କୋଚିରେ ତେନ୍ଦୁଲକରଙ୍କୁ ସମ୍ବର୍ଦ୍ଧନା

କୋଚି: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ନିଜ ଟିମ୍‌ କେରଲ ବ୍ଲାଷ୍ଟରକୁ ଉତ୍ସାହିତ କରିବାକୁ ପହଞ୍ଚି ଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ତାଙ୍କ ପ୍ରଶଂସକମାନେ ବିପୁଳ ସମ୍ବର୍ଦ୍ଧନା ଦେଇଛନ୍ତି। କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସଚିନଙ୍କୁ ତାଙ୍କ ସମର୍ଥକମାନେ ଘେରି ଯାଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ, ବିମାନ ବନ୍ଦରରୁ ନିଜ କାର ପାଖକୁ ଯିବାକୁ ସଚିନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଆଇଏସ୍‌ଏଲ୍‌ କେରଲ ଫ୍ରାଞ୍ଚାଇଜର ଅନ୍ୟତମ ମାଲିକ ଅଛନ୍ତି […]

sachin

Rakesh Mallick
  • Published: Wednesday, 05 October 2016
  • , Updated: 05 October 2016, 07:40 PM IST

କୋଚି: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ନିଜ ଟିମ୍‌ କେରଲ ବ୍ଲାଷ୍ଟରକୁ ଉତ୍ସାହିତ କରିବାକୁ ପହଞ୍ଚି ଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ତାଙ୍କ ପ୍ରଶଂସକମାନେ ବିପୁଳ ସମ୍ବର୍ଦ୍ଧନା ଦେଇଛନ୍ତି। କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସଚିନଙ୍କୁ ତାଙ୍କ ସମର୍ଥକମାନେ ଘେରି ଯାଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ, ବିମାନ ବନ୍ଦରରୁ ନିଜ କାର ପାଖକୁ ଯିବାକୁ ସଚିନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା।

ଆଇଏସ୍‌ଏଲ୍‌ କେରଲ ଫ୍ରାଞ୍ଚାଇଜର ଅନ୍ୟତମ ମାଲିକ ଅଛନ୍ତି ସଚିନ। ହୋମ୍‌ ଗ୍ରାଉଣ୍ଡରେ କେରଲ ବ୍ଲାଷ୍ଟର ଆଜି ରାତି ୭ଟାରେ ଆଟଲେଟିକୋ ଡି କୋଲକତା (ଏଟିକେ)କୁ ଭେଟିଛି। ଗତ ଶନିବାର କେରଲ ବ୍ଲାଷ୍ଟର ତା’ର ପ୍ରଥମ ମ୍ୟାଚ୍‌ ନର୍ଥ ଇଷ୍ଟ ୟୁନାଇଟେଡ ଠାରୁ ହାରି ଯାଇଥିଲା।

କେରଲ ବ୍ଲାଷ୍ଟରର ମୁଖ୍ୟ ଆକର୍ଷଣ ହେଉଛନ୍ତି ଲାନ୍‌ ହ୍ୟୁମ। ଆଇଏସ୍‌ଏଲ୍‌ର ପ୍ରଥମ ସଂସ୍କରଣରେ ସେ ବ୍ଲାଷ୍ଟର ପାଇଁ ୫ଟି ଗୋଲ ସ୍କୋର କରିଥିଲେ। ତାଙ୍କ ପାଇଁ ବ୍ଲାଷ୍ଟର ଫାଇନାଲ୍‌କୁ ଯିବା ସହ ରନର୍ସ ଅପ୍‌ ହୋଇପାରିଥିଲା।

Related story