‘ରଙ୍ଗୁନ’ ପାଇଁ ସାହିଦଙ୍କୁ ବନ୍ଧୁକ ଚାଳନାରେ ତାଲିମ କଲେ ସୁଟର ରୋନକ

ମୁମ୍ବାଇ: ବଲିଉଡ ଅଭିନେତା ସାହିଦ କପୁର ନିଜ ଭୁମିକାକୁ ନେଇ ସବୁବେଳେ ସିରିୟସ ରହିଥାନ୍ତି। ଆଗକୁ ତାଙ୍କ ଅଭିନିତ ଫିଲ୍ମ ‘ରଙ୍ଗୁନ’ ଆସିବ। ଏହି ଫିଲ୍ମରେ ସେ ଜଣେ ଆର୍ମି ମ୍ୟାନ୍‌ ଭୁମିକାରେ ନଜରକୁ ଆସିବେ। ନିଜ ଅଭିନୟକୁ ଜୀବନ୍ତ କରିବାକୁ ସେ ବନ୍ଧୁକ ଚଳନାରେ ଧୁରନ୍ଧର ହୋଇଛନ୍ତି। ଆଉ ତାଙ୍କୁ ଏହି ସୁଟିଂ ଶିଖାଇଛନ୍ତି ୨୦୦୬ କମୱେଲ୍‌ଥ ଗେମର ଗୋଲ୍ଡ ମେଡାଲିଷ୍ଟ ରୋନକ ପଣ୍ଡିତ। ରୋନକ କହିଛନ୍ତି,“ସାହିଦଙ୍କ ରକ୍ତରେ ସୁଟିଂ ରହିଛି। ତାଙ୍କୁ ସୁଟିଂର ବିଭିନ୍ନ […]

shahid-kapoor

Rakesh Mallick
  • Published: Monday, 23 January 2017
  • , Updated: 23 January 2017, 03:43 PM IST

ମୁମ୍ବାଇ: ବଲିଉଡ ଅଭିନେତା ସାହିଦ କପୁର ନିଜ ଭୁମିକାକୁ ନେଇ ସବୁବେଳେ ସିରିୟସ ରହିଥାନ୍ତି। ଆଗକୁ ତାଙ୍କ ଅଭିନିତ ଫିଲ୍ମ ‘ରଙ୍ଗୁନ’ ଆସିବ। ଏହି ଫିଲ୍ମରେ ସେ ଜଣେ ଆର୍ମି ମ୍ୟାନ୍‌ ଭୁମିକାରେ ନଜରକୁ ଆସିବେ। ନିଜ ଅଭିନୟକୁ ଜୀବନ୍ତ କରିବାକୁ ସେ ବନ୍ଧୁକ ଚଳନାରେ ଧୁରନ୍ଧର ହୋଇଛନ୍ତି। ଆଉ ତାଙ୍କୁ ଏହି ସୁଟିଂ ଶିଖାଇଛନ୍ତି ୨୦୦୬ କମୱେଲ୍‌ଥ ଗେମର ଗୋଲ୍ଡ ମେଡାଲିଷ୍ଟ ରୋନକ ପଣ୍ଡିତ।

ରୋନକ କହିଛନ୍ତି,“ସାହିଦଙ୍କ ରକ୍ତରେ ସୁଟିଂ ରହିଛି। ତାଙ୍କୁ ସୁଟିଂର ବିଭିନ୍ନ କୌଶଳ ଶିଖାଇବା ବେଳର ସମୟ ବହୁତ ମଜାଦାର ଥିଲା। ଆମ ମାଲଦା ଓ ୱରୀଲ ସେଣ୍ଟରରେ ସେ ବନ୍ଧୁକ ଚାଳନାର ବିଭିନ୍ନ କଳାକୌଶଳ ଶିଖିଥିଲେ।”

Related story