ଜାତୀୟ କ୍ୟାମ୍ପରୁ ପଦକ ବିଜେତା ଖେଳାଳି ଓ କୋଚ ବହିଷ୍କୃତ

ନୂଆଦିଲ୍ଲୀ: ସ୍ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ବିଶ୍ୱ ତୀରନ୍ଦାଜୀ ଚାମ୍ପିୟନଶିପ୍‌ରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ଜଣେ ତୀରନ୍ଦାଜଙ୍କୁ ଆଜି ଜାତୀୟ ଜୁନିୟର କ୍ୟାମ୍ପରୁ ବହିଷ୍କୃତ କରିଛି। ସାଇର ରୋହତକ କେନ୍ଦ୍ରରେ ଏହି ଜାତୀୟ କ୍ୟାମ୍ପ ଅନୁଷ୍ଠିତ ହେଉଛି। ଏହି ଖେଳାଳି ଜଣଙ୍କ ଏସିଆନ୍‌ ଗେମ୍ସରେ ମଧ୍ୟ ରୋପ୍ୟ ପଦକ ଜିତିଥିଲେ। ତେବେ ସେ ବିନା ଅନୁମତିରେ ଜୁଲାଇ ୨୧ରୁ ୨୪ ଯାଏ କ୍ୟାମ୍ପ ଛାଡ଼ି ଘରକୁ ଚାଲି ଯାଇଥିବାରୁ ‘ସାଇ’ ତାଙ୍କ ବିରୋଧରେ ଏଭଳି […]

t

Hemant Lenka
  • Published: Saturday, 27 July 2019
  • , Updated: 27 July 2019, 06:12 PM IST

ନୂଆଦିଲ୍ଲୀ: ସ୍ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ବିଶ୍ୱ ତୀରନ୍ଦାଜୀ ଚାମ୍ପିୟନଶିପ୍‌ରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ଜଣେ ତୀରନ୍ଦାଜଙ୍କୁ ଆଜି ଜାତୀୟ ଜୁନିୟର କ୍ୟାମ୍ପରୁ ବହିଷ୍କୃତ କରିଛି। ସାଇର ରୋହତକ କେନ୍ଦ୍ରରେ ଏହି ଜାତୀୟ କ୍ୟାମ୍ପ ଅନୁଷ୍ଠିତ ହେଉଛି। ଏହି ଖେଳାଳି ଜଣଙ୍କ ଏସିଆନ୍‌ ଗେମ୍ସରେ ମଧ୍ୟ ରୋପ୍ୟ ପଦକ ଜିତିଥିଲେ।

ତେବେ ସେ ବିନା ଅନୁମତିରେ ଜୁଲାଇ ୨୧ରୁ ୨୪ ଯାଏ କ୍ୟାମ୍ପ ଛାଡ଼ି ଘରକୁ ଚାଲି ଯାଇଥିବାରୁ 'ସାଇ' ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସେହିପରି ଜଣେ ବରିଷ୍ଠ କୋଚ ମଧ୍ୟ ଏହି ସମୟରେ କ୍ୟାମ୍ପରେ ଅନୁପସ୍ଥିତ ଥିବାରୁ ତାଙ୍କ ବିରୋଧରେ ମଧ୍ୟ ସାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ କ୍ୟାମ୍ପରୁ ବହିଷ୍କୃତ କରିଛି। ତେବେ ଉକ୍ତ ଖେଳାଳି କିମ୍ବା କୋଚଙ୍କ ନାଁ ଜଣାପଡ଼ିନାହିଁ।

Related story