ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୬ ମାର୍ଚ୍ଚ ୨୦୧୨, ମହାନ ବ୍ୟାଟ୍ସମ୍ୟାନ୍ ମାଷ୍ଟର ବ୍ଲାଷ୍ଟର ସିଚନ ତେନ୍ଦୁଲକର ପାଇଁ ଏକ ଅଭୁଲା ଦିନ। ଏହି ଦିନରେ ସଚିନ ଶତକର ଶତକ ହାସଲ କରିଥଲେ। ବାଂଲାଦେଶ ବିପକ୍ଷରେ ସଚିନ ୧୪୭ ବଲରେ ୧୧୪ରନ କରି ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏହା ପୂର୍ବରୁ ସଚିନ ଅନେକ ଶତକ ହାସଲ କରିଥିଲେ କିନ୍ତୁ ଏହି ଶତକ ତାଙ୍କ ପାଇଁ ଏକ ଅଭୁଲା ଶତକ ହୋଇ ରହିବ। କାରଣ ସଚିନ କ୍ରିକେଟ୍ ଇତିହାସର ପ୍ରଥମ ଓ ଏକମାତ୍ର ଖେଳାଳି ଭାବେ ୧୦୦ଟି ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ସଚିନ ତାଙ୍କର ୯୯ତମ ଶତକ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୧୧ ବିଶ୍ୱକପ ସମୟରେ ଲଗାଇଥିଲେ। ଏହାପରେ ସଚିନଙ୍କୁ ୧୦୦ତମ ଶତକ ପୂରଣ ପାଇଁ ଏକ ବର୍ଷରୁ ଅଧିକ ସମୟ ଲାଗିଥିଲା। ଏହି ସମୟ ମଧ୍ୟରେ ସେ ୩୪ଟି ଇଂନିସ ଖେଳିଥିଲେ ମଧ୍ୟ ୧୦୦ତମ ଶତକ ଲଗାଇପାରିନଥିଲେ। କିନ୍ତୁ ୧୬ ମାର୍ଚ୍ଚ ୨୦୧୨ରେ ବାଂଲାଦେଶ ବିପକ୍ଷ ଦିନିକିଆରେ ସଚିନ ଶତକ ହାସଲ କରି ଇତିହାସ ରଚିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବଡ଼ ଭୁଲ: କପିଲ ମିଶ୍ରାଙ୍କୁ ଟିକେଟ ମିଳିବା ପରେ ଅସନ୍ତୋଷ ଝାଡ଼ିଲେ ବିଜେପି ବିଧାୟକ
ମୋହନ ସିଂହଙ୍କ ବଦଳରେ ୨୦୨୫ ବିଧାନସଭା ନିର୍ବାଚନରେ କରୱାଲ ନଗର ଆସନରୁ କପିଲ ମିଶ୍ରା ବିଜେପି ଟିକେଟରେ ଲଢ଼ିବେ। ଦଳର ଏପରି ପଦକ୍ଷେପକୁ ବଡ଼ ତ୍ରୁଟି ବୋଲି ମୋହନ ସିଂହ କହିଛନ୍ତି।
Politics
କଂଗ୍ରେସର ବଡ଼ ପ୍ରତିଶ୍ରୁତି: ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା
ଯଦି କଂଗ୍ରେସ ୧୫ ବର୍ଷର ବନବାସ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ, ତା’ହେଲେ ସମସ୍ତ ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା।
National
ମହାୟୁତିରେ ଫାଟ! ଦିଲ୍ଲୀରେ ଏକା ଲଢ଼ିବ ଏନ୍ସିପି
ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ।
National
ଶାହଙ୍କୁ ଟାର୍ଗେଟ୍, କେଜ୍ରିଓ୍ୱାଲ କହିଲେ- ବିଜେପି ସତ୍ତାକୁ ଆସିଲେ ଲୋପ ପାଇଯିବ ବସ୍ତି
ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ଭୋଟିଂ ହେବ। ୮ ତାରିଖରେ ଭୋଟ୍ ଗଣତି ହେବ।