ମାଉଣ୍ଟ ମାଉଙ୍ଗାନୁଇ: ଟିମ୍ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ବଡ଼ ଉପଲବ୍ଧି ନିଜ ନାଁରେ କରିଛନ୍ତି। ରୋହିତ୍ ଟି-୨୦ କ୍ରିକେଟରେ ସର୍ବାଧିକଥର ୫୦ରୁ ଅଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ରୋହିତ୍ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଅନ୍ତିମ ଟି-୨୦ ମ୍ୟାଚରେ ୬୦ ରନ୍ କରିବା ପରେ ରିଟାୟର୍ଡ ହର୍ଟ ହୋଇଥିଲେ।
ସେ ଟି-୨୦ କ୍ରିକେଟରେ ନିଜର ୨୧ତମ ଅର୍ଦ୍ଧଶତକ ହାସଲ କରିଛନ୍ତି ଏବଂ ୨୫ଥର ଏହି ଫର୍ମାଟରେ ୫୦ରୁ ଅଧିକ ରନ୍ କରିଛନ୍ତି। ରୋହିତ୍ ମଧ୍ୟ ଟି-୨୦ରେ ୪ଟି ଶତକ ମାରିଛନ୍ତି। ଏହି ମ୍ୟାଚରେ ରୋହିତ୍ ଓପନ୍ ବଦଳରେ ତିନି ନମ୍ବର ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ। ଏହି ମାମଲାରେ ରୋହିତ୍ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ପଛରେ ପକାଇଛନ୍ତି।
ବିରାଟ୍ ୨୪ଥର ଟି-୨୦ରେ ୫୦ କିମ୍ବା ତା'ଠାରୁ ଅଧିକ ରନ୍ କରିଛନ୍ତି। ବିରାଟଙ୍କ ନାଁରେ ୮୨ ଟି-୨୦ ମ୍ୟାଚରେ ୨୪ ଅର୍ଦ୍ଧଶତକ ରହିଛି କିନ୍ତୁ ସେ ଫର୍ମାଟରେ ଗୋଟିଏ ବି ଶତକ ମାରିପାରି ନାହାନ୍ତି। ନ୍ୟୁଜିଲ୍ୟାଣ୍ଡର ମାର୍ଟିନ୍ ଗପ୍ଟିଲ୍ ଓ ପଲ୍ ଷ୍ଟର୍ଲିଙ୍ଗ୍ ୧୭ଥର ଲେଖାଏ ଏଭଳି କାରନାମା କରିଛନ୍ତି। ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର୍ ୧୬ଥର ୫୦ରୁ ଅଧିକ ରନ୍ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।