୫୫ ନମ୍ବର ସ୍ଥାନରେ ରହିଥିଲେ।

ସେ ୨୩.୦୭ ସେକେଣ୍ଡରେ ୨୦୦ ମିଟର ଦୌଡ଼ି ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ହାସଲ କରିଥିବା ବେଳେ ଅଲିମ୍ପିକ୍‌ର ଯୋଗ୍ୟତା ପର୍ଯ୍ୟାୟରେ ଏଥିପାଇଁ ୨୩.୫୮ ସେକେଣ୍ଡ ସମୟ ନେଇଥିଲେ।

Related story