ଅଷ୍ଟ୍ରେଲିଆରେ ଚମକିଲେ ତେନ୍ଦୁଲକରଙ୍କ ପୁଅ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଚମକିଲେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ। ସମସ୍ତେ ତ ଜାଣନ୍ତି ଅର୍ଜୁନ ବି କ୍ରିକେଟ୍ ଖେଳନ୍ତି। ଏବେ ଅଷ୍ଟ୍ରେଲିଆରେ ଚାଲିଛି ‘ସ୍ପିରିଟ୍ ଅଫ୍ କ୍ରିକେଟ୍ ଗ୍ଲୋବାଲ୍ ଚ୍ୟାଲେଞ୍ଜ’। ସିଡ୍‌ନୀ କ୍ରିକେଟ୍ ଗ୍ରାଉଣ୍ଡ ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏଥିରେ କ୍ରିକେଟରସ୍‌ କ୍ଲବ୍ ଅଫ୍ ଇଣ୍ଡିଆ ପକ୍ଷରୁ ଖେଳୁଛନ୍ତି ଅର୍ଜୁନ। ଗୁରୁବାର ହଂକଂ କ୍ରିକେଟ୍ କ୍ଳବ୍ ବିପକ୍ଷରେ ଖେଳା ଯାଇଥିବା ଏକ ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍‌ରେ ସେ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି […]

arjuntendulkar

Rakesh Mallick
  • Published: Thursday, 11 January 2018
  • , Updated: 11 January 2018, 09:06 PM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଚମକିଲେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ। ସମସ୍ତେ ତ ଜାଣନ୍ତି ଅର୍ଜୁନ ବି କ୍ରିକେଟ୍ ଖେଳନ୍ତି। ଏବେ ଅଷ୍ଟ୍ରେଲିଆରେ ଚାଲିଛି ‘ସ୍ପିରିଟ୍ ଅଫ୍ କ୍ରିକେଟ୍ ଗ୍ଲୋବାଲ୍ ଚ୍ୟାଲେଞ୍ଜ’। ସିଡ୍‌ନୀ କ୍ରିକେଟ୍ ଗ୍ରାଉଣ୍ଡ ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏଥିରେ କ୍ରିକେଟରସ୍‌ କ୍ଲବ୍ ଅଫ୍ ଇଣ୍ଡିଆ ପକ୍ଷରୁ ଖେଳୁଛନ୍ତି ଅର୍ଜୁନ। ଗୁରୁବାର ହଂକଂ କ୍ରିକେଟ୍ କ୍ଳବ୍ ବିପକ୍ଷରେ ଖେଳା ଯାଇଥିବା ଏକ ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍‌ରେ ସେ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ୨୭ଟି ବଲ୍‌ରୁ ୪୮ ରନ୍ କରିଥିବା ବେଳେ ୪ ଓଭର ବୋଲିଂ କରି ୪ଟି ୱିକେଟ୍ ନେଇଥିଲେ।

ସଚିନ ଜଣେ ବ୍ୟାଟସ୍‌ମ୍ୟାନ୍‌। ବ୍ୟାଟ୍‌ସମ୍ୟାନ୍ ଭାବେ ସେ ଅନେକ ରେକର୍ଡ କରିଛନ୍ତି। ତେବେ ତାଙ୍କ ପୁଅ ଦ୍ରୁତ ବୋଲର ହେବାକୁ ଲକ୍ଷ୍ୟ ରଖିଛନ୍ତି। ସେ ଜଣେ ବାମହାତି ବୋଲର ଓ ବାମହାତି ବ୍ୟାଟ୍ସମ୍ୟାନ୍ ମଧ୍ୟ।

ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ‘ସ୍ପିରିଟ୍ ଅଫ୍ କ୍ରିକେଟ୍ ଗ୍ଲୋବାଲ୍ ଚ୍ୟାଲେଞ୍ଜ’ ୧୪ ତାରିଖରେ ଶେଷ ହେବ।

 

Related story