ଧୋନିଙ୍କ ପ୍ରସଙ୍ଗରେ ବିରାଟ୍‌ଙ୍କ ସହ ଏକମତ ହେଲେନି ରୋହିତ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ତଥା ଓପନର ରୋହିତ ଶର୍ମା ଓ ଅଧିନାୟକ ବିରାଟ୍‌ କୋହଲି ପୁଣିଥରେ ଗୋଟିଏ ପ୍ରସଙ୍ଗରେ ଭିନ୍ନ ମତ ଦେଇଛନ୍ତି। ବିଶ୍ୱକପ୍‌କୁ ନଜରରେ ରଖି ଏବେଠାରୁ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ସଜାଡ଼ୁଥିବା ବେଳେ ରୋହିତ ଓ ବିରାଟ୍‌ ନଂ ୪ ବ୍ୟାଟ୍ସମ୍ୟାନ ସ୍ଥାନକୁ ନେଇ ପରସ୍ପର ବିରୋଧୀ ମତ ଦେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ପରେ ଏହି ମତାନ୍ତର ଅଧିକ ଦେଖିବାକୁ ମିଳିଛି। ପ୍ରଥମ ଦିନିକିଆ ପରେ ରୋହିତ କହିଛନ୍ତି, […]

d

Hemant Lenka
  • Published: Saturday, 12 January 2019
  • , Updated: 12 January 2019, 08:18 PM IST

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ତଥା ଓପନର ରୋହିତ ଶର୍ମା ଓ ଅଧିନାୟକ ବିରାଟ୍‌ କୋହଲି ପୁଣିଥରେ ଗୋଟିଏ ପ୍ରସଙ୍ଗରେ ଭିନ୍ନ ମତ ଦେଇଛନ୍ତି। ବିଶ୍ୱକପ୍‌କୁ ନଜରରେ ରଖି ଏବେଠାରୁ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ସଜାଡ଼ୁଥିବା ବେଳେ ରୋହିତ ଓ ବିରାଟ୍‌ ନଂ ୪ ବ୍ୟାଟ୍ସମ୍ୟାନ ସ୍ଥାନକୁ ନେଇ ପରସ୍ପର ବିରୋଧୀ ମତ ଦେଇଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ପରେ ଏହି ମତାନ୍ତର ଅଧିକ ଦେଖିବାକୁ ମିଳିଛି। ପ୍ରଥମ ଦିନିକିଆ ପରେ ରୋହିତ କହିଛନ୍ତି, ୪ ନଂରେ ବ୍ୟାଟିଂ କରିବା ପାଇଁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ହିଁ ପ୍ରବଳ ଦାବିଦାର ଓ ଉପଯୁକ୍ତ ବ୍ୟାଟସ୍‌ମ୍ୟାନ୍‌। ତେବେ ଏହା ପୂର୍ବରୁ ବିରାଟ୍‌ ୪ ନଂରେ ଅମ୍ବାତି ରାୟୁଡୁ କିମ୍ବା ଆଉ କିଛି ଖେଳାଳିଙ୍କ ନାଁ ନେଇଥିଲେ। ଧୋନିଙ୍କୁ ସେ ୫ ନଂ କିମ୍ବା ୬ ନଂରେ ଖେଳାଇବା ଉପଯୁକ୍ତ ହେବ ବୋଲି କହିଥିଲେ।

ଆଜି ରୋହିତ କହିଛନ୍ତି, “ମୋର ବ୍ୟକ୍ତିଗତ ମତ ହେଉଛି, ଯଦି ଧୋନି ୪ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବେ, ତା’ହେଲେ ଏହା ଦଳ ପାଇଁ ଭଲ। କିନ୍ତୁ ଆମେ ବର୍ତ୍ତମାନ ଅମ୍ବାତି ରାୟୁଡୁଙ୍କୁ ୪ନଂ ସ୍ଥାନରେ ଖେଳାଉଛୁ।

ସେ ଅତୀତରେ ଏହି ସ୍ଥାନରେ ଭଲ ବ୍ୟାଟିଂ କରିଛନ୍ତି। ତେବେ ୪ନଂ ସ୍ଥାନରେ କିଏ ବ୍ୟାଟିଂ କରିବା ଉଚିତ, ସେ ନିଷ୍ପତ୍ତି କେବଳ ଅଧିନାୟକ ଏବଂ କୋଚ୍‌ଙ୍କ ଉପରେ ନିର୍ଭର କରେ। କିନ୍ତୁ ଯଦି ମୋତେ ବ୍ୟକ୍ତିଗତ ଭାବେ କିଏ ପଚାରେ, ତା’ହେଲେ ମୁଁ ଧୋନି ୪ନଂରେ ବ୍ୟାଟିଂ କଲେ ଖୁସି ହେବି ବୋଲି କହିବି।

ଯଦି ଆପଣ ଧୋନିଙ୍କ ଆଜି ଯାଏ ବ୍ୟାଟିଂ ଦେଖିବେ, ତା’ହେଲେ ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୯୦ ରହିଛି। ଆଜି ପରିସ୍ଥିତି ଭିନ୍ନ ଥିଲା। ଆମେ ଦୁଇ ଜଣ ବ୍ୟାଟିଂ କରିବା ବେଳେ ୩ଟି ୱିକେଟ୍‌ ଖସି ଯାଇଥିଲା। ଅଷ୍ଟ୍ରେଲିଆ ମଧ୍ୟ ଭଲ ବୋଲିଂ କରୁଥିଲା। ଆମେ ୧୦୦ ରନ୍‌ ଭାଗୀଦାରି ସହଜରେ କରିନାହୁଁ। ଏଥିପାଇଁ ଆମକୁ ସତର୍କ ରହି ବଲ୍‌ ଖେଳିବାକୁ ପଡ଼ିଥିଲା। ଯଦି ଆମେ ଦ୍ରୁତଗତିରେ ରନ୍‌ କରିବାକୁ ଚେଷ୍ଟା କରିଥାଆନ୍ତୁ, ତା’ହେଲେ ୱିକେଟ୍‌ ମଧ୍ୟ ହରାଇବାର ଆଶଙ୍କା ଥିଲା।

ଯଦି ଆମ ଭିତରୁ ସେତେବେଳେ ଯିଏ ବି ଆଉଟ୍‌ ହୋଇଥାଆନ୍ତା, ମ୍ୟାଚ୍‌ ଏତେ ବାଟ ଆସିପାରି ନଥାଆନ୍ତା। ଆମେ କେବଳ ଭାଗୀଦାରି ଉପରେ ଗୁରୁତ୍ୱ ଦେଉଥିଲୁ। ଧୋନି ୫ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ସ୍ଥିତି ସମ୍ଭାଳିଥିଲେ। ଏଇ କିଛି ବର୍ଷ ମଧ୍ୟରେ ସେ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ସକ୍ଷମ ବୋଲି ପ୍ରମାଣ କରି ଦେଖାଇଛନ୍ତି। ଆମେ ଜାଣିଥିଲୁ ଥରେ ଭାଗୀଦାରି ହୋଇଗଲେ, ଆମେ ବୋଲରଙ୍କ ଉପରେ ଚାପ ପକାଇ ପାରିଥାଆନ୍ତୁ। ହେଲେ ଦୁର୍ଭାଗ୍ୟଜନକ ଭାବେ ଠିକଣା ସମୟରେ ୱିକେଟ୍‌ ହରାଇଲୁ। ଫଳରେ ମ୍ୟାଚ୍‌ଟି ଆମ ହାତରୁ ଖସିଗଲା।”

Related story