ଦୁଇ ଶୁଟରଙ୍କ ପାଇଁ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ସାଇର ନିବେଦନ

ନୂଆଦିଲ୍ଲୀ: ଭାରତର ଦୁଇ ଉଦୀୟମାନ ଶୁଟର ମନୁ ଭାକର ଓ ବିଜୟବୀର ସିଦ୍ଧୁଙ୍କ ପାଇଁ ସିବିଏସ୍‌ଇ ସ୍ୱତନ୍ତ୍ର ଭାବେ ଦୁଇ ବିଷୟର ପରୀକ୍ଷା ତାରିଖ ପରିବର୍ତ୍ତନ କରୁ ବୋଲି ଆଜି ସ୍ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ପକ୍ଷରୁ ନିବେଦନ କରାଯାଇଛି। ଏନେଇ ସାଇ ପକ୍ଷରୁ ସିବିଏସ୍‌ଇକୁ ଚିଠି ମଧ୍ୟ ଲେଖାଯାଇଛି। ଏହି ଦୁଇ ଖେଳାଳିଙ୍କ ସିବିଏସ୍‌ଇ ପରୀକ୍ଷା ବେଳେ ଚାଇନିଜ୍‌ ତାଇପେଇଠାରେ ଏସିଆନ୍‌ ଏୟାର ଗନ୍‌ ଚାମ୍ପିୟନଶିପ୍‌ ମାର୍ଚ୍ଚ ୨୫ରୁ ଏପ୍ରିଲ ୨ ଯାଏ ଅନୁଷ୍ଠିତ ହେବ। […]

sga

Hemant Lenka
  • Published: Friday, 15 February 2019
  • , Updated: 15 February 2019, 05:09 PM IST

ନୂଆଦିଲ୍ଲୀ: ଭାରତର ଦୁଇ ଉଦୀୟମାନ ଶୁଟର ମନୁ ଭାକର ଓ ବିଜୟବୀର ସିଦ୍ଧୁଙ୍କ ପାଇଁ ସିବିଏସ୍‌ଇ ସ୍ୱତନ୍ତ୍ର ଭାବେ ଦୁଇ ବିଷୟର ପରୀକ୍ଷା ତାରିଖ ପରିବର୍ତ୍ତନ କରୁ ବୋଲି ଆଜି ସ୍ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ପକ୍ଷରୁ ନିବେଦନ କରାଯାଇଛି।

ଏନେଇ ସାଇ ପକ୍ଷରୁ ସିବିଏସ୍‌ଇକୁ ଚିଠି ମଧ୍ୟ ଲେଖାଯାଇଛି। ଏହି ଦୁଇ ଖେଳାଳିଙ୍କ ସିବିଏସ୍‌ଇ ପରୀକ୍ଷା ବେଳେ ଚାଇନିଜ୍‌ ତାଇପେଇଠାରେ ଏସିଆନ୍‌ ଏୟାର ଗନ୍‌ ଚାମ୍ପିୟନଶିପ୍‌ ମାର୍ଚ୍ଚ ୨୫ରୁ ଏପ୍ରିଲ ୨ ଯାଏ ଅନୁଷ୍ଠିତ ହେବ।

ତେଣୁ ଏହାକୁ ଦୃଷ୍ଟିରେ ରଖି ସାଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଭାରତ ସରକାର ଯୁବ ଆଥେଲେଟ୍‌ମାନେ ଉଭୟ ଖେଳ ଏବଂ ପାଠପଢ଼ାକୁ ସମତୁଲ ଭାବେ ଆଗକୁ ନେବାକୁ କହିଥିବାରୁ ସାଇ ସିବିଏସ୍‌ଇକୁ ଚିଠି ଲେଖି ଏପରି କହିଛି।

ଭାକରଙ୍କ ଇତିହାସ ପରୀକ୍ଷା ଏପ୍ରିଲ ୨୫ରେ ଥିବା ବେଳେ ସିଦ୍ଧୁଙ୍କ ମନସ୍ତତ୍ତ୍ୱ ବା ସାଇକୋଲଜି ପରୀକ୍ଷା ମାର୍ଚ୍ଚ ୨୯ରେ ରହିଛି। ସେହିପରି ଏହି ଦୁଇ ଖେଳାଳିଙ୍କ ପିଜିକାଲ ଏଡୁକେସନ୍‌ ପରୀକ୍ଷା ମଧ୍ୟ ମାର୍ଚ୍ଚ ୩୦ରେ ରହିଛି। ତେଣୁ ଏସବୁ ପରୀକ୍ଷାର ତାରିଖ ଏହି ଦୁଇ ଖେଳାଳିଙ୍କ ପାଇଁ ପରିବର୍ତ୍ତନ କରିବାକୁ ସାଇ ଚିଠିରେ କହିଛି।

ଏହି ଚିଠି ପୂର୍ବରୁ ସାଇ ଉଭୟ ଖେଳାଳିଙ୍କ ପରିବାର ଲୋକଙ୍କୁ ମଧ୍ୟ ଏ ସମ୍ପର୍କରେ ଜଣାଇଥିଲା। ପରୀକ୍ଷା ତାରିଖ ବଦଳିଲେ ଖେଳାଳିମାନେ ପରୀକ୍ଷା ଦେଇପାରିବା ସହ ଚାମ୍ପିୟନଶିପ୍‌ରେ ମଧ୍ୟ ଭାଗ ନେଇପାରିବେ।

Related story