ଓଡ଼ିଆରେ ଭାଷଣ ଦେଲେ ଶାହାରୁ‌ଖ, ହକି ସହ ପିଲା ଦିନର ସ୍ମୃତି ବଖାଣିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଖଚାଖଚ୍‌ ଦର୍ଶକ ଓ ରଙ୍ଗାରଙ୍ଗ ପରିବେଶରେ ଉଦ୍‌ଘାଟିତ ହୋଇଛି ପୁରୁଷ ହକି ବିଶ୍ୱକପ୍ ୨୦୧୮। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଭବ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱକପ୍‌ ଉଦ୍‌ଘାଟନୀ ଘୋଷଣା କରିଥିଲେ। ଏହି ମେଗା ଉତ୍ସବରେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନ୍ ଓ ମାଧୁରୀ ଦୀକ୍ଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର. ରେହମାନ ସଂଗୀତ ପରିବେଷଣ କରିଥିଲେ ।  ଏହି ଅବସରରେ କିଙ୍ଗ୍‌ ଖାନ୍ […]

Saharukh.jpg1

Saharukh.jpg1

Tapas Behera
  • Published: Tuesday, 27 November 2018
  • Updated: 27 November 2018, 10:31 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଖଚାଖଚ୍‌ ଦର୍ଶକ ଓ ରଙ୍ଗାରଙ୍ଗ ପରିବେଶରେ ଉଦ୍‌ଘାଟିତ ହୋଇଛି ପୁରୁଷ ହକି ବିଶ୍ୱକପ୍ ୨୦୧୮। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଭବ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱକପ୍‌ ଉଦ୍‌ଘାଟନୀ ଘୋଷଣା କରିଥିଲେ। ଏହି ମେଗା ଉତ୍ସବରେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନ୍ ଓ ମାଧୁରୀ ଦୀକ୍ଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର. ରେହମାନ ସଂଗୀତ ପରିବେଷଣ କରିଥିଲେ । 

ଏହି ଅବସରରେ କିଙ୍ଗ୍‌ ଖାନ୍ ଶାହାରୁଖ ଓଡ଼ିଆରେ ଭାଷଣ ଦେବା ସହ ହକି ସହିତ ନିଜ ପିଲା ଦିନର ସ୍ମୃତି ବଖାଣିଥିଲେ। ୨୦୦୭ ‘ଚକ୍‌ଦେ ଇଣ୍ଡିଆ’ ସିନେମାରେ ନିଜର ଅଭିନୟକୁ ପ୍ରକାଶ କରିବା ବେଳେ ଭାବବିହ୍ୱଳ ହୋଇ ପଡ଼ିଥିଲେ ସେ। ଶାହାରୁଖ କହିଥିଲେ ଯେ, “ମୁଁ ମୋ ସ୍କୁଲ ଓ କଲେଜ ବେଳେ ଅଳ୍ପ ବେଶୀ ହକି ଖେଳୁଥିଲି। ମୋର ବାପା ଜଣେ ହକି ଖେଳାଳି ଥିଲେ।

ମୁଁ ୮ ବର୍ଷ ବୟସରୁ ହକି ଖେଳିବା ଆରମ୍ଭ କରିଥିଲି। ୧୮ବର୍ଷ ବୟସରେ ସ୍କୁଲ ହକି ଟିମ୍‌ରେ କ୍ୟାପଟେନ୍‌ ଥିଲି। ମୁଁ ସାଧାରଣତଃ ସେଣ୍ଟର ଫରୱାର୍ଡ଼ରେ ଖେଳେ। ମୋ ଡାହାଣ ବୀପରିତ ଦିଗରେ ଗୋଲ କିପର ହିଁ ରୁହେ।” ସେ କହିଥିଲେ ଯେ, ହକି ବିଶ୍ୱକପ୍‌ ହେଉଛି ସବୁ ଖେଳ ମଧ୍ୟରେ ସ୍ୱତନ୍ତ୍ର। ଏହା ଶରୀରକୁ ଷ୍ଟାମିନା ଓ ବଳ ଯୋଗାଏ ବୋଲି ଶାହାରୁଖ କହିଛନ୍ତି। ଗତ ଅକ୍ଟୋବରରେ ଭାରତୀୟ ହକି ଖେଳାଳି ମନ୍‌ପ୍ରୀତ୍‌ ସିଂ ତାଙ୍କୁ ଟ୍ୱିଟ୍‌ କରି ନିବେଦନ କରିଥିଲେ। ସେ କହିଥିଲେ ହକି ବିଶ୍ୱକପ୍‌ରେ ସେ ନିଜକୁ ଶାହାରୁଖ୍‌ଙ୍କ ସହ ଦେଖିବାକୁ ଚାହାନ୍ତି।

ଏହି ଅବସରେ ଶାହାରୁଖ୍‌ ଓଡ଼ିଆରେ ଭାଷଣ ଦେଇଥିଲେ। ଦର୍ଶକମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ, ‘ଆପଣମାନେ ମତେ ଏଠି ସୁଯୋଗ ଦେଇଥିବାରୁ ଧନ୍ୟବାଦ୍‌।” ‌ଏହି ଅବସରରେ ସେ ଶାହାରୁଖ ୧୬ଟି ଦେଶର ହକି କ୍ୟାପ୍‌ଟନ୍‌ଙ୍କ ସହ ହାତ ମିଳାଇ ଶୁଭେଚ୍ଛା ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos