ଦକ୍ଷିଣ ଆଫ୍ରିକାରେ କ୍ରିକେଟ୍‌ ଛାଡ଼ି ରିପୋର୍ଟର ହେଲେ ହିଟ୍‌ମ୍ୟାନ୍: କଲେ ଲାଇଭ୍‌ ରିପୋର୍ଟିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ୫ ଜାନୁଆରୀରେ କେପ୍‌ଟାଉନ୍‌ ଠାରେ ଖେଳାଯିବ। ଏଥିପାଇଁ ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକାରେ ଜୋରଦାର୍‌ ଅଭ୍ୟାସ୍‌ ଚଲାଇଛି। ଏହି ଅବସରରେ ଗୋଟିଏ ଦିନ ବର୍ଷା କାରଣରୁ ପଡ଼ିଆରେ ଅଭ୍ୟାସ ନ କରି ଟିମ୍‌ ଇଣ୍ଡିଆ ଇନ୍‌ଡୋର୍ ଅଭ୍ୟାସ୍‌ କରିଥିଲା। ଟିମ୍‌ର ଅନ୍ୟ ଖେଳାଳି ଅଭ୍ୟାସରେ ବ୍ୟାସ୍ତ ଥିବା ବେଳେ ହିଟ୍‌ ମ୍ୟାନ୍ ରୋହିତ କିନ୍ତୁ […]

aaaaa

Ordigital Desk
  • Published: Wednesday, 03 January 2018
  • , Updated: 03 January 2018, 01:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ୫ ଜାନୁଆରୀରେ କେପ୍‌ଟାଉନ୍‌ ଠାରେ ଖେଳାଯିବ। ଏଥିପାଇଁ ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକାରେ ଜୋରଦାର୍‌ ଅଭ୍ୟାସ୍‌ ଚଲାଇଛି। ଏହି ଅବସରରେ ଗୋଟିଏ ଦିନ ବର୍ଷା କାରଣରୁ ପଡ଼ିଆରେ ଅଭ୍ୟାସ ନ କରି ଟିମ୍‌ ଇଣ୍ଡିଆ ଇନ୍‌ଡୋର୍ ଅଭ୍ୟାସ୍‌ କରିଥିଲା। ଟିମ୍‌ର ଅନ୍ୟ ଖେଳାଳି ଅଭ୍ୟାସରେ ବ୍ୟାସ୍ତ ଥିବା ବେଳେ ହିଟ୍‌ ମ୍ୟାନ୍ ରୋହିତ କିନ୍ତୁ ସାମ୍ବାଦିକ ହୋଇ ଟିମ୍‌ ପ୍ରାକ୍ଟିସ୍‌ର ରିପୋର୍ଟିଂ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଣେ ରିପୋର୍ଟର ଯେପରି ଲାଇଭ୍‌ ରିପୋର୍ଟିଂ କରିଥାନ୍ତି ସେହିପରି ରୋହିତ ଟିମ ଇଣ୍ଡିଆ ପ୍ରାକ୍ଟିସ୍‌ର ଲାଇଭ୍‌ ରିପୋର୍ଟିଂ କରିଥିଲେ।

ରୋହିତ ରିପୋର୍ଟିଂରେ କହିଥିଲେ, “ଯେମିତି କି ଆପଣ ଦେଖୁଛନ୍ତି ନେଟ୍‌ ନମ୍ବର ୧ରେ ରାହାଣେ ଓ ନେଟ୍‌ ନମ୍ବର ୨ରେ ଲୋକେଶ ରାହୁଲ ବ୍ୟାଟିଂ କରୁଛନ୍ତି। ସେପଟେ ନେଟ୍‌ ନମ୍ବର ୩ରେ କୋହଲି ଜୋରଦାର୍‌ ଅଭ୍ୟାସ୍ କରୁଛନ୍ତି”। ଏହାସହ ରୋହିତ କହିଥିଲେ କୋଚ୍‌ ରବି ଶାସ୍ତ୍ରୀଙ୍କ ନିର୍ଦ୍ଦେଶରେ ଖେଳାଳିମାନେ ଅଭ୍ୟାସ୍‌ କରୁଛନ୍ତି। ଅନ୍ୟପଟେ ମୁରଲି ବିଜୟ ଭରତ ଅରୁଣଙ୍କ ସହ କଥା ହେଉଛନ୍ତି। ରୋହିତ ରିପୋର୍ଟିଂରେ କହିଥିଲେ ମୁରଲି ଭରତ ଅରୁଣଙ୍କ ଠାରୁ ବୋଲିଂ ଉପରେ କିଛି ଟିପ୍ସ୍‌ ନେଉଛନ୍ତି। ସୋସିଆଲ୍‌ ମିଡ଼ିଆରେ ଏହା ଏବେ ଭାଇରାଲ୍‌ ହେବାରେ ଲାଗିଛି । ଅନେକ ଏହା ଉପରେ କମେଟ୍‌ ରଖିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ହିଟ୍‌ ମ୍ୟାନ୍‌ ରୋହିତ ଶର୍ମାଙ୍କ ବ୍ୟାଟରୁ ନିକଟରେ କମାଲ୍‌ ଦେଖିବାକୁ ମିଳିଥିଲା। ରୋହିତ ଟି-ଟ୍ୱେଣ୍ଟିରେ ଶ୍ରୀଲଙ୍କା ବିପକ୍ଷରେ ୩୫ଟି ବଲରୁ ଶତକ ହାସଲ କରି ଏକ ମାଇଲଖୁଣ୍ଟ ତିଆରି କରିଥିଲେ। ଏହି ଫର୍ମାଟରେ ସବୁଠୁ ଦ୍ରୁତ ଶତକ ହାସଲ କରିଥିବା ଦକ୍ଷିଣ ଆଫ୍ରିକାର ଡେଭିଡ଼ ମିଲରଙ୍କ ସମକକ୍ଷ ହୋଇଥିଲେ ରୋହିତ। ଏହାର ଅଳ୍ପ କିଛିଦିନ ପୂର୍ବରୁ ଦିନିକିଆରେ ମଧ୍ୟ ରୋହିତ ଶ୍ରୀଲଙ୍କା ବିପକ୍ଷରେ ୨୦୮ ରନର ଏକ ଦ୍ୱିଶତକୀୟ ପାଳି ଖେଳିଥିଲେ। ସେ ଏକ ମାତ୍ର ଖେଳାଳି ଭାବେ ଦିନିକିଆରେ ୩ଟି ଦ୍ୱିଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି।

 

Related story