କ୍ରିକେଟର୍‌ ସାମିଙ୍କ ହ୍ୱାଟ୍ସଆପ୍‌ ଚାଟିଂ ହେଲା ଭାଇରାଲ୍‌: ଦେଖନ୍ତୁ ବିଭିନ୍ନ ମହିଳାଙ୍କ ସହ କ’ଣ କଥା ହେଉଥିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟର୍‌ ମହମ୍ମଦ ସାମି ଓ ତାଙ୍କ ପତ୍ନୀ ହସିନ ଜହାନଙ୍କ ମଧ୍ୟରେ ଲାଗିରହିଥିବା ତିକ୍ତତା ଦିନକୁ ଦିନ ନୂଆ ମୋଡ଼ ନେଉଛି। ସାମି ଅନେକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ କରିଥିଲେ ହସିନ୍‌। କେବଳ ଏତିକି ନୁହେଁ ସାମି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସହ ମ୍ୟାଚ୍‌ ଫିକ୍ସିଂରେ ମଧ୍ୟ ସେ ସାମିଲ ବୋଲି ହସିନ୍‌ କହିଥିଲେ। ଫଳରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା […]

Master

Ordigital Desk
  • Published: Saturday, 24 March 2018
  • , Updated: 24 March 2018, 09:49 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟର୍‌ ମହମ୍ମଦ ସାମି ଓ ତାଙ୍କ ପତ୍ନୀ ହସିନ ଜହାନଙ୍କ ମଧ୍ୟରେ ଲାଗିରହିଥିବା ତିକ୍ତତା ଦିନକୁ ଦିନ ନୂଆ ମୋଡ଼ ନେଉଛି। ସାମି ଅନେକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ କରିଥିଲେ ହସିନ୍‌। କେବଳ ଏତିକି ନୁହେଁ ସାମି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସହ ମ୍ୟାଚ୍‌ ଫିକ୍ସିଂରେ ମଧ୍ୟ ସେ ସାମିଲ ବୋଲି ହସିନ୍‌ କହିଥିଲେ। ଫଳରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଭଳି ପରିସ୍ଥିତିରେ ଗତ କାଲି ହସିନ୍‌ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦେଖା କରି ତାଙ୍କ ଅଭିଯୋଗ ଜଣାଇଥିଲେ। ହସିନଙ୍କ କହିବା କଥା, ମମତା ବାନାର୍ଜୀଙ୍କୁ ସେ ବିଧାନସଭା ପରିସରରେ ଭେଟିଥିଲେ। ଏବଂ ଏହା ପାଖାପାଖି ୧୦ ମିନିଟ୍ ଧରି ଚାଲିଥିଲା। ଅଭିଯୋଗ ଶୁଣିବା ପରେ ମମତା ବାନାର୍ଜୀ ନ୍ୟାୟ ଦେବା ପାଇଁ ତାଙ୍କୁ ପ୍ରତିଶୃତି ଦେଇଛନ୍ତି।

ଏହା ପୂର୍ବରୁ ହସିନ୍‌ ଜହାନ ପୁଣିଥରେ ସାମିଙ୍କ ହ୍ୱାଟ୍ସଆପ୍‌ ଚାଟ୍‌ର କିଛି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ଯାହାକୁ ନେଇ ବିବାଦ ପୁଣି ଥରେ ଗରମ ହୋଇଛି। ଏହି ହ୍ୱାଟ୍ସଆପ୍‌ ଚାଟ୍‌ରେ ସାମି ବିଭିନ୍ନ ମହିଳାଙ୍କୁ ସହ କଥା ହେଉଥିବାର ଦେଖିବାକୁ ମିଳିଛି। ଯାହା ଏବେ ଭାଇରାଲ୍‌ ମଧ୍ୟ ହେବାରେ ଲାଗିଛି।

Related story