ଷ୍ଟାଡିୟମ ବାହାରେ ଛିଡ଼ା ହେଲେ ରାଜସ୍ଥାନ ରୟାଲସ ଟିମ୍‌

ଜୟପୁର: ଏକ ଅଭାବନୀୟ ଘଟଣାକ୍ରମରେ ରାଜସ୍ଥାନ ରୟାଲ୍ସ ଟିମ୍‌ର ସଦସ୍ୟମାନଙ୍କୁ ସୱାଇ ମାନସିଂହ ଷ୍ଟାଡିୟମ୍‌ ବାହାରେ ଦୀର୍ଘ ଅଧଘଣ୍ଟା ଛିଡ଼ା ହେବାକୁ ପଡ଼ିଛି। ଆସନ୍ତା ସୋମବାର ଘରୋଇ ରାଜସ୍ଥାନ ରୟାଲ୍ସ ଓ କିଙ୍ଗ ଏକାଦଶ ପଞ୍ଜାବ ମଧ୍ୟରେ ଏଠାରେ ମ୍ୟାଚ୍‌ ହେବ। ଏଥିପାଇଁ ରାଜସ୍ଥାନ ରୟାଲ୍ସର ଅଧିନାୟକ ଅଜିଙ୍କ୍ୟ ରାହଣେଙ୍କ ସମେତ କିଛି ଖେଳାଳି ସୱାଇ ମାନସିଂହ ଷ୍ଟାଡିୟମରେ ଅଭ୍ୟାସ କରିବାକୁ ଯାଉଥିଲେ। କିନ୍ତୁ ରାଜସ୍ଥାନ ସ୍ପୋର୍ଟସ୍‌ କାଉନସିଲ ଓ ରାଜସ୍ଥାନ କ୍ରିକେଟ୍‌ ଆସୋସିଏନ୍‌ ମଧ୍ୟରେ କୌଣସି […]

se

Hemant Lenka
  • Published: Saturday, 23 March 2019
  • , Updated: 23 March 2019, 06:11 PM IST

ଜୟପୁର: ଏକ ଅଭାବନୀୟ ଘଟଣାକ୍ରମରେ ରାଜସ୍ଥାନ ରୟାଲ୍ସ ଟିମ୍‌ର ସଦସ୍ୟମାନଙ୍କୁ ସୱାଇ ମାନସିଂହ ଷ୍ଟାଡିୟମ୍‌ ବାହାରେ ଦୀର୍ଘ ଅଧଘଣ୍ଟା ଛିଡ଼ା ହେବାକୁ ପଡ଼ିଛି। ଆସନ୍ତା ସୋମବାର ଘରୋଇ ରାଜସ୍ଥାନ ରୟାଲ୍ସ ଓ କିଙ୍ଗ ଏକାଦଶ ପଞ୍ଜାବ ମଧ୍ୟରେ ଏଠାରେ ମ୍ୟାଚ୍‌ ହେବ।

ଏଥିପାଇଁ ରାଜସ୍ଥାନ ରୟାଲ୍ସର ଅଧିନାୟକ ଅଜିଙ୍କ୍ୟ ରାହଣେଙ୍କ ସମେତ କିଛି ଖେଳାଳି ସୱାଇ ମାନସିଂହ ଷ୍ଟାଡିୟମରେ ଅଭ୍ୟାସ କରିବାକୁ ଯାଉଥିଲେ। କିନ୍ତୁ ରାଜସ୍ଥାନ ସ୍ପୋର୍ଟସ୍‌ କାଉନସିଲ ଓ ରାଜସ୍ଥାନ କ୍ରିକେଟ୍‌ ଆସୋସିଏନ୍‌ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏଥିଯୋଗୁ ଗୋଟିଏ ପକ୍ଷ ଷ୍ଟାଡିୟମ ଗେଟ୍‌ରେ ତାଲା ପକାଇ ଦେଇଥିଲେ।

ଫଳରେ ଖେଳାଳିମାନେ ଭିତରକୁ ଯାଇ ପାରିନଥିଲେ। ଦୀର୍ଘ ୩୦ ମିନିଟ୍‌ର ପାଟିତୁଣ୍ଡ ଓ ଆଲୋଚନା ପରେ ଶେଷରେ ବିବାଦର ସମାଧାନ ହୋଇଥିଲା।

ଏହାପରେ ଷ୍ଟାଡିୟମ ଗେଟ୍‌ର ଚାବି ଖୋଲାଯାଇଥିଲା। ଚାବି ଖୋଲାଯିବା ପରେ ରାହଣେଙ୍କ ସମେତ ଅନ୍ୟ ଖେଳାଳିମାନେ ଭିତରକୁ ଯାଇଥିଲେ।

Related story