ରିଓ ଅଲିମ୍ପିକ୍ ପାଇଁ ପ୍ରସ୍ତୁତ ଅଛି, ମେଡାଲ ଆଶା ରଖିନି: ସାନିଆ

ମୁମ୍ବାଇ: ଅଗଷ୍ଟରୁ ବ୍ରାଜିଲର ରିଓ ଡି ଜେନେରିଓରେ ଅଲିମ୍ପିକ୍‌ ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ଟେନିସ୍‌ ଷ୍ଟାର ସାନିଆ ମିର୍ଜା।  କିନ୍ତୁ ସେ ଏହି ବିଶ୍ୱ କ୍ରୀଡା ମହାକୁମ୍ଭରେ ଭାଗ ନେବାକୁ ପ୍ରସ୍ତୁତ ଥିବା ବେଳେ ମେଡାଲ ଆଶା ରଖିନି ବୋଲି କହିଛନ୍ତି। ମହିଳା ଯୁଗ୍ମ ବର୍ଗରେ ସାନିଆ ମିର୍ଜା-ପ୍ରାର୍ଥନା ଥୋମ୍ବେରେ ଯୋଡିକୁ ଦେଖିବାକୁ ମିଳିବ। ସେହିପରି ମିଶ୍ରିତ ଯୁଗ୍ମ ବର୍ଗରେ ରୋହନ ବୋପାନ୍ନାଙ୍କ ସହ ମିଶି ପ୍ରତିଦ୍ୱନ୍ଦ୍ୱିତା କରିବେ। […]

sania-mirza-salman-khan-1807

Rakesh Mallick
  • Published: Monday, 18 July 2016
  • , Updated: 18 July 2016, 07:47 PM IST

ମୁମ୍ବାଇ: ଅଗଷ୍ଟରୁ ବ୍ରାଜିଲର ରିଓ ଡି ଜେନେରିଓରେ ଅଲିମ୍ପିକ୍‌ ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ଟେନିସ୍‌ ଷ୍ଟାର ସାନିଆ ମିର୍ଜା।  କିନ୍ତୁ ସେ ଏହି ବିଶ୍ୱ କ୍ରୀଡା ମହାକୁମ୍ଭରେ ଭାଗ ନେବାକୁ ପ୍ରସ୍ତୁତ ଥିବା ବେଳେ ମେଡାଲ ଆଶା ରଖିନି ବୋଲି କହିଛନ୍ତି।

ମହିଳା ଯୁଗ୍ମ ବର୍ଗରେ ସାନିଆ ମିର୍ଜା-ପ୍ରାର୍ଥନା ଥୋମ୍ବେରେ ଯୋଡିକୁ ଦେଖିବାକୁ ମିଳିବ। ସେହିପରି ମିଶ୍ରିତ ଯୁଗ୍ମ ବର୍ଗରେ ରୋହନ ବୋପାନ୍ନାଙ୍କ ସହ ମିଶି ପ୍ରତିଦ୍ୱନ୍ଦ୍ୱିତା କରିବେ।

ସାନିଆ କହିଛନ୍ତି,“ପ୍ରତ୍ୟେକ ଟୁର୍ଣ୍ଣାମେଣ୍ଟରେ ଆମେ ଭାଗ ନେଇ ଖେଳିବା ଦରକାର। ମେରିଟ୍‌ ହିସାବରେ ଆମକୁ ପଦକ ମିଳିବ। କଠିନ ପରିଶ୍ରମ କଲେ ଜଣେ ଖେଳାଳି ନଶ୍ଚିତଭାବେ ମେଡାଲ ଜିତିପାରିବ। ଏଥିରେ କୌଣସି ଦ୍ୱିଧା ନାହିଁ। କୌଣସି ଟୁର୍ଣ୍ଣାମେଣ୍ଟରେ ଯଦି ବା ତମେ ମେଡାଲ ଜିତିପାରୁ ନାହଁ ତେବେ ଖେଳ ଜାରି ରଖିବା ଦରକାର। ପ୍ରଦର୍ଶନ ଖରାପ ହେଲେ ବସିପଡିବା ଉଚିତ ନୁହେଁ। ଏହା କ୍ରୀଡା ଜୀବନ ଉପରେ କୁପ୍ରଭାବ ପକାଇ ଥାଏ।”

ଗତକାଲି ରାତିରେ ସାନିଆଙ୍କ ଆତ୍ମଜୀବନୀ ‘Ace against odds’କୁ ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ଲୋକାର୍ପିତ କରିଛନ୍ତି।

ବୋପାନ୍ନା-ସାନିଆ ଟେନିସ୍‌ କେମେଷ୍ଟ୍ରୀକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି,“ଦୀର୍ଘ ଦିନରୁ ଆମେ ଦୁହେଁ ଦୁହିଁଙ୍କୁ ଜାଣିଛୁ। ଆମେ ବହୁ ଟୁର୍ଣ୍ଣାମେଣ୍ଟ ଏକଠି ମଧ୍ୟ ଖେଳିଛୁ। ତେଣୁ ଆମେ ରିଓ ଅଲିମ୍ପିକ୍‌ରେ  ମିଶ୍ରିତ ଯୁଗ୍ମ ବର୍ଗରେ ଖେଳିବାକୁ ନିଷ୍ପତ୍ତି ନେଇଛୁ।”

Related story