କୋରିଆନ୍‌ ଓପନ୍‌: ଅଧା ମ୍ୟାଚ୍‌ରୁ ଓହରିଲେ ସାଇନା, ସିନ୍ଧୁ ବି ହାରିଲେ

ଇଞ୍ଚେଓନ: କୋରିଆନ୍‌ ଓପନ ସୁପର ୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ହିଁ ମହିଳା ବର୍ଗରେ ଭାରତର ଅଭିଯାନ ଶେଷ ହୋଇଛି। ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ଭାରତର ଷ୍ଟାର ଶଟଲର ସାଇନା ନେହ୍ୱାଲ ଆହତ ଯୋଗୁ ଅଧାରୁ ହିଁ ଓହରି ଯାଇଛନ୍ତି। ଫଳରେ ତାଙ୍କ ବିପକ୍ଷରେ ଖେଳୁଥିବା ଖେଳାଳି ବିଜୟୀ ହୋଇଛନ୍ତି। ପ୍ରଥମ ରାଉଣ୍ଡରେ ସାଇନାଙ୍କ ମୁକାବିଲା କୋରିଆର ଖେଳାଳି କିମ୍‌ ଗା ଇଉନଙ୍କ ସହ ହୋଇଥିଲା। ସାଇନା ଏହି ମ୍ୟାଚକୁ ଅତି ସହଜରେ […]

a

Hemant Lenka
  • Published: Wednesday, 25 September 2019
  • , Updated: 25 September 2019, 03:52 PM IST

ଇଞ୍ଚେଓନ: କୋରିଆନ୍‌ ଓପନ ସୁପର ୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ହିଁ ମହିଳା ବର୍ଗରେ ଭାରତର ଅଭିଯାନ ଶେଷ ହୋଇଛି। ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ଭାରତର ଷ୍ଟାର ଶଟଲର ସାଇନା ନେହ୍ୱାଲ ଆହତ ଯୋଗୁ ଅଧାରୁ ହିଁ ଓହରି ଯାଇଛନ୍ତି। ଫଳରେ ତାଙ୍କ ବିପକ୍ଷରେ ଖେଳୁଥିବା ଖେଳାଳି ବିଜୟୀ ହୋଇଛନ୍ତି।

ପ୍ରଥମ ରାଉଣ୍ଡରେ ସାଇନାଙ୍କ ମୁକାବିଲା କୋରିଆର ଖେଳାଳି କିମ୍‌ ଗା ଇଉନଙ୍କ ସହ ହୋଇଥିଲା। ସାଇନା ଏହି ମ୍ୟାଚକୁ ଅତି ସହଜରେ ଜିତି ନେବେ ବୋଲି ଆଶା କରାଯାଉଥିଲା। ଏପରି କି ସାଇନା ପ୍ରଥମ ରାଉଣ୍ଡକୁ ମଧ୍ୟ ୨୧-୧୯ରେ ଜିତି ନେଇଥିଲେ।

ହେଲେ କିମ ଗା ଇଉନ୍‌ ଦ୍ୱିତୀୟ ରାଉଣ୍ଡରେ ଜବରଦସ୍ତ କମବ୍ୟାକ୍‌ କରିଥିଲେ। ସେ ଏହି ରାଉଣ୍ଡଟିକୁ ୧୮-୨୧ରେ ଜିତି ନେଇ ସ୍ଥିତି ୧-୧ରେ ବରାବର କରିଦେଇଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ରାଉଣ୍ଡର ଆରମ୍ଭରୁ କିମ ପ୍ରତିପକ୍ଷ ସାଇନାଙ୍କୁ ବ୍ୟାକଫୁଟ୍‌କୁ ଠେଲି ଦେଇ ସ୍ଥିତି ୮-୧ କରିଦେଇଥିଲେ।

ଏହି ସମୟରେ ସାଇନା ମ୍ୟାଚ୍‌ ଖେଳିବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ। ସେ ରିଟାର୍ଡ ହର୍ଟ ହେବାରୁ ଅମ୍ପାୟାର କିମଙ୍କୁ ବିଜେତା ଘୋଷଣା କରିଥିଲେ।

ଏହାପୂର୍ବରୁ ପୁରୁଷ ବର୍ଗରେ ଭାରତର ସାଇ ପ୍ରଣୀତ ମଧ୍ୟ ଆହତ କାରଣରୁ ମ୍ୟାଚ୍‌ ଅଧାରୁ ଓହରି ଯାଇଥିଲେ। ପ୍ରଣୀତଙ୍କ ମୁକାବିଲା ଡେନମାର୍କର ଆଣ୍ଡ୍ରେସ ଆଣ୍ଟୋନେସନଙ୍କ ସହ ହୋଇଥିଲା। ଆଣ୍ଡ୍ରେସ ପ୍ରଥମ ରାଉଣ୍ଡକୁ ୨୧-୯ରେ ଜିତିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ୧୧-୭ରେ ଆଗୁଆ ଥିଲେ। ଏହି ସମୟରେ ହିଁ ପ୍ରଣୀତ ରିଟାର୍ଡ ହର୍ଟ ହୋଇଥିଲେ।

ଭାରତର ଅନ୍ୟତମ ଷ୍ଟାର ମହିଳା ଶଟଲର ତଥା ବିଶ୍ୱ ବିଜେତା ପିଭି ସିନ୍ଧୁ ଆଜି ସମସ୍ତଙ୍କୁ ନିରାଶ କରିଛନ୍ତି। ସେ କୋରିଆନ ଓପନର ପ୍ରଥମ ରାଉଣ୍ଡରୁ ହିଁ ବିଦାୟ ନେଇଛନ୍ତି। ସିନ୍ଧୁଙ୍କ ମୁକାବିଲା ଆମେରିକାର ବିୱେଜ ଝାଙ୍ଗଙ୍କ ସହ ହୋଇଥିଲା।

ସିନ୍ଧୁ ପ୍ରଥମ ରାଉଣ୍ଡରେ ଝାଙ୍ଗଙ୍କୁ ୨୧-୭ରେ ପରାସ୍ତ କରିଥିଲେ। ହେଲେ ଏହାପରେ ଝାଙ୍ଗ ୨୪-୨୪ ଓ ୨୧-୧୫ରେ ସିନ୍ଧୁଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ।
ଏବେ କୋରିଆନ୍‌ ଓପନରେ ଭାରତର ପାରୁପାଲ୍ଲୀ କଶ୍ୟପ, ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ରହିଛନ୍ତି।

Related story