ଦ୍ୱିତୀୟ ଭାରତୀୟ କ୍ରିକେଟର ଭାବେ ରୋହିତ କଲେ ଏହି ରେକର୍ଡ

ଅହମଦାବାଦ: ଟିମ୍‌ ଇଣ୍ଡିଆର କାମଚଳା ଅଧିନାୟକ ରୋହିତ ଶର୍ମା ଆଜି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି-୨୦ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବା କ୍ଷଣି ତାଙ୍କ ନାଁରେ ଏକ ରେକର୍ଡ ଯୋଡ଼ିଯାଇଛି। ସେ ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ଭାବେ ଏହି ଛୋଟିଆ ଫର୍ମାଟରେ ୧୦୦ତମ ମ୍ୟାଚ୍‌ ଖେଳିବାର ରେକର୍ଡ କରିଛନ୍ତି। ସେହିପରି ପାକିସ୍ତାନର ସୋଏବ ମାଲିକ(୧୧୧ ମ୍ୟାଚ୍‌)ଙ୍କ ପରେ ବିଶ୍ୱର ଦ୍ୱିତୀୟ କ୍ରିକେଟର ଭାବେ ରୋହିତ ୧୦୦ ମ୍ୟାଚ୍‌ ଖେଳିବା କ୍ଲବରେ ସାମିଲ ହୋଇଛନ୍ତି। ରୋହିତ ଏହି […]

x

Hemant Lenka
  • Published: Thursday, 07 November 2019
  • , Updated: 07 November 2019, 06:55 PM IST

ଅହମଦାବାଦ: ଟିମ୍‌ ଇଣ୍ଡିଆର କାମଚଳା ଅଧିନାୟକ ରୋହିତ ଶର୍ମା ଆଜି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି-୨୦ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବା କ୍ଷଣି ତାଙ୍କ ନାଁରେ ଏକ ରେକର୍ଡ ଯୋଡ଼ିଯାଇଛି।

ସେ ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ଭାବେ ଏହି ଛୋଟିଆ ଫର୍ମାଟରେ ୧୦୦ତମ ମ୍ୟାଚ୍‌ ଖେଳିବାର ରେକର୍ଡ କରିଛନ୍ତି। ସେହିପରି ପାକିସ୍ତାନର ସୋଏବ ମାଲିକ(୧୧୧ ମ୍ୟାଚ୍‌)ଙ୍କ ପରେ ବିଶ୍ୱର ଦ୍ୱିତୀୟ କ୍ରିକେଟର ଭାବେ ରୋହିତ ୧୦୦ ମ୍ୟାଚ୍‌ ଖେଳିବା କ୍ଲବରେ ସାମିଲ ହୋଇଛନ୍ତି।

ରୋହିତ ଏହି ମ୍ୟାଚ୍‌ ପୂର୍ବରୁ ୯୯ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ପୂର୍ବତନ ପାକ୍‌ ଖେଳାଳି ଶାହିଦ ଆଫ୍ରିଦିଙ୍କ ସହ ସମକକ୍ଷ ହୋଇଥିଲେ। ରୋହିତ ଦ୍ୱିତୀୟ ଭାରତୀୟ ଭାବେ ୧୦୦ତମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି।

ଏହାପୂର୍ବରୁ ଭାରତୀୟ ଟି-୨୦ ମହିଳା ଟିମ୍‌ର ଅଧିନାୟକ ହରମନପ୍ରୀତ କୌର ନିକଟରେ ୧୦୦ତମ ମ୍ୟାଚ୍‌ ଖେଳିବାର ରେକର୍ଡ କରିଥିଲେ।

ଦିଲ୍ଲୀ ଟି-୨୦ ସମୟରେ ରୋହିତ ଶର୍ମା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଦେଇଥିଲେ। ଦିଲ୍ଲୀ ଟି-୨୦ ପୂର୍ବରୁ ଧୋନି ହିଁ ଭାରତ ପାଇଁ ସର୍ବାଧିକ ଟି-୨୦ ଖେଳିବାର ରେକର୍ଡ କରିଥିଲେ। ହେଲେ ରୋହିତ ତାଙ୍କୁ ଗତ ମ୍ୟାଚ୍‌ରେ ପଛରେ ପକାଇ ଦେଇଥିଲେ।

Related story