ଭାରତକୁ ପ୍ରଥମ ସଫଳତା ଦେଲେ କୁଲଦୀପ, ଇଂଲଣ୍ଡ ସ୍କୋର୍ ୧୫୦ ପାର୍

ବର୍ମିଂହାମ୍: ଚଳିତ ଆଇସିସି ବିଶ୍ୱକପରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଆୟୋଜକ ଇଂଲଣ୍ଡ ଭଲ ଆରମ୍ଭ କରିଛି। ଟିମକୁ ପ୍ରତ୍ୟାବର୍ତ୍ତନ କରିଥିବା ଜେସନ୍ ରୟ ଓ ଜନ୍ନି ବେୟାରଷ୍ଟୋଙ୍କ ସହ ଇନିଂସ୍ ଓପନ୍ କରିଛନ୍ତି। ଦୁହେଁ ପ୍ରଥମ ୧୦ ଓଭର ଭାରତୀୟ ବୋଲିଂ ଆକ୍ରମଣକୁ ସତର୍କତାର ସହ ଖେଳିଥିଲେ। କିନ୍ତୁ ଏହା ପରେ ଦୁଇ ଓପ୍ନର୍ ଗିୟର୍ ବଦଳାଇ ଭାରତୀୟ […]

jonny

Hemant Lenka
  • Published: Sunday, 30 June 2019
  • , Updated: 30 June 2019, 04:45 PM IST

ବର୍ମିଂହାମ୍: ଚଳିତ ଆଇସିସି ବିଶ୍ୱକପରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଆୟୋଜକ ଇଂଲଣ୍ଡ ଭଲ ଆରମ୍ଭ କରିଛି। ଟିମକୁ ପ୍ରତ୍ୟାବର୍ତ୍ତନ କରିଥିବା ଜେସନ୍ ରୟ ଓ ଜନ୍ନି ବେୟାରଷ୍ଟୋଙ୍କ ସହ ଇନିଂସ୍ ଓପନ୍ କରିଛନ୍ତି।

ଦୁହେଁ ପ୍ରଥମ ୧୦ ଓଭର ଭାରତୀୟ ବୋଲିଂ ଆକ୍ରମଣକୁ ସତର୍କତାର ସହ ଖେଳିଥିଲେ। କିନ୍ତୁ ଏହା ପରେ ଦୁଇ ଓପ୍ନର୍ ଗିୟର୍ ବଦଳାଇ ଭାରତୀୟ ବୋଲରଙ୍କୁ ଆକ୍ରମଣ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍‌ ପାଇଁ ୧୬୨ ରନର ଭାଗୀଦାରୀ କରି ଇଂଲଣ୍ଡକୁ ଚମତ୍କାର ୍ଆରମ୍ଭ ଦେଇଛନ୍ତି। ରିପୋର୍ଟ  ଲେଖା ହେଲା ବେକଳୁ ଇଂଲଣ୍ଡ ୨୩ ଓଭରରେ ୧ ୱିକେଟ୍‌ ହରାଇ ୧୬୩ ରନ୍ କରିଛି।

ରୟ ୬୬ ରନ୍ କରି କୁଲଦୀପ ଯାଦବଙ୍କ ଶିକାର ହୋଇଥିଲେ। ତେବେ ବେୟାରଷ୍ଟୋ ୯୦ ରନ୍ ଓ ଜୋ ରୁଟ୍ ୨ ରନରେ ବ୍ୟାଟିଂ କରୁଛନ୍ତି। ମ୍ୟାଚ୍‌ରେ ଭାରତୀୟ ପେସ୍ ଆକ୍ରମଣକୁ କୌଣସି ସଫଳତା ମିଳିନାହିଁ।

ପୂର୍ବ ଦୁଇଟି ମ୍ୟାଚରେ ଚମତ୍କାର ବୋଲିଂ କରିଥିବା ମହମ୍ମଦ ଶାମି ନିରାଶ ଥିବା ବେଳେ ଯଶପ୍ରୀତ ବୁମ୍ରା ଇକୋନୋମୀ ବୋଲିଂ କରିଛନ୍ତି। ସ୍ପିନର୍ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।

Related story