ୟୁଏସ୍‌ ଓପନ୍‌: ପ୍ରି-କ୍ୱାର୍ଟରରେ ପ୍ରାନିଥ

କାର୍ଲିଫର୍ଣ୍ଣିଆ: ୟୁଏସ ଓପନ୍ ଗ୍ରାଁ ପ୍ରି ଗୋଲ୍ଡ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟର ପୁରୁଷ ଏକକ ବର୍ଗର ତୃତୀୟ ରାଉଣ୍ଡକୁ ଯାଇଛନ୍ତି ବି ସାଇ ପ୍ରାନିଥ। ଷଷ୍ଠ ସିଡ୍‌ରେ ଥିବା ଏହି ଭାରତୀୟ ଖେଳାଳି ଜଣଙ୍କ କାନାଡାର ବି.ଆର. ଶଙ୍କିର୍ଥଙ୍କୁ ୨୧-୧୫,୨୧-୭ରେ ପରାସ୍ତ କରିଛନ୍ତି। ଦୁହିଁଙ୍କ ମଧ୍ୟରେ ୩୧ ମିନିଟ୍‌ ଧରି ରୋମାଞ୍ଚପୂର୍ଣ୍ଣ ମ୍ୟାଚ ହୋଇଥିଲା। ପ୍ରି-କ୍ୱାର୍ଟର ଫାଇନାଲରେ ଜାପାନର କାଜୁମାସା ସାକାଇଙ୍କ ସହିତ ସାଇ ପ୍ରାନିଥଙ୍କର ମୁକାବିଲା ହେବ। ଅନ୍ୟପକ୍ଷରେ ଭାରତର ଅଜୟ ଜୟରାମ ଓ ଏଚ୍‌ଏସ୍‌ ପ୍ରଣୟ […]

Sai-Praneeth

Rakesh Mallick
  • Published: Thursday, 07 July 2016
  • , Updated: 07 July 2016, 08:15 PM IST

କାର୍ଲିଫର୍ଣ୍ଣିଆ: ୟୁଏସ ଓପନ୍ ଗ୍ରାଁ ପ୍ରି ଗୋଲ୍ଡ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟର ପୁରୁଷ ଏକକ ବର୍ଗର ତୃତୀୟ ରାଉଣ୍ଡକୁ ଯାଇଛନ୍ତି ବି ସାଇ ପ୍ରାନିଥ।

ଷଷ୍ଠ ସିଡ୍‌ରେ ଥିବା ଏହି ଭାରତୀୟ ଖେଳାଳି ଜଣଙ୍କ କାନାଡାର ବି.ଆର. ଶଙ୍କିର୍ଥଙ୍କୁ ୨୧-୧୫,୨୧-୭ରେ ପରାସ୍ତ କରିଛନ୍ତି। ଦୁହିଁଙ୍କ ମଧ୍ୟରେ ୩୧ ମିନିଟ୍‌ ଧରି ରୋମାଞ୍ଚପୂର୍ଣ୍ଣ ମ୍ୟାଚ ହୋଇଥିଲା। ପ୍ରି-କ୍ୱାର୍ଟର ଫାଇନାଲରେ ଜାପାନର କାଜୁମାସା ସାକାଇଙ୍କ ସହିତ ସାଇ ପ୍ରାନିଥଙ୍କର ମୁକାବିଲା ହେବ।

ଅନ୍ୟପକ୍ଷରେ ଭାରତର ଅଜୟ ଜୟରାମ ଓ ଏଚ୍‌ଏସ୍‌ ପ୍ରଣୟ ପ୍ରି-କ୍ୱାର୍ଟରକୁ ଯାଇଛନ୍ତି।

Related story