ଆଇସୋଲେଶନରେ ରୋହିତ ଶର୍ମାଙ୍କ ସମେତ ୫ କ୍ରିକେଟର

ମେଲବୋର୍ଣ୍ଣ: ପାଞ୍ଚ ଭାରତୀୟ କ୍ରିକେଟର ଆଇସୋଲେଶନରେ। ନୂଆବର୍ଷ ଅବସରରେ ଏକ ରେଷ୍ଟୁରାଣ୍ଟରେ ଭାରତୀୟ କ୍ରିକେଟର ରୋହିତ ଶର୍ମା, ରିଷଭ ପନ୍ତ, ଶୁଭମ ଗିଲି, ପୃଥ୍ୱୀ ସ’ ଏବଂ ନବଦୀପ ସାଇନି ଖାଉଥିଲେ। ଯାହାର ଭିଡିଓ ଭାଇରାଲ ହେବା ପରେ କୋଭିଡ ପ୍ରୋଟୋକଲ ଉଲ୍ଲଙ୍ଘନ ଅଭିଯୋଗରେ ଅଷ୍ଟ୍ରେଲିଆ କ୍ରିକେଟ ବିସିସିଆଇର ପରାମର୍ଶ କ୍ରମେ ଏହି ପାଞ୍ଚ ଖେଳାଳିଙ୍କୁ ଅନ୍ୟ ଖେଳାଳିଙ୍କଠାରୁ ଅଲଗା କରିଛି।

ଏବେ ଏହି ମାମଲାରେ ଦୁଇ ଦେଶର କ୍ରିକେଟ ବୋର୍ଡ ତଦନ୍ତ କରିବେ ବୋଲି ଜଣାପଡ଼ିଛି। ଏବେ ଏହି ୫ ଖେଳାଳି ପ୍ରାକ୍ଟିସ କରିବେ କିନ୍ତୁ ପୃଥକ ଭାବରେ। ସେମାନଙ୍କୁ ଉଭୟ ଅଷ୍ଟ୍ରେଲିଆ ଓ ଟିମ୍ ଇଣ୍ଡିଆର ଅନ୍ୟ ଖେଳାଳିଙ୍କ ଠାରୁ ଅଲଗା ରଖାୟିବ। ନଭଲଦୀପ ସିଂ ନାମକ ଜଣେ ବ୍ୟକ୍ତି ସୋଶାଲ ମିଡିଆରେ ରୋହିତଙ୍କ ଡିନର ଟେବୁଲର ଭିଡିଓ ଭାଇରାଲ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।