ପୁଣି ଏକାଠି ହେଲେ ସଚିନ-କାମ୍ବଲି: ଜାଣନ୍ତୁ କେମିତି କମିଲା ଦୂରତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲିଙ୍କ ମଧ୍ୟରେ ଥିବା ଦୂରତା ଏବେ ଦୂର ହୋଇଛି। କାମ୍ବଲିଙ୍କ ଜୀବନରେ ଖରାପ ସମୟରେ ସଚିନ ତାଙ୍କୁ କୌଣସି ସାହାଯ୍ୟ କରିନଥିବା କଥା ଗଣମାଧ୍ୟମରେ କହିବା ପରେ ଏହି ଦୁଇଜଣଙ୍କ ମଧ୍ୟରେ ଦୂରତା ବଢିଥିଲା। କାମ୍ବଲିଙ୍କ ଏହି କଥା ସେତେବେଳେ ସଚିନଙ୍କୁ ବହୁତ ଆଘାତ କରିଥିଲା। ଫଳରେ ୨୦୧୩ରେ ସଚିନଙ୍କ ବିଦାୟ କାଳିନ ଭାଷଣରେ ସେ ତାଙ୍କ […]

Rakesh Mallick
  • Published: Tuesday, 24 October 2017
  • , Updated: 24 October 2017, 07:43 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲିଙ୍କ ମଧ୍ୟରେ ଥିବା ଦୂରତା ଏବେ ଦୂର ହୋଇଛି। କାମ୍ବଲିଙ୍କ ଜୀବନରେ ଖରାପ ସମୟରେ ସଚିନ ତାଙ୍କୁ କୌଣସି ସାହାଯ୍ୟ କରିନଥିବା କଥା ଗଣମାଧ୍ୟମରେ କହିବା ପରେ ଏହି ଦୁଇଜଣଙ୍କ ମଧ୍ୟରେ ଦୂରତା ବଢିଥିଲା। କାମ୍ବଲିଙ୍କ ଏହି କଥା ସେତେବେଳେ ସଚିନଙ୍କୁ ବହୁତ ଆଘାତ କରିଥିଲା। ଫଳରେ ୨୦୧୩ରେ ସଚିନଙ୍କ ବିଦାୟ କାଳିନ ଭାଷଣରେ ସେ ତାଙ୍କ ପିଲାଦିନର ବନ୍ଧୁ କାମ୍ବଲିଙ୍କ କଥା ଉଠାଇନଥିଲେ।

କିନ୍ତୁ ନିକଟରେ ପୁଣି ଥରେ ଏହି ଦୁଇ କ୍ରିକେଟର ସମସ୍ତ ମନାନ୍ତର ଓ ଭେଦଭାବକୁ ଭୁଲି ଏକାଠି ନଜରକୁ ଆସିଥିବା ଦେଖିବାକୁ ମିଳିଛି। ନିକଟରେ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଏହି ଦୁଇଜଣଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହି ଅବସରରେ ସଚିନ ଓ କାମ୍ବଲିଂଙ୍କ ଭିତରେ ଥିବା ସବୁ ଭେଦଭାବ ଦୂର ହୋଇଯାଇଥିବା କଥା କହିଥିଲେ। ଏବଂ ସେ କହିଥିଲେ କି ସଚିନଙ୍କ ସହ ଦୂରତା ଦୂର ହୋଇଥିବାରୁ ବର୍ତ୍ତମାନ ତାଙ୍କୁ ବହୁତ ଖୁସି ଅନୁଭବ ହେଉଛି। ୨୦୦୯ରେ ସଚିନ କାମ୍ବିଲଙ୍କ ପାଇଁ ତାଙ୍କ ଖରାପ ସମୟରେ କିଛି ସାହାଯ୍ୟ କରିନଥିବା ଅଭିଯୋଗ କରିଥିଲେ। ଏହି ବୟାନ ପରେ ଏହି ଦୁଇଜଣ ମଧ୍ୟରେ ଦୂରତା ବଢିଥିଲା। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ୧୯୮୮ ମସିହାରେ ସ୍କୁଲ କ୍ରିକେଟ୍‌ରେ ସଚିନ-କାମ୍ବଲି ଆକର୍ଷଣୀୟ ପାଳି ଖେଳିଥିଲେ। ଏହି ଦୁଇଜଣଙ୍କ ପାର୍ଟନରସିପରେ ୬୬୪ ରନର ବିଶ୍ୱ ରେକର୍ଡ ହୋଇଥିଲା।

Related story