ଚଳିତ ବିଶ୍ୱକପ୍‌ରେ ଭାଙ୍ଗିବ ସଚିନ୍‌ଙ୍କ ୧୬ ବର୍ଷର ରେକର୍ଡ!

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ୧୬ ବର୍ଷର ରେକର୍ଡ ଭାଙ୍ଗି ଯିବ କି? ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ସଚିନ୍‌ଙ୍କ ଏହି ରେକର୍ଡଟି କ’ଣ? ୧୬ ବର୍ଷ ତଳେ ଅର୍ଥାତ୍ ୨୦୦୩ ବିଶ୍ୱକପ୍‌ରେ ସେ ୬୭୩ ରନ୍ କରିଥିଲେ। ଏହି ବିଶ୍ୱକପ୍‌ରେ ଭାରତ ଫାଇନାଲ୍‌ରେ ହାରିଥିବା ବେଳେ ସଚିନ୍ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ହୋଇଥିଲେ। ଏହା ପରେ ତିନୋଟି ବିଶ୍ୱକପ୍ ଖେଳା ଯାଇଥିଲେ ହେଁ ତାଙ୍କର ଏହି […]

SachinTendulkar

Jitendra Garnayak
  • Published: Saturday, 22 June 2019
  • , Updated: 22 June 2019, 12:09 PM IST

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ୧୬ ବର୍ଷର ରେକର୍ଡ ଭାଙ୍ଗି ଯିବ କି? ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ସଚିନ୍‌ଙ୍କ ଏହି ରେକର୍ଡଟି କ’ଣ?

୧୬ ବର୍ଷ ତଳେ ଅର୍ଥାତ୍ ୨୦୦୩ ବିଶ୍ୱକପ୍‌ରେ ସେ ୬୭୩ ରନ୍ କରିଥିଲେ। ଏହି ବିଶ୍ୱକପ୍‌ରେ ଭାରତ ଫାଇନାଲ୍‌ରେ ହାରିଥିବା ବେଳେ ସଚିନ୍ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ହୋଇଥିଲେ। ଏହା ପରେ ତିନୋଟି ବିଶ୍ୱକପ୍ ଖେଳା ଯାଇଥିଲେ ହେଁ ତାଙ୍କର ଏହି ରେକର୍ଡକୁ କୌଣସି ବ୍ୟାଟ୍ସମ୍ୟାନ୍ କେହି ଭାଙ୍ଗି ପାରି ନାହାନ୍ତି। ସେହିପରି ଯେକୌଣସି ବିଶ୍ୱକପ୍‌ରେ ଏହା ହେଉଛି ସର୍ବାଧିକ ରନ୍‌। କିନ୍ତୁ ଚଳିତ ବିଶ୍ୱକପ୍‌ରେ ସଚିନ୍‌ଙ୍କ ଏହି ରେକର୍ଡ ଭାଙ୍ଗିବା ପାଇଁ କିଛି ଖେଳାଳିଙ୍କ ପାଖରେ ସୁଯୋଗ ରହିଛି। କାରଣ ଏଯାବତ୍ ତିନି ଜଣ ଖେଳାଳି ୪୦୦ ରନ୍ କରି ସାରିଲେଣି। ସେମାନେ ହେଲେ ଅଷ୍ଟ୍ରେଲିଆର ଡାଭିଡ ୱାର୍ଣ୍ଣର, ବାଂଲାଦେଶର ଶକିବ୍ ଅଲ୍ ହାସନ ଓ ଇଂଲଣ୍ଡର ଜୋ ରୁଟ୍‌।

ୱାର୍ଣ୍ଣର ୬ଟି ଇନିଂସ ଖେଳି ୪୪୭ ରନ୍ କରି ସାରିଥିବା ବେଳେ ଶକିବ୍ ୫ଟି ଇନିଂସ୍‌ରୁ ୪୨୫ ଓ ରୁଟ୍ ୬ଟି ଇନିଂସ୍‌ରୁ ୪୨୪ ରନ୍ କରିଛନ୍ତି। ବାଂଲାଦେଶର ୬ଟି ମ୍ୟାଚ୍‌ରୁ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁ ଖେଳା ଯାଇ ପାରି ନଥିଲା। ତେଣୁ ଶକିବ୍‌ ଗୋଟିଏ ଇନିଂସ୍‌ରେ ବ୍ୟାଟିଂ କରିପାରି ନଥିଲେ।

ଲିଗ୍‌ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ, ବାଂଲାଦେଶ ଓ ଇଂଲଣ୍ଡ ଆହୁରି ତିନିଟି ଲେଖାଏ ମ୍ୟାଚ୍ ଖେଳିବାକୁ ଥିବା ବେଳେ ଏହି ଖେଳାଳିମାନେ ସଚିନ୍‌ଙ୍କ ରେକର୍ଡ ଭାଙ୍ଗିବାକୁ ସୁଯୋଗ ପାଇବେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଅଧିନାୟକ ଏରୋନ୍ ଫିଞ୍ଚ୍ ଏଯାବତ୍ ୩୯୬ ରନ୍ କରି ସାରିଲେଣି। ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୩୧୯ ରନ୍ କରିଛନ୍ତି।

Related story