ସାନିଆ ମିର୍ଜା ମା’ ହେଲେ

ନୂଆଦିଲ୍ଲୀ: ଭାରତୀୟ ଟେନିସ୍‌ କୁଇନ୍‌ ସାନିଆ ମିର୍ଜା ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏନେଇ ସାନିଆଙ୍କ ସ୍ୱାମୀ ତଥା ପାକିସ୍ତାନୀ କ୍ରିକେଟର୍‌ ଶୋଏବ ମଲିକ ମଙ୍ଗଳବାର ସକାଳେ ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟ୍‌ର ପେଜ୍‌ରେ ଲେଖିଛନ୍ତି- ଉଭୟ ମାଆ ଓ ଛୁଆ ସୁସ୍ଥ ଅଛନ୍ତି। Excited to announce: Its a boy, and my girl is doing great and keeping strong as usual #Alhumdulilah. […]

saniamirza

Jitendra Garnayak
  • Published: Tuesday, 30 October 2018
  • , Updated: 30 October 2018, 10:01 AM IST

ନୂଆଦିଲ୍ଲୀ: ଭାରତୀୟ ଟେନିସ୍‌ କୁଇନ୍‌ ସାନିଆ ମିର୍ଜା ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।

ଏନେଇ ସାନିଆଙ୍କ ସ୍ୱାମୀ ତଥା ପାକିସ୍ତାନୀ କ୍ରିକେଟର୍‌ ଶୋଏବ ମଲିକ ମଙ୍ଗଳବାର ସକାଳେ ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟ୍‌ର ପେଜ୍‌ରେ ଲେଖିଛନ୍ତି- ଉଭୟ ମାଆ ଓ ଛୁଆ ସୁସ୍ଥ ଅଛନ୍ତି।

ଏ ଖବର ପାଇବା ପରେ ସାନିଆଙ୍କୁ ତାଙ୍କ ଫ୍ୟାନ୍‌ମାନେ ସୋଶାଲ୍ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି।

ଗର୍ଭବତୀ ଥିବା ନେଇ ସାନିଆ ମିର୍ଜା ସୋଶାଲ ମିଡିଆରେ ଖବର ଶେୟାର କରିଥିଲେ। ଏହି ସମୟରେ ସେ Babymirzamalik ହ୍ୟାସଟ୍ୟାଗ୍ (#) ବ୍ୟବହାର କରିଥିଲେ। ସେ କହିଥିଲେ,“ମୋ ଛୁଆର ସରନେମ୍‌ ମିର୍ଜା ମଲିକ’ ରହିବ।”

ସୂଚନାଯୋଗ୍ୟ, ସାନିଆ ମିର୍ଜା ୨୦୧୦ରେ ପାକିସ୍ତାନୀ କ୍ରିକେଟର୍‌ ଶୋଏବ ମଲିକଙ୍କୁ ବିବାହ କରିଥିଲେ।

Related story