ସଚିନଙ୍କ ଟେଷ୍ଟ କ୍ୟାରିୟରର ବେଷ୍ଟ ଇନିଂସ୍‌ ବିଷୟରେ ଜାଣିଛନ୍ତି କି? ଜାଣନ୍ତୁ କ’ଣ କହୁଛନ୍ତି ଲାରା

ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ବଡ଼ବଡ଼ ଇନିଂସ୍‌ ଖେଳିଛନ୍ତି। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ସେ କରିଥିବା ଅପରାଜିତ ୨୪୧ ରନ୍‌ ହିଁ ସର୍ବଶ୍ରେଷ୍ଠ। ଏକଥା ଆମେ କହୁନାହୁଁ, ବରଂ ବିଶ୍ୱର ଅନ୍ୟତମ କ୍ରିକେଟ କିମ୍ବଦନ୍ତୀ ବ୍ରାଏନ ଲାରା କହିଛନ୍ତି। ସେ କହିଛନ୍ତି, ଅଷ୍ଟ୍ରେଲିଆ ବିପକ୍ଷରେ ସଚିନ ଖେଳିଥିବା ୨୪୧ ରନ୍‌ର ଇନିଂସ ହିଁ ତାଙ୍କ କ୍ୟାରିୟରର ସବୁଠାରୁ ଶ୍ରେଷ୍ଠ ଓ ଗୁରୁତ୍ୱପୂର୍ଣ୍ଣ ଇନିଂସ। ସଚିନ ମାତ୍ର ୧୬ ବର୍ଷ […]

yu

Hemant Lenka
  • Published: Saturday, 04 April 2020
  • , Updated: 04 April 2020, 03:07 PM IST

ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ବଡ଼ବଡ଼ ଇନିଂସ୍‌ ଖେଳିଛନ୍ତି। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ସେ କରିଥିବା ଅପରାଜିତ ୨୪୧ ରନ୍‌ ହିଁ ସର୍ବଶ୍ରେଷ୍ଠ। ଏକଥା ଆମେ କହୁନାହୁଁ, ବରଂ ବିଶ୍ୱର ଅନ୍ୟତମ କ୍ରିକେଟ କିମ୍ବଦନ୍ତୀ ବ୍ରାଏନ ଲାରା କହିଛନ୍ତି।

ସେ କହିଛନ୍ତି, ଅଷ୍ଟ୍ରେଲିଆ ବିପକ୍ଷରେ ସଚିନ ଖେଳିଥିବା ୨୪୧ ରନ୍‌ର ଇନିଂସ ହିଁ ତାଙ୍କ କ୍ୟାରିୟରର ସବୁଠାରୁ ଶ୍ରେଷ୍ଠ ଓ ଗୁରୁତ୍ୱପୂର୍ଣ୍ଣ ଇନିଂସ। ସଚିନ ମାତ୍ର ୧୬ ବର୍ଷ ବୟସରେ ଟେଷ୍ଟରେ ଡେବ୍ୟୁ କରିଥିଲେ। ଦୀର୍ଘ ୨୪ ବର୍ଷର କ୍ରିକେଟ କ୍ୟାରିୟରର ମଧ୍ୟରେ ସେ ଟେଷ୍ଟ କ୍ରିକେଟରେ ସର୍ବାଧିକ ସ୍କୋର କରିବାର ରେକର୍ଡ କରିଛନ୍ତି।

ଲାରା ଏକ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି, “ମାତ୍ର ୧୬ ବର୍ଷ ବୟସରେ ଟେଷ୍ଟରେ ଡେବ୍ୟୁ କରି ଦୀର୍ଘ ୨୪ ବର୍ଷ କ୍ରିକେଟ ଖେଳିବା ଆଦୌ ସହଜ କଥା ନୁହେଁ। ସଚିନ ତାଙ୍କର ଏହି ଲମ୍ବା କ୍ୟାରିୟରରେ ଅନେକ ଇନିଂସ ଖେଳିଛନ୍ତି। ହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଖେଳିଥିବା ୨୪୧ ରନ୍‌ର ଅପରାଜିତ ଇନିଂସ୍‌ ହିଁ ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ ପାଳି। ସେ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଏଭଳି ଇନିଂସ ଖେଳିଥିଲେ। ସଚିନ ଯେଉଁଭଳି ଭାବେ ବ୍ୟାଟିଂ କରିବା ବେଳେ ଦୃଢ଼ମନା ହୋଇଥିଲେ, ଏବେ ଆମ ସମସ୍ତଙ୍କୁ କରୋନା ବିରୋଧରେ ସେ ଭଳି ଲଢ଼େଇ କରିବାକୁ ପଡ଼ିବ।”

 

View this post on Instagram

 

@sachintendulkar Not was but IS one of the Greatest to have played our glorious game. We can all learn the discipline needed to COMBAT anything in life from this performance 241 not out vs Australia. #playsafe #backagainstwall

A post shared by Brian Lara (@brianlaraofficial) on

୨୦୦୪ରେ ସଚିନ ୨୪୧ ରନ୍‌ କରିବାକୁ ଭାରତ ତା’ର ପ୍ରଥମ ଇନିଂସ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶାଳ ୭୦୫/୭ କରିବା ପରେ ପାଳି ଘୋଷଣା କରିଥିଲା। ଏହି ମ୍ୟାଚ୍‌ଟି ଡ୍ର ହୋଇଥିଲା। ହେଲେ ସଚିନଙ୍କ ବ୍ୟାଟିଂ ସବୁଦିନ ପାଇଁ ସମସ୍ତଙ୍କର ମନେ ରହିଛି।

ଏହି ସିରିଜ୍‌ରେ ସଚିନ ନିଜର ଫର୍ମ ପାଇଁ ସଂଘର୍ଷ କରୁଥିଲେ। ଏପରି କି ସିରିଜ୍‌ର ଶେଷ ମ୍ୟାଚ୍‌ରେ ସେ କଭର ଡ୍ରାଇଭ ମାରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ଏହା ସତ୍ତ୍ୱେ ସେ ଡବଲ ଟନ୍‌ ହାସଲ କରିଥିଲେ। ସଚିନ ତାଙ୍କ କ୍ୟାରିୟରରେ ୨୦୦ଟି ଟେଷ୍ଟରେ ୧୫,୯୨୧ ରନ୍‌ କରିଛନ୍ତି। ସେହିପରି ୪୬୩ଟି ଦିନିକିଆରେ ୧୮,୪୨୬ ରନ୍‌ ତାଙ୍କ ନାଁରେ ରହିଛି।

Related story