ଭାରତୀୟ ଖେଳାଳିଙ୍କ ସହ ହାତ ମିଳାଇ ନ ପାରନ୍ତି ଦକ୍ଷିଣ ଆଫ୍ରିକା ଖେଳାଳି

ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରୁ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ୩ଟିକିଆ ଦିନିକିଆ ସିରିଜ୍‌ ଆରମ୍ଭ ହେବ। ଏଥିପାଇଁ ଗୋଟିଏ ପଟେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଅନ୍ୟପକ୍ଷରେ ସମସ୍ତଙ୍କୁ ପ୍ରାଣଘାତୀ କରୋନା ଭାଇରସ ଭୟ ଘାରିଛି। କରୋନା ଭାଇରସ ଚାଇନା, ଇଟାଲୀ ଓ ଇରାନ ପରେ ଏବେ ଭାରତରେ କାୟା ବିସ୍ତାର କରିବା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୪୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ […]

y

Hemant Lenka
  • Published: Monday, 09 March 2020
  • , Updated: 09 March 2020, 04:10 PM IST

ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରୁ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ୩ଟିକିଆ ଦିନିକିଆ ସିରିଜ୍‌ ଆରମ୍ଭ ହେବ। ଏଥିପାଇଁ ଗୋଟିଏ ପଟେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଅନ୍ୟପକ୍ଷରେ ସମସ୍ତଙ୍କୁ ପ୍ରାଣଘାତୀ କରୋନା ଭାଇରସ ଭୟ ଘାରିଛି।

କରୋନା ଭାଇରସ ଚାଇନା, ଇଟାଲୀ ଓ ଇରାନ ପରେ ଏବେ ଭାରତରେ କାୟା ବିସ୍ତାର କରିବା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୪୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଆଫ୍ରିକା ଖେଳାଳି ମ୍ୟାଚ୍‌ ବେଳେ ଭାରତୀୟ ଖେଳାଳି କିମ୍ବା କୌଣସି ବ୍ୟକ୍ତିଙ୍କ ସହ ହାତ ମିଳାଇବେ ନାହିଁ ବୋଲି ଜଣାପଡ଼ିଛି।

ସିରିଜ୍‌ ପାଇଁ ସୋମବାର ଭୋରରୁ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ଭାରତରେ ପହଞ୍ଚିଛନ୍ତି। ସେମାନେ କରୋନାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ପ୍ରୋଟୋକଲକୁ ଭଲ ଭାବେ ପାଳନ କରିବେ ବୋଲି ମଧ୍ୟ କହିଛନ୍ତି।

ଦକ୍ଷିଣ ଆଫ୍ରିକାର ମୁଖ୍ୟ କୋଚ ମାର୍କ ବାଉଚର କହିଛନ୍ତି, “ଆମ ଖେଳାଳିମାନଙ୍କୁ ସବୁ ପ୍ରକାରର ବିପଦରୁ ରକ୍ଷା କରିବା ପାଇଁ ଆମେ ପ୍ରତିଶ୍ରୁତବଦ୍ଧ। ଖେଳାଳିଙ୍କୁ କିଛି ନ ହେବା ଦରକାର। ତେଣୁ ଆମେ ମ୍ୟାଚ୍‌ ବେଳେ ପାରମ୍ପରି ଭାବେ କରମର୍ଦ୍ଦନ କାର୍ଯ୍ୟକୁ ଅଣଦେଖା କରିପାରୁ।

ଗତକାଲି ରାତିରେ ଭାଇରସ ସମ୍ପର୍କରେ ମେଡିକାଲ ଷ୍ଟାଫ ଆମ ମାନଙ୍କୁ ବିସ୍ତୃତ ଭାବେ ସବୁ କିଛି ବୁଝାଇଛନ୍ତି। ଆମେ ମେଡିକାଲ ପାଠ ବିଷୟରେ କିଛି ଜାଣିନାହୁଁ। ତେଣୁ ମେଡିକାଲ ଷ୍ଟାଫମାନେ ଆମକୁ ଯାହା କହିଛନ୍ତି, ସେକଥାକୁ ଆମେ ପାଳନ କରିବୁ। ଏଥିସହ ଆମ ସହ ମେଡିକାଲ ଷ୍ଟାଫ ମଧ୍ୟ ରହିବେ। ଆମର ଆଶା ଆମକୁ ସେମାନେ ସବୁ ପ୍ରକାରର ସହାୟତା କରିବେ।”

Related story