ଫିଟନେଶ ଟ୍ରେନିଂ ଆରମ୍ଭ କଲେ ରୋହିତ ଶର୍ମା

ବେଙ୍ଗାଲୁରୁ: ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍‌ରୁ ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମା ବାଦ ପଡ଼ିଛନ୍ତି। ତେବେ ସେ ଟେଷ୍ଟ ସିରିଜ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିବେ। ଅଷ୍ଟ୍ରେଲିଆ ଗସ୍ତରେ ଯିବା ପୂର୍ବରୁ ରୋହିତ ନିଜର ଫିଟ୍‌ନେଶ ଟ୍ରେନିଂ ଆରମ୍ଭ କରିଛନ୍ତି। ଗୁରୁବାର ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନସିଏ)ରେ ରୋହିତ ଟ୍ରେନିଂ କରୁଥିବା ଦେଖିବାକୁ ମିଳିଛି। ଏନସିଏ ମୁଖ୍ୟ ରାହୁଲ ଡ୍ରାଭିଡଙ୍କ ତତ୍ତ୍ୱାବଧାନରେ ସେ ଅଭ୍ୟାସ କରୁଛନ୍ତି। ଅଷ୍ଟ୍ରେଲିଆ […]

gh

Hemant Lenka
  • Published: Thursday, 19 November 2020
  • , Updated: 19 November 2020, 04:50 PM IST

ବେଙ୍ଗାଲୁରୁ: ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍‌ରୁ ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମା ବାଦ ପଡ଼ିଛନ୍ତି। ତେବେ ସେ ଟେଷ୍ଟ ସିରିଜ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିବେ। ଅଷ୍ଟ୍ରେଲିଆ ଗସ୍ତରେ ଯିବା ପୂର୍ବରୁ ରୋହିତ ନିଜର ଫିଟ୍‌ନେଶ ଟ୍ରେନିଂ ଆରମ୍ଭ କରିଛନ୍ତି। ଗୁରୁବାର ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନସିଏ)ରେ ରୋହିତ ଟ୍ରେନିଂ କରୁଥିବା ଦେଖିବାକୁ ମିଳିଛି। ଏନସିଏ ମୁଖ୍ୟ ରାହୁଲ ଡ୍ରାଭିଡଙ୍କ ତତ୍ତ୍ୱାବଧାନରେ ସେ ଅଭ୍ୟାସ କରୁଛନ୍ତି।

ଅଷ୍ଟ୍ରେଲିଆ ଟୁର୍‌ ପାଇଁ ଖେଳାଳି ତାଲିକା ଘୋଷଣା ବେଳେ ରୋହିତଙ୍କୁ ସ୍ଥାନ ମିଳି ନଥିଲା। ତେବେ ବିସିସିଆଇ ଟେଷ୍ଟ ସ୍କ୍ୱାଡ ପାଇଁ ସଂଶୋଧିତ ତାଲିକା ଜାରି କରି ରୋହିତଙ୍କ ନାଁକୁ ସାମିଲ କରିଥିଲା।

ଆଇପିଏଲ ଖେଳିବା ବେଳେ ରୋହିତ ହାମଷ୍ଟ୍ରିଙ୍ଗ ସମସ୍ୟାରେ ପଡ଼ିଥିଲେ। ଏହି କାରଣରୁ ତାଙ୍କୁ କିଛି ମ୍ୟାଚ୍‌ ବେଞ୍ଚରେ ବସିବାକୁ ପଡ଼ିଥିଲା। ତେବେ ଆଇପିଏଲର ଶେଷ ଲିଗ୍‌ ମ୍ୟାଚ୍‌ରେ ସେ ଦଳକୁ କମବ୍ୟାକ କରିଥିଲେ ଓ ଫାଇନାଲରେ ୬୮ ରନ୍‌ର ଇନିଂସ୍‌ ଖେଳି ଦଳକୁ ଚାମ୍ପିୟନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ରୋହିତ ସଂପୂର୍ଣ୍ଣ ଫିଟ୍‌ ରହିଛନ୍ତି। କିନ୍ତୁ ବିସିସିଆଇ ତାଙ୍କୁ ଦିନିକିଆ କିମ୍ବା ଟି-୨୦ ସିରିଜ୍‌ରେ ସାମିଲ କରିନାହିଁ। ହାମଷ୍ଟ୍ରିଙ୍ଗ ସମସ୍ୟାରୁ ମୁକୁଳିବା ପାଇଁ ରୋହିତଙ୍କୁ କିଛି ସମୟ ଦରକାର ଥିବାରୁ ବିସିସିଆଇ ଏଭଳି ପଦକ୍ଷେପ ନେଇଥିବା ସଫେଇ ଦେଇଛି।

କେବଳ ରୋହିତ ଶର୍ମା ନୁହନ୍ତି, ଈଶାନ୍ତ ଶର୍ମା ମଧ୍ୟ ଆହତ ଯୋଗୁ ଅଷ୍ଟ୍ରେଲିଆ ଟୁରରୁ ବାଦ ପଡ଼ିଥିଲେ। ଏବେ ସେ ମଧ୍ୟ ଫିଟ୍‌ ଥିବାରୁ ଏନସିଏରେ ଟ୍ରେନିଂ ଆରମ୍ଭ କରିଛନ୍ତି। ସେ ଓ ରୋହିତ ଶର୍ମା ଏକାଠି ଅଷ୍ଟ୍ରେଲିଆ ଗସ୍ତ କରିବେ। ଉଭୟ ୧୪ ଦିନ ସଂଗରୋଧରେ ରହିବା ପରେ ଦଳ ସହ ସାମିଲ ହେବେ।

Related story