ବିଶାଳ ଇଂନିସ ଖେଳି ବାପାଙ୍କୁ ଜନ୍ମଦିନର ଉପହାର ଦେଲେ ଏହି କ୍ରିକେଟର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ଅଣ୍ଡର-୧୯ କ୍ରିକେଟ୍‌ ଟିମ୍‌ ରାହୁଲ ଦ୍ରାବିଡ଼ଙ୍କ ତତ୍ୱାବଧାନରେ ବିଶ୍ୱକପ ଖେଳିବା ପାଇଁ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ଅନ୍ୟପଟେ ଡ୍ରାବିଡ଼ଙ୍କ ପୁଅ ସମିତ ସ୍କୁଲ କ୍ରିକେଟରେ ୧୫୦ରନର ପାଳି ଖେଳି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସମିତ ଦ୍ରାବିଡ଼ କର୍ଣ୍ଣାଟକ କ୍ରିକେଟ୍‌ ଆସୋସିଏସନ୍‌ ଅଧିନରେ ୧୪ ବର୍ଷରୁ କମ ବୟସରେ ଏକ ସ୍କୁଲ ଟୁର୍ଣ୍ଣାମେଣ୍ଟରେ ଏହି ସଫଳତା ପାଇଛନ୍ତି। ଆଜି ଦ୍ରାବିଡ଼ଙ୍କ ୪୫ତମ ଜନ୍ମଦିନ। ଜନ୍ମଦିନ ପୂର୍ବରୁ ପୁଅ ସମିତ ଏଭଳି ଏକ ବିଶାଳ […]

ssss

Ordigital Desk
  • Published: Thursday, 11 January 2018
  • , Updated: 11 January 2018, 11:25 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ଅଣ୍ଡର-୧୯ କ୍ରିକେଟ୍‌ ଟିମ୍‌ ରାହୁଲ ଦ୍ରାବିଡ଼ଙ୍କ ତତ୍ୱାବଧାନରେ ବିଶ୍ୱକପ ଖେଳିବା ପାଇଁ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ଅନ୍ୟପଟେ ଡ୍ରାବିଡ଼ଙ୍କ ପୁଅ ସମିତ ସ୍କୁଲ କ୍ରିକେଟରେ ୧୫୦ରନର ପାଳି ଖେଳି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସମିତ ଦ୍ରାବିଡ଼ କର୍ଣ୍ଣାଟକ କ୍ରିକେଟ୍‌ ଆସୋସିଏସନ୍‌ ଅଧିନରେ ୧୪ ବର୍ଷରୁ କମ ବୟସରେ ଏକ ସ୍କୁଲ ଟୁର୍ଣ୍ଣାମେଣ୍ଟରେ ଏହି ସଫଳତା ପାଇଛନ୍ତି। ଆଜି ଦ୍ରାବିଡ଼ଙ୍କ ୪୫ତମ ଜନ୍ମଦିନ। ଜନ୍ମଦିନ ପୂର୍ବରୁ ପୁଅ ସମିତ ଏଭଳି ଏକ ବିଶାଳ ପାଳି ଖେଳି ବାପାଙ୍କୁ ଉପହାର ଦେଇଛନ୍ତି।

ଅନ୍ୟପଟେ ପୂର୍ବ ଭାରତୀୟ ସ୍ପିନର ସୁନୀଲ ଯୋଶୀଙ୍କ ପୁଅ ଆର୍ୟନ ମଧ୍ୟ ୧୫୪ରନ ଏକ ବିଶାଳ ପାଳି ଖେଳି ନିଜ ପ୍ରତିଭା ଦେଖାଇଛନ୍ତି। ଏହି ଦୁଇଜଣଙ୍କ ଜବରଦସ୍ତ ପାଳି ବଳରେ ମାଲ୍ୟା ଆଦିତୀ ଇଣ୍ଟରନେସନାଲ୍‌ ସ୍କୁଲ ୫୦ ଓଭରରେ ୫୦୦ ରନ୍‌ କରିଥିଲା। ବିଶାଳ ଲକ୍ଷ୍ୟକୁ ପିଛା କରି ବିପକ୍ଷ ଟିମ୍‌ ବିବେକାନନ୍ଦ ସ୍କୁଲ ମାତ୍ର ୮୮ ରନ୍‌ କରିପାରିଥିଲା। ଫଳରେ ମାଲ୍ୟା ଆଦିତୀ ଇଣ୍ଟରନେସନାଲ୍‌ ସ୍କୁଲ ୪୧୨ ରନର ବିଶାଳ ବିଜୟ ହାସଲ କରିଥିଲା।

ସମିତ ୨୦୧୫ରେ ସେପ୍ଟେମ୍ବରରେ ଅନୁଷ୍ଠିତ ଅଣ୍ଡର-୧୨ ଗୋପାଲନ୍‌ କ୍ରିକେଟ୍‌ ଚ୍ୟାଲେଞ୍ଜରେ ବେଷ୍ଟ ବ୍ୟାଟ୍ସମ୍ୟାନ୍‌ ଆୱାର୍ଡ ଜିତିଥିଲେ। ସେ ତଗାତର ୩ଟି ମ୍ୟାଚରେ ୭୭, ୯୩, ୭୭ ସ୍କୋର କରି ଏହି ସଫଳତା ପାଇଥିଲେ।

Related story