କେକେଆରର ବିରୋଧରେ ଆରସିବିର ପ୍ରତିଶୋଧ

କୋଲକାତା: ନୀତୀଶ ରାଣା (୮୫*) ଓ ଆନ୍ଦ୍ରେ ରସେଲ (୬୫)ଙ୍କ ଧମାକା ସତ୍ତ୍ୱେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୧୦ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ନିକଟରୁ ପରାସ୍ତ ହୋଇଛି। ଚଳିତ ଆଇପିଏଲରେ କେକେଆରର ଏହା କ୍ରମାଗତ ଚତୁର୍ଥ ପରାଜୟ। ଅନ୍ୟପକ୍ଷରେ ଆରସିବି ଚଳିତ ସିଜନରେ ଦ୍ୱିତୀୟ ବିଜୟ ହାସଲ କରିବା ସହ କେକେଆର ବିରୋଧରେ ଲଗାତାର ପରାଜୟର ପ୍ରତିଶୋଧ ମଧ୍ୟ ନେଇଛି। ଆରସିବି ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲି (୧୦୦)ଙ୍କ ଶତକ ବଳରେ […]

rcb

rcb

Ranjit Kumar Jena
  • Published: Saturday, 20 April 2019
  • Updated: 20 April 2019, 12:37 PM IST

Sports

Latest News

କୋଲକାତା: ନୀତୀଶ ରାଣା (୮୫*) ଓ ଆନ୍ଦ୍ରେ ରସେଲ (୬୫)ଙ୍କ ଧମାକା ସତ୍ତ୍ୱେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୧୦ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ନିକଟରୁ ପରାସ୍ତ ହୋଇଛି। ଚଳିତ ଆଇପିଏଲରେ କେକେଆରର ଏହା କ୍ରମାଗତ ଚତୁର୍ଥ ପରାଜୟ।

ଅନ୍ୟପକ୍ଷରେ ଆରସିବି ଚଳିତ ସିଜନରେ ଦ୍ୱିତୀୟ ବିଜୟ ହାସଲ କରିବା ସହ କେକେଆର ବିରୋଧରେ ଲଗାତାର ପରାଜୟର ପ୍ରତିଶୋଧ ମଧ୍ୟ ନେଇଛି। ଆରସିବି ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲି (୧୦୦)ଙ୍କ ଶତକ ବଳରେ ଆୟୋଜକ ଟିମ୍ ଆଗରେ ୨୧୪ ରନର ଟାର୍ଗେଟ୍ ଧାର୍ଯ୍ୟ କରିଥିଲା।

କେକେଆର୍ ପକ୍ଷରୁ ରାଣା ଓ ରସେଲ୍ ଶେଷ ପର୍ଯ୍ୟନ୍ତ ପ୍ରୟାସ କରିଥିଲେ ହେଁ ଟିମକୁ ଜିତାଇପାରି ନଥିଲେ। ନୀତୀଶ ୪୬ ବଲରେ ୯ ଚୌକା ଓ ୫ ଛକା ମାରିଥିବା ବେଳେ ରସେଲ୍ ମାତ୍ର ୨୫ ବଲରେ ୨ ଚୌକା ଓ ୯ ଛକା ମାରି ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲେ। କିନ୍ତୁ ଶତକୀୟ ଇନିଂସ୍ ପାଇଁ ବିରାଟ କୋହଲି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

ବଡ଼ ଲକ୍ଷ୍ୟର ପିଛା କରୁଥିବା କେକେଆର୍ ସଅଳ ୩ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। ଏହା ପରେ ମଧ୍ୟ ଦଳର ରନ୍ ରେଟ୍ ଠିକଠାକ୍ ଚାଲିଥିଲା, କିନ୍ତୁ ରବିନ୍ ଉଥାପ୍ପା ଲୟରେ ନଥିଲେ। ସେ ମାତ୍ର ୨୦ ବଲରେ ୯ ରନ୍ କରିବାକୁ ସକ୍ଷମ ହୋଇଥିଲେ। ମ୍ୟାଚ୍ ଶେଷରେ ଉଥାପ୍ପାଙ୍କ ଏହି ଧିମା ବ୍ୟାଟିଂ ଦଳ ପାଇଁ ମହଙ୍ଗା ପଡ଼ିଥିଲା।

ରାଣା ଓ ରସେଲ୍ ପଞ୍ଚମ ୱିକେଟ୍ ପାଇଁ ୧୧୮ ରନର ପାର୍ଟନରଶିପ୍ କରିଥିଲେ। କିନ୍ତୁ ଦୁହେଁ ଶେଷରେ ଟିମକୁ ବିଜୟୀ କରାଇପାରି ନଥିଲେ। କୋଲକାତା ୩୩ ରନରେ ୩ ୱିକେଟ୍ ହରାଇଥିଲା। କ୍ରିସ୍ ଲିନ୍ (୧)ଙ୍କୁ ଡେଲ୍ ଷ୍ଟେନ୍ ପ୍ରଥମ ଓଭରରେ ହିଁ କୋହଲିଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରାଇଥିଲେ। ଏହା ପରେ ସୁନୀଲ ନରିନ୍ (୧୮)ଙ୍କୁ ନବଦୀପ ସାଇନି ପ୍ୟାଭିଲିୟନ୍ ପଠାଇଥିଲେ। ଶୁବମାନ୍ ଗିଲ୍ (୯)ଙ୍କୁ ଷ୍ଟେନ ଆଉଟ୍ କରିଥିଲେ। ଆରସିବି ପକ୍ଷରୁ ଷ୍ଟେନ୍ ୨ଟି ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ଅଧିନାୟକ କୋହଲି ଓ ମୋଇନ୍ ଅଲୀଙ୍କ ଦମଦାର ଇନିଂସ୍ ବଳରେ ଆରସିବି ଧିମା ଆରମ୍ଭ ସତ୍ତ୍ୱେ ଜବରଦସ୍ତ ବ୍ୟାଟିଂ କରି ୪ ୱିକେଟରେ ୨୧୩ ରନର ବଡ଼ ସ୍କୋର କରିଥିଲା। କୋହଲି ୫୮ ବଲରେ ୧୦୦ ରନ୍ କରିଥିଲେ, ଯେଉଁଥିରେ ୯ ଚୌକା ଓ ୪ ଛକା ସାମିଲ୍ ଥିଲା।

ମୋଇନ୍ ମାତ୍ର ୨୮ ବଲରେ ୫ ଚୌକା ଓ ୬ ଛକା ସହ ୬୬ ରନ୍ କରିଥିଲେ। ଏହି ଦୁହିଁଙ୍କ ପ୍ରୟାସରେ ଟିମ୍ ଶେଷ ୧୦ ଓଭରରେ ୧୪୩ ରନ୍ କରିବାରେ ସଫଳ ହୋଇଥିଲା। ଏହାଛଡ଼ା ଟିମ୍ ଶେଷ ୫ ଓଭରରେ ୯୧ ରନ୍ କରିଥିଲା। ଆରସିବି ୫୯ ରନରେ ୨ ୱିକେଟ୍ ହରାଇଥିଲା। ପାର୍ଥିବ ପଟେଲ (୧୧) ଓ ଅକ୍ଷଦୀପ ନାଥ (୧୩) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ମୋଇନ୍ ବ୍ୟାଟିଂ କରିବାକୁ ଆସି ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଏବଂ ଟିମକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ।

ଉଭୟେ ମୋଇନ୍ ଓ କୋହଲି ତୃତୀୟ ୱିକେଟ୍ ପାଇଁ ୪୩ ବଲରେ ୯୦ ରନର ପାର୍ଟନରଶିପ୍ କରିଥିଲେ। ଏଥିରେ କୋହଲି ମାତ୍ର ୨୨ ରନର ଯୋଗଦାନ କରିଥିଲେ। ମୋଇନଙ୍କ ଆଉଟ୍ ପରେ କୋହଲି କେକେଆର ବୋଲରଙ୍କୁ ଆଟାକ୍ କରିଥିଲେ। ସେ ମାର୍କସ ଷ୍ଟୋଇନିସଙ୍କ ସହ ମିଶି ଚତୁର୍ଥ ୱିକେଟ୍ ପାଇଁ ୨୪ ବଲରେ ୬୪ ରନ୍ ଯୋଡ଼ିଥିଲେ। କୋହଲି ୪୦ ବଲରେ ଅର୍ଦ୍ଧଶତକ ମାରିଥିବା ବେଳେ ପରବର୍ତ୍ତୀ ୫୦ ରନ୍ ମାତ୍ର ୧୭ ବଲରେ ହାସଲ କରିଥିଲେ।

ତାଙ୍କୁ ଭରପୂର ସହଯୋଗ କରିଥିଲେ ଷ୍ଟୋଇନିସ୍, ଯିଏ ମାତ୍ର ୮ ବଲରେ ୨ ଚୌକା ଓ ୧ ଛକା ସହ ଅପରାଜିତ ୧୭ ରନ୍ କରିଥିଲେ। ଇନିଂସର ଅନ୍ତିମ ବଲରେ କୋହଲିଙ୍କୁ ହ୍ୟାରୀ ଗର୍ନି ଆଉଟ୍ କରିଥିଲେ କେକେଆର ପକ୍ଷରୁ ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବ ଅଧିକ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ୪ ଓଭରରେ ୫୯ ରନ୍ ବ୍ୟୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story