ପନ୍ତଙ୍କ ଫିଲ୍ଡିଂରେ ସୁଧାର ଆବଶ୍ୟକ: ଶ୍ରୀଧର

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆର ବାମହାତୀ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ବ୍ୟାଟିଂରେ ତ ଭଲ ପ୍ରଦର୍ଶନ କଲେ, କିନ୍ତୁ ତାଙ୍କୁ ଫିଲ୍ଡିଂ ନିମ୍ନମାନର ରହିଛି। ତାଙ୍କୁ ଫିଲ୍ଡିଂରେ ସୁଧାର ଆଣିବା ପାଇଁ ଟିମ୍ ଇଣ୍ଡିଆ ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧର ପରାମର୍ଶ ଦେଇଛନ୍ତି। ଶ୍ରୀଧର କହିଛନ୍ତି, ଏହି ଯୁବ କ୍ରିକେଟରଙ୍କୁ ନିଜ ‘ଥ୍ରୋଇଂ ଟେକନିକ୍’ରେ ସୁଧାର ଆଣିବା ସହ ଆଉଟଫିଲ୍ଡରେ ସ୍ଫୂର୍ତ୍ତି ହେବା ମଧ୍ୟ ଆବଶ୍ୟକ। ପନ୍ତଙ୍କୁ ଏବେ ଫିଲ୍ଡିଂରେ ବହୁତ ପରିଶ୍ରମ […]

pant

Hemant Lenka
  • Published: Wednesday, 03 July 2019
  • , Updated: 03 July 2019, 09:51 PM IST

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆର ବାମହାତୀ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ବ୍ୟାଟିଂରେ ତ ଭଲ ପ୍ରଦର୍ଶନ କଲେ, କିନ୍ତୁ ତାଙ୍କୁ ଫିଲ୍ଡିଂ ନିମ୍ନମାନର ରହିଛି। ତାଙ୍କୁ ଫିଲ୍ଡିଂରେ ସୁଧାର ଆଣିବା ପାଇଁ ଟିମ୍ ଇଣ୍ଡିଆ ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧର ପରାମର୍ଶ ଦେଇଛନ୍ତି।

ଶ୍ରୀଧର କହିଛନ୍ତି, ଏହି ଯୁବ କ୍ରିକେଟରଙ୍କୁ ନିଜ 'ଥ୍ରୋଇଂ ଟେକନିକ୍'ରେ ସୁଧାର ଆଣିବା ସହ ଆଉଟଫିଲ୍ଡରେ ସ୍ଫୂର୍ତ୍ତି ହେବା ମଧ୍ୟ ଆବଶ୍ୟକ। ପନ୍ତଙ୍କୁ ଏବେ ଫିଲ୍ଡିଂରେ ବହୁତ ପରିଶ୍ରମ କରିବାକୁ ପଡ଼ିବ। ଆଉଟଫିଲ୍ଡରେ ପନ୍ତ ବହୁତ ଧିମା ହୋଇ ପଡ଼ୁଛନ୍ତି। ଏହାଛଡ଼ା ସେ ସଠିକ୍ ଭାବେ ଥ୍ରୋ ମଧ୍ୟ କରିପାରୁନାହାନ୍ତି। ଏହି କାରଣରୁ ଅଧିନାୟକ ବିରାଟ୍ କୋହଲି ଓ ସିନିୟର ଖେଳାଳି ମହେନ୍ଦ୍ର ସିଂହ ଧୋନି ଡିପ୍ ଅଞ୍ଚଳରେ ପନ୍ତଙ୍କୁ ଫିଲ୍ଡିଂ କରିବାକୁ କହିଥିଲେ।

ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପନ୍ତ ଟିମ୍ ପାଇଁ ପାଖାପାଖି ୫ ରନ୍ ବଞ୍ଚାଇଥିଲେ। ପନ୍ତଙ୍କ ତୁଳନାରେ ଅଭିଜ୍ଞ ଦିନେଶ କାର୍ତ୍ତିକ ଯଥେଷ୍ଟ ଉନ୍ନତ ଫିଲ୍ଡର। କାର୍ତ୍ତିକ ବ୍ୟାକୱାର୍ଡ ପଏଣ୍ଟରେ ଟିମ୍ ପାଇଁ କିଛି ରନ୍ ବଞ୍ଚାଇଛନ୍ତି। ପନ୍ତ ଏବେ ଶିଖୁଛନ୍ତି ଏବଂ ତାଙ୍କୁ ନିଜ ଫିଲ୍ଡିଂରେ ସୁଧାର ଆଣିବାର ଆବଶ୍ୟକତା ରହିଛି ବୋଲି ଶ୍ରୀଧର କହିଛନ୍ତି।

Related story