ଝିଅକୁ ଦେଖା କରିବାକୁ ଡହଳ ବିକଳ ହେଉଛନ୍ତି ସାମି: ଧୋନୀ କହିଲେ- ସେ ଧୋକା ଦେଇ ପାରିବେ ନାହିଁ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବିରୋଧର ତାଙ୍କ ପତ୍ନୀ ହସୀନ ଜହାଁ ଗୋଟିଏ ପରେ ଗୋଟିଏ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସାମି ପତ୍ନୀଙ୍କ ଅଭିଯୋଗ ଘେରରେ ଥାଇ ଏକାକୀ ନିଜ ପକ୍ଷ ରଖୁଥିବା ବେଳେ ତାଙ୍କ ସପକ୍ଷରେ ମତ ଦେଇଛନ୍ତି ମହେନ୍ଦ୍ର ସିଂ ଧୋନୀ। ଧୋନୀ କହିଛନ୍ତି ‘‘ମୋ ଜାଣିବାରେ ସାମି ଜଣେ ଖୁବ୍ ଭଲ ମଣିଷ। ସେ ଦେଶକୁ ଓ ତାଙ୍କ ପତ୍ନୀଙ୍କୁ କେବେବି ଧୋକା ଦେଇପାରିବେ ନାହିଁ।’’ ଧୋନୀ […]

sami

Rakesh Mallick
  • Published: Wednesday, 14 March 2018
  • , Updated: 14 March 2018, 07:54 AM IST

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବିରୋଧର ତାଙ୍କ ପତ୍ନୀ ହସୀନ ଜହାଁ ଗୋଟିଏ ପରେ ଗୋଟିଏ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସାମି ପତ୍ନୀଙ୍କ ଅଭିଯୋଗ ଘେରରେ ଥାଇ ଏକାକୀ ନିଜ ପକ୍ଷ ରଖୁଥିବା ବେଳେ ତାଙ୍କ ସପକ୍ଷରେ ମତ ଦେଇଛନ୍ତି ମହେନ୍ଦ୍ର ସିଂ ଧୋନୀ। ଧୋନୀ କହିଛନ୍ତି ‘‘ମୋ ଜାଣିବାରେ ସାମି ଜଣେ ଖୁବ୍ ଭଲ ମଣିଷ। ସେ ଦେଶକୁ ଓ ତାଙ୍କ ପତ୍ନୀଙ୍କୁ କେବେବି ଧୋକା ଦେଇପାରିବେ ନାହିଁ।’’ ଧୋନୀ ଆହୁରି ମଧ୍ୟ କହିଛନ୍ତି ଯେ, “ସାମିଙ୍କର ଏହା ବ୍ୟକ୍ତିଗତ ମାମଲା, ତେଣୁ ଏହା ଉପରେ କୌଣସି ମନ୍ତବ୍ୟ ଦେବା ଆମର ଠିକ୍‌ ହେବ ନାହିଁ।”

ପତ୍ନୀଙ୍କ ନୂଆ ଅଭିଯୋଗ: ସାମିଙ୍କ ପତ୍ନୀ ଏକ ସାକ୍ଷାତ୍‌କାରରେ ଅଭିଯୋଗ କରିଛନ୍ତି, ତାଙ୍କ ସ୍ୱାମୀ ଜଣେ ଦକ୍ଷିଣ ଆଫ୍ରିକୀୟ ମହିଳାଙ୍କ ସହିତ ସମ୍ପର୍କ ରଖିଛନ୍ତି। ଜାନୁଆରୀ-ଫେବ୍ରୁଆରୀ ମାସରେ ସେଠାରେ ୱାନ୍‌ଡେ ଓ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଇଥିବା ବେଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା ବୋଲି ସେ କହିଛନ୍ତି।

ଧୋନୀଙ୍କ ନେତୃତ୍ତ୍ୱରେ ଆରମ୍ଭ ହୋଇଥିଲା ସାମିଙ୍କ କ୍ରିକେଟ୍‌ ଜୀବନ: ଧୋନୀଙ୍କ ଅଧିନାୟକତ୍ୱରେ ମହମ୍ମଦ ସାମି କ୍ରିକେଟ୍‌ ଜୀବନ ଆରମ୍ଭ କରିଥିଲେ। ସେ ୨୦୧୩ ମସିହାରେ ଟେଷ୍ଟ ଓ ୱାନ୍‌ଡେ ସିରିଜ୍‌ରେ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ୨୦୧୪ରେ ସେ ଟି-ଟ୍ୱେଣ୍ଟିରେ ପ୍ରବେଶ କରିଥିଲେ।

ବାପା ଓ ଝିଅ ମଝିରେ ପାଚେରୀ ହୋଇଛି ମା’: ମାମଲା ଧୀରେ ଧୀରେ ଜଟିଳ ହେବାରୁ ସାମିଙ୍କ ପାଇଁ ଏହା ଗମ୍ଭୀର ସମସ୍ୟା ସୃଷ୍ଟି କରୁଛି। ଏପଟେ କିନ୍ତୁ ଅନେକ ଦିନ ହେବ ଝିଅକୁ ଦେଖି ନଥିବାରୁ ସାମିଙ୍କ ପିତୃତ୍ୱ ଡହଳବିକଳ ହେଉଛି। ତାଙ୍କ ଝିଅ ପତ୍ନୀଙ୍କ ପାଖରେ ରହୁଥିବାରୁ ସାମିଙ୍କୁ ଝିଅଠାରୁ ଦୂରେଇ ରହିବାକୁ ପଡୁଛି। ଏହି ଦୁଃଖକୁ ଟ୍ୱିଟରରେ ସେୟାର କରିଛନ୍ତି ସାମି। ସେ ଟ୍ୱିଟରେ ତାଙ୍କ ଝିଅର ଫଟୋ ପୋଷ୍ଟ କରିଛନ୍ତି। ଯେଉଁ ଫଟୋରେ ତାଙ୍କ ଝିଅ ମେଞ୍ଚାଏ ଚକୋଲେଟ୍‌ ମଝିରେ ବସିଛି। ଏହି ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ଚକୋଲେଟ୍‌ ଲଭର ବେବୋ ମିସ୍‌ ୟୁ। ସାମି ତାଙ୍କ ଝିଅ ପାଇଁ ଖୁବ୍‌ଶୀଘ୍ର କଳିର ସମାଧାନ ଚାହୁଁଛନ୍ତି।  ଆବଶ୍ୟକ ପଡ଼ିଲେ କୋଲକାତା ଯାଇ ପତ୍ନୀଙ୍କ ସହ କଥାବାର୍ତ୍ତା କରିବାକୁ ମଧ୍ୟ ରାଜି ଅଛନ୍ତି ବୋଲି ସାମି କହିଛନ୍ତି।

Related story