ଟିମ୍ ଇଣ୍ଡିଆ ଡ୍ରେସିଂରୁମ୍‌କୁ ଯାଇପାରିବେନି ପନ୍ତ

ନୂଆଦିଲ୍ଲୀ: ଇଂଲଣ୍ଡରେ କ୍ରିକେଟ୍ ବିଶ୍ୱକପ୍ ଚାଲିଥିବା ବେଳେ ୱିକେଟ୍‌ କିପର ଋଷଭ ପନ୍ତଙ୍କୁ ସେଠାକୁ ଡକରା ହୋଇଛି। ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ ଆହତ ହୋଇଥିବା ଯୋଗୁ ତାଙ୍କର ବିକଳ୍ପ ଭାବେ ପନ୍ତଙ୍କୁ ଡକରା ହୋଇଛି। ଜୁନ୍‌ ୧୬ ତାରିଖରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ସେ ମଞ୍ଚେଷ୍ଟରରେ ପହଞ୍ଚିବେ ବୋଲି ଜଣାପଡ଼ିଛି। ତେବେ ସେ ଟିମ୍ ଇଣ୍ଡିଆର ଡ୍ରେସିଂ ରୁମ୍‌କୁ ଯାଇପାରିବେ ନାହିଁ। ଯେ ପର୍ଯ୍ୟନ୍ତ ଶିଖର ଧୱନ ସଂପୂର୍ଣ୍ଣ ଭାବେ ବିଶ୍ୱକପ୍‌ ଟିମ୍‌ରୁ […]

pant1

Jitendra Garnayak
  • Published: Thursday, 13 June 2019
  • , Updated: 13 June 2019, 11:51 AM IST

ନୂଆଦିଲ୍ଲୀ: ଇଂଲଣ୍ଡରେ କ୍ରିକେଟ୍ ବିଶ୍ୱକପ୍ ଚାଲିଥିବା ବେଳେ ୱିକେଟ୍‌ କିପର ଋଷଭ ପନ୍ତଙ୍କୁ ସେଠାକୁ ଡକରା ହୋଇଛି। ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ ଆହତ ହୋଇଥିବା ଯୋଗୁ ତାଙ୍କର ବିକଳ୍ପ ଭାବେ ପନ୍ତଙ୍କୁ ଡକରା ହୋଇଛି। ଜୁନ୍‌ ୧୬ ତାରିଖରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ସେ ମଞ୍ଚେଷ୍ଟରରେ ପହଞ୍ଚିବେ ବୋଲି ଜଣାପଡ଼ିଛି। ତେବେ ସେ ଟିମ୍ ଇଣ୍ଡିଆର ଡ୍ରେସିଂ ରୁମ୍‌କୁ ଯାଇପାରିବେ ନାହିଁ। ଯେ ପର୍ଯ୍ୟନ୍ତ ଶିଖର ଧୱନ ସଂପୂର୍ଣ୍ଣ ଭାବେ ବିଶ୍ୱକପ୍‌ ଟିମ୍‌ରୁ ବାଦ୍ ପଡ଼ି ନାହାନ୍ତି, ସେ ପର୍ଯ୍ୟନ୍ତ ପନ୍ତ ଡ୍ରେସିଂ ରୁମ୍‌ରେ ପ୍ରବେଶ କରିପାରିବେ ନାହିଁ।

ବିସିସିଆଇର ଜଣେ ଅଧିକାରୀ ନ୍ୟୁଜ୍ ଏଜେନ୍ସୀ ପିଟିଆଇକୁ କହିଛନ୍ତି,“ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ପନ୍ତ ମଞ୍ଚେଷ୍ଟରରେ ପହଞ୍ଚିବେ। ଆଇସିସିର ନିୟମ ଅନୁସାରେ କେବଳ ଚୟନ ହୋଇଥିବା ଖେଳାଳିମାନେ ହିଁ ଟିମ୍ ସହିତ ଯାଇପାରିବେ। ତେଣୁ ସେ ଟିମ୍ ସହିତ ଯାତ୍ରା କରିପାରିବେନି କି ଡ୍ରେସିଂ ରୁମ୍‌କୁ ଯାଇପାରିବେନି। ତେବେ ସେ ମଞ୍ଚେଷ୍ଟରରେ ଉପସ୍ଥିତ ରହିବେ। ସେ ଖଲୀଲ ଅହମଦଙ୍କ ସହିତ ଯାତ୍ରା କରିବେ।”

ବିଶ୍ୱକପ୍ ପାଇଁ ଚୟନ ହୋଇଥିବା ଟିମ୍‌ରେ ପନ୍ତଙ୍କୁ ସ୍ଥାନ ନ ମିଳିବା ନେଇ ପୂର୍ବତନ କ୍ରିକେଟ୍‌ ଖେଳାଳିଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି। ଗୋଟିଏ ବର୍ଗ ଯୁକ୍ତି ବାଢ଼ିଛନ୍ତି ଯେ ତାଙ୍କୁ ଟିମ୍‌ରେ ସ୍ଥାନ ଦିଆଯିବା ଆବଶ୍ୟକ ଥିଲା। ଅନ୍ୟ ଏକ ବର୍ଗ ଯୁକ୍ତି କରିଛନ୍ତି ଯେ ଚୟନକର୍ତ୍ତାଙ୍କ ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ଠିକ୍‌।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ବେଳେ ଶିଖର ଧୱନଙ୍କ ବାମ ହାତର ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଥିଲା। ତାଙ୍କୁ ସୁସ୍ଥ ହେବାକୁ ଦୁଇ ତିନି ସପ୍ତାହ ଲାଗି ଯାଇପାରେ ବୋଲି କୁହାଯାଇଛି। ତେବେ ସେ ଟିମ୍‌ରେ ଅଛନ୍ତି ଓ ବିସିସିଆଇର ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି।

Related story