ଆଇପିଏଲ-୯: ମୁମ୍ବାଇକୁ ୯ ୱିକେଟରେ ହରାଇଲା ପୁଣେ ରାଇଜିଂ

ମୁମ୍ବାଇ: ଆଇପିଏଲ୍‌ର ନବମ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୯ ୱିକେଟ୍‌ରେ ହରାଇଛି ରାଇଜିଂ ପୁଣେ ସୁପରଜିଆଣ୍ଟ୍ସ। ଆଇପିଏଲ୍-୮ର ବିଜେତା ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୧୨୧ ରନ୍‌ କରିଥିଲା। ପୁଣେ ରାଇଜିଂ ୧୪.୪ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୨୬ ରନ୍‌ କରି ମ୍ୟାଚ୍ ଜିତି ଯାଇଥିଲା। ମୁମ୍ବାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ପକ୍ଷରୁ ହରଭଜନ ଅପରାଜିତ ୩୦ ବଲରୁ ୪୫ରନ୍‌ ଓ ଅମ୍ବାତି […]

ajinky rahane

Rakesh Mallick
  • Published: Saturday, 09 April 2016
  • , Updated: 10 April 2016, 04:31 AM IST

ମୁମ୍ବାଇ: ଆଇପିଏଲ୍‌ର ନବମ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୯ ୱିକେଟ୍‌ରେ ହରାଇଛି ରାଇଜିଂ ପୁଣେ ସୁପରଜିଆଣ୍ଟ୍ସ। ଆଇପିଏଲ୍-୮ର ବିଜେତା ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୧୨୧ ରନ୍‌ କରିଥିଲା। ପୁଣେ ରାଇଜିଂ ୧୪.୪ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୨୬ ରନ୍‌ କରି ମ୍ୟାଚ୍ ଜିତି ଯାଇଥିଲା।

ମୁମ୍ବାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ପକ୍ଷରୁ ହରଭଜନ ଅପରାଜିତ ୩୦ ବଲରୁ ୪୫ରନ୍‌ ଓ ଅମ୍ବାତି ରାୟିଡୁ ୨୭ ବଲରୁ ୨୨ ରନ୍‌ କରିଥିଲେ। ପୁଣେ ରାଇଜିଂ ପକ୍ଷରୁ ଇଶାନ୍ତ ଶାର୍ମ ଓ ମିଚେଲ ମାର୍ସ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ  ଆର.ପି ସିଂହ, ରଜତ ଭାଟିଆ, ଏମ୍‌.ଅଶ୍ୱିନ୍‌ ଓ ଆର.ଅଶ୍ୱିନ୍ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ପୁଣେ ରାଇଜିଂ ପକ୍ଷରୁ ୧୨୨ ରନ୍‌କୁ ପିଛା କରିବାକୁ ଆଜିଙ୍କ୍ୟ ରାହାଣେଙ୍କ ଅପରାଜିତ ୪୨ ବଲରୁ ୬୬ରନ୍‌, ଡୁ ପ୍ଲେସିସ୍‌ ୩୩ ବଲରୁ ୩୪ ରନ୍‌ ଓ କେଭିନ୍ ପିଟରସନ୍‌ ୧୪ ବଲରୁ୨୧ ରନ୍‌ କରି ଦଳକୁ ବିଜୟୀ କରାଇଥିଲେ।  ହରଭଜନ ସିଂହ ଗୋଟିଏ ୱିକେଟ୍ ନେଇଥିଲେ।

ଆଜିଙ୍କ୍ୟ ରାହାଣେଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ଘୋଷଣା କରାଯାଇଥିଲା।

Related story