ରବିନ ସିଂହଙ୍କୁ ୟୁଏଇରେ ନୂଆ ଦାୟିତ୍ୱ

ଦୁବାଇ: ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ରବିନ ସିଂହଙ୍କୁ ୟୁଏଇ କ୍ରିକେଟର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ୟୁଏଇର ମୁଖ୍ୟ କୋଚ୍‌ ଡୋଗୋଇ ବ୍ରାଉନଙ୍କୁ ବୋର୍ଡ ବରଖାସ୍ତ କରିବା ପରେ ହିଁ ୫୬ ବର୍ଷୀୟ ରବିନ ସିଂହଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଗତବର୍ଷ ୟୁଏଇର ଜାତୀୟ କ୍ରିକେଟ ଟିମ୍‌ ମ୍ୟାଚ୍‌ ଫିକ୍ସିଂରେ ଫସିଥିଲା। ଏଥିପାଇଁ ଅଧିନାୟକ ମହମ୍ମଦ ନାଭେଦଙ୍କ ସମେତ ଏକାଧିକ ବରିଷ୍ଠ ଖେଳାଳିଙ୍କୁ ନିଲମ୍ବିତ କରାଯାଇଥିଲା। ଏବେ ୟୁଏଇ ଏହି ଅପବାଦରୁ ମୁକୁଳିବା […]

ron

Hemant Lenka
  • Published: Wednesday, 12 February 2020
  • , Updated: 12 February 2020, 09:15 PM IST

ଦୁବାଇ: ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ରବିନ ସିଂହଙ୍କୁ ୟୁଏଇ କ୍ରିକେଟର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ୟୁଏଇର ମୁଖ୍ୟ କୋଚ୍‌ ଡୋଗୋଇ ବ୍ରାଉନଙ୍କୁ ବୋର୍ଡ ବରଖାସ୍ତ କରିବା ପରେ ହିଁ ୫୬ ବର୍ଷୀୟ ରବିନ ସିଂହଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଗତବର୍ଷ ୟୁଏଇର ଜାତୀୟ କ୍ରିକେଟ ଟିମ୍‌ ମ୍ୟାଚ୍‌ ଫିକ୍ସିଂରେ ଫସିଥିଲା।

ଏଥିପାଇଁ ଅଧିନାୟକ ମହମ୍ମଦ ନାଭେଦଙ୍କ ସମେତ ଏକାଧିକ ବରିଷ୍ଠ ଖେଳାଳିଙ୍କୁ ନିଲମ୍ବିତ କରାଯାଇଥିଲା। ଏବେ ୟୁଏଇ ଏହି ଅପବାଦରୁ ମୁକୁଳିବା ପାଇଁ ଚେଷ୍ଟା କରୁଛି। ତେଣୁ ରବିନ ସିଂହଙ୍କ ଭୂମିକା ଏଥିରେ କ’ଣ ରହିବ, ତା’ ଉପରେ ସମସ୍ତଙ୍କ ନଜର। ବିଦାୟୀ କୋଚ ଗତ ଡିସେମ୍ବର ମାସରେ ପ୍ରଥମେ କୌଣସି କମିଟିର ପରାମର୍ଶ ନ ନେଇ ସ୍କଟଲ୍ୟାଣ୍ଡ ଓ ଆମେରିକା ବିପକ୍ଷ ମ୍ୟାଚ୍‌ ପାଇଁ ନିଜ ଇଚ୍ଛାରେ ୟୁଏଇ ଟିମ ଚୟନ କରିଥିଲେ।

ସେହିପରି ଜାନୁଆରୀ ମାସରେ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରି ବ୍ରାଉନ ନାମ୍ବିଆ ଓ ମସ୍କାଟ ବିପକ୍ଷ ବିଶ୍ୱକପ ଲିଗ ପାଇଁ ଖେଳାଳି ଚୟନ କରିଥିଲେ। ଏଥିପାଇଁ ତାଙ୍କୁ କୋଚ ପଦରୁ ବରଖାସ୍ତ କରାଯାଇଛି।

ରବିନ ସିଂହ ୧୯୮୯ରୁ ୨୦୦୧ ଯାଏ ଭାରତୀୟ ଟିମ୍‌କୁ ପ୍ରତିନିଧିତ୍ୱ କରିଥିଲେ। ଇତି ମଧ୍ୟରେ ସେ ଗୋଟିଏ ଟେଷ୍ଟ ଓ ୧୩୬ ଦିନିକିଆ ଖେଳିଛନ୍ତି। ସେ ଏକାଧିକ ଘରୋଇ ଲିଗ୍‌ ମ୍ୟାଚ୍‌ରେ କୋଚିଂ ଦାୟିତ୍ୱ ସମ୍ଭାଳିବାର ଅଭିଜ୍ଞତା ରଖିଛନ୍ତି। ଟ୍ରିନାଦର ପ୍ରିନ୍ସ ଟାଉନରେ ଜନ୍ମ ଗ୍ରହଣ କରିଥିବା ରବିନ ୟୁଏଇରେ କୋଚିଂ କ୍ଲିନିକ ଖୋଲିଛନ୍ତି।

Related story