ସୁପର୍ ଓଭରରେ ରୋହିତ୍ ରୋମାଞ୍ଚ, ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

ହାମିଲଟନ୍‌: ହାମିଲଟନରେ ହାଇଭୋଲଟେଜ୍ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ସୁପର୍ ଓଭରରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଐତିହାସିକ ସିରିଜ୍ ବିଜୟ ହାସଲ କରିଛି। ବୁଧବାର ସେଡନ୍ ପାର୍କରେ ଖେଳାଯାଇଥିବା ରୋମଞ୍ଚକର ମୁକାବିଲାରେ ରୋହିତ୍ ଶର୍ମା ସୁପର୍ ଓଭରରେ ଲଗାତାର ଦୁଇଟି ଛକା ମାରି ନ୍ୟୁଜିଲ୍ୟାଣ୍ଡଠାରୁ ମ୍ୟାଚ୍ ଛଡ଼ାଇ ନେବା ସହ ଭାରତକୁ ଜବରଦସ୍ତ ବିଜୟ ଭେଟି ଦେଇଛନ୍ତି। ମ୍ୟାଚ୍ ନିର୍ଦ୍ଧାରିତ ଓଭରରେ ଟାଇ ରହିବାରୁ ସୁପର୍ ଓଭରର ସହାୟତା ନିଆଯାଇଥିଲା, ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ୍ ୬ ବଲରେ ୧୭ ରନ୍ […]

rohit

rohit

Ranjit Kumar Jena
  • Published: Wednesday, 29 January 2020
  • Updated: 29 January 2020, 05:21 PM IST

ହାମିଲଟନ୍‌: ହାମିଲଟନରେ ହାଇଭୋଲଟେଜ୍ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ସୁପର୍ ଓଭରରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଐତିହାସିକ ସିରିଜ୍ ବିଜୟ ହାସଲ କରିଛି। ବୁଧବାର ସେଡନ୍ ପାର୍କରେ ଖେଳାଯାଇଥିବା ରୋମଞ୍ଚକର ମୁକାବିଲାରେ ରୋହିତ୍ ଶର୍ମା ସୁପର୍ ଓଭରରେ ଲଗାତାର ଦୁଇଟି ଛକା ମାରି ନ୍ୟୁଜିଲ୍ୟାଣ୍ଡଠାରୁ ମ୍ୟାଚ୍ ଛଡ଼ାଇ ନେବା ସହ ଭାରତକୁ ଜବରଦସ୍ତ ବିଜୟ ଭେଟି ଦେଇଛନ୍ତି। ମ୍ୟାଚ୍ ନିର୍ଦ୍ଧାରିତ ଓଭରରେ ଟାଇ ରହିବାରୁ ସୁପର୍ ଓଭରର ସହାୟତା ନିଆଯାଇଥିଲା, ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ୍ ୬ ବଲରେ ୧୭ ରନ୍ କରିଥିଲା।

ଜବାବରେ ଭାରତକୁ ଶେଷ ଦୁଇ ବଲରେ ୧୦ ରନ୍ ଆବଶ୍ୟକ ହେଉଥିବା ବେଳେ ରୋହିତ୍ ବିପକ୍ଷ ଦଳର ଅଭିଜ୍ଞ ପେସ୍ ବୋଲର ଟିମ୍ ସାଉଦୀଙ୍କୁ ଲଗାତାର ଦୁଇଟି ଛକା ମାରିଥିଲେ। ଏହି ବିଜୟ ସହ ଭାରତ ନ୍ୟୁଜିଲ୍ୟାଣ୍ଡରେ ପ୍ରଥମଥର ଲାଗି ଟି-୨୦ ସିରିଜ୍ ଜିତି ଇତିହାସ ରଚିଛି। ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୯ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ୍ ୬ ୱିକେଟରେ ସମାନ କରିଥିଲା। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ କ୍ୟାପଟେନ୍ କେନ୍ ୱିଲିୟମସନ୍ ଚମତ୍କାର ବ୍ୟାଟିଂ କରି ୯୫ (୪୮ ବଲ୍‌, ୮ ଚୌକା, ୬ ଛକା) ରନର ଇନିଂସ୍ ଖେଳିଥିଲେ ହେଁ, ଟିମକୁ ଜିତାଇ ପାରିନଥିଲେ। ସୁପର୍ ଓଭରରେ ଭାରତକୁ ଜିତାଇଥିବା ରୋହିତ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଉକ୍ତ ମ୍ୟାଚରେ କିୱି ଟିମ୍ କ୍ୟାପଟେନ୍ ୱିଲିୟମସନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତକୁ ରୋହିତ୍ ଶର୍ମା ଓ ଇନଫର୍ମ ଲୋକେଶ ରାହୁଲ ଜବରଦସ୍ତ ଆରମ୍ଭ ଦେଇଥିଲେ। ପ୍ରଥମ ଦୁଇଟି ମ୍ୟାଚରେ ନିରାଶ କରିଥିବା ରୋହିତଙ୍କ ବ୍ୟାଟ୍ ଆଜି ଖୁବ୍ ଚାଲିଥିଲା। ସେ ହାମିଶ ବେନେଟ୍ଟଙ୍କ ଗୋଟିଏ ଓଭରରେ ୨୭ ରନ୍ ସଂଗ୍ରହ କରିଥିଲେ ଏବଂ ମାତ୍ର ୨୩ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ରାହୁଲ୍ ଓ ରୋହିତ୍ ପ୍ରଥମ ୱିକେଟ୍ ପାଇଁ ୯ ଓଭରରେ ୮୯ ରନ୍ ଯୋଡ଼ିଥିଲେ। ତେବେ ଏହି ଯୋଡ଼ି ପ୍ୟାଭିଲିୟନ୍ ଫେରିବା ପରେ ଭାରତର ରନ୍ ଗତି ହ୍ରାସ ପାଇଥିଲା।

ରାହୁଲ୍ ୨୭ (୧୯ ବଲ୍‌, ୨ ଚୌକା, ୧ ଛକା) ରନ୍ କରି କଲିନ୍ ଡି'ଗ୍ରାଣ୍ଡହୋମଙ୍କ ଶିକାର ହୋଇଥିବା ବେଳେ ରୋହିତଙ୍କ ଧୂଆଁଧାର ଇନିଂସରେ ବ୍ରେକ୍ ଲଗାଇଥିଲେ ବେନେଟ୍ଟ। ରୋହିତ୍ ୪୦ ବଲରେ ୬ ଚୌକା ଓ ୩ ଛକା ସହ ୬୫ ରନ୍ କରିଥିଲେ। ଶିବମ୍ ଦୁବେ (୩) ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ହେଁ, ସେଭଳି କିଛି କମାଲ୍ କରିପାରିନଥିଲେ। ୨ ଓଭର୍ ଭିତରେ ୩ ୱିକେଟ୍ ହରାଇ ଭାରତ ଚାପରେ ପଡ଼ିଥିଲା ବେଳେ କ୍ୟାପଟେନ୍ ବିରାଟ୍ କୋହଲି (୩୮) ଓ ଶ୍ରେୟସ ଆୟର୍ (୧୭) ସ୍ଥିତି ସୁଧାରିଥିଲେ ଏବଂ ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୪୬ ରନ୍ ଯୋଡ଼ିଥିଲେ। ପରେ ମନିଷ ପାଣ୍ଡେ୍ ଓ ରବୀନ୍ଦ୍ର ଜାଡେଜା ଦ୍ରୁତ ରନ୍ କରି ଭାରତକୁ ୧୭୯ ରନରେ ପହଞ୍ଚାଇଥିଲେ। ମନିଷ ୬ ବଲରେ ୧ ଚୌକା ଓ ୧ ଛକା ସହ ୧୪ ଓ ଜାଡେଜା ୧ ଛକା ସହ ୧୦ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ବେନେଟ୍ଟ ୩ଟି, ମିଚେଲ୍ ସାଣ୍ଟନର୍ ଓ ଇଶ ସୋଢୀ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

୧୮୦ ରନର ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ୍ ପାଇଁ ପୁଣିଥରେ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ଓ କଲିନ୍ ମୁନରୋ ଭଲ ଶୁଭାରମ୍ଭ କରିଥିଲେ। କିନ୍ତୁ ଉଭୟ ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଗପ୍ଟିଲ୍ ୨୧ ବଲରେ ୨ ଚୌକା ଓ ୩ ଛକା ସହ ୩୧ ରନ୍ ଏବଂ ମୁନରୋ ୧୪ ରନ୍ କରି ରବୀନ୍ଦ୍ର ଜାଡେଜାଙ୍କ ଶିକାର ହୋଇଥିଲେ। ସିରିଜରେ ପ୍ରଥମଥର ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ସାଣ୍ଟନର୍ (୯) ଦୁଇଅଙ୍କ ଛୁଇଁପାରିନଥିଲେ ଏବଂ ତାଙ୍କୁ ୟୁଜବେନ୍ଦ୍ର ଚହଲ୍ କ୍ଲିନ୍ ବୋଲ୍ଡ କରିଥିଲେ। ତେବେ କ୍ୟାପଟେନ୍ ୱିଲିୟମସନ୍ ଗୋଟିଏ ପଟେ ଦ୍ରୁତ ରନ୍ କରି ଟିମକୁ ବିଜୟ ଅଭିମୁଖେ ନେଇଥିଲେ।

ସେ କଲିନ୍ ଡି'ଗ୍ରାଣ୍ଡହୋମ୍ (୫)ଙ୍କ ସହ ମିଶି ଚତୁର୍ଥ ୱିକେଟ୍ ପାଇଁ ୪୯ ଏବଂ ରସ୍ ଟେଲରଙ୍କ ସହ ପଞ୍ଚମ ୱିକେଟ୍ ପାଇଁ ୪୧ ରନ୍ ଯୋଡ଼ିଥିଲେ। ତେବେ ଶେଷ ଓଭରରେ ମହମ୍ମଦ ଶାମି ନ୍ୟୁଜିଲ୍ୟାଣ୍ଡ ମୁହଁରୁ ବିଜୟ ଛଡ଼ାଇ ନେଇଥିଲେ ଏବଂ ମ୍ୟାଚକୁ ଟାଇରେ ଶେଷ କରିଥିଲେ। ଅନ୍ତିମ ଓଭରରେ ନ୍ୟୁଜିଲ୍ୟାଣ୍ଡକୁ ବିଜୟ ପାଇଁ ୯ ରନ୍ ଆବଶ୍ୟକ ହେଉଥିବା ବେଳେ ଶାମି ପ୍ରଥମ ବଲରେ ଛକା ଖାଇଥିଲେ। କିନ୍ତୁ ପରବର୍ତ୍ତୀ ୫ ବଲରେ ଶାମି ମାତ୍ର ୨ ରନ୍ ଦେଇ ମୁକାବିଲାକୁ ଟାଇ କରିଥିଲେ। ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ଓ ଶାମି ୨ଟି ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story