କାଠୁଆ ଦୁଷ୍କର୍ମ ଘଟଣାରେ ଟ୍ୱିଟ୍‌କରି ଏମିତି ଜବାବ ପାଇଲେ ସାନିଆ

ନୂଆଦିଲ୍ଲୀ: ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ଟେନିସ୍‌ ମ୍ୟାଚ୍‌ ଖେଳି ଭାରତ ପାଇଁ ଗୌରବ ଆଣିଥିବା ସାନିଆ ମିର୍ଜାଙ୍କ ଦେଶ ଭକ୍ତି ଉପରେ ପ୍ରଶ୍ନ ଉଠିଛି। କାଠୁଆ ଦୁଷ୍କର୍ମ ମାମଲାରେ ସେ କରିଥିବା ଟ୍ୱିଟ୍‌ ଯୋଗୁଁ ଟ୍ରୋଲ୍‌ର ଶିକାର ହେବା ସହିତ ଜଣେ ବ୍ୟକ୍ତି ତାଙ୍କ ଦେଶ ଭକ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଦେଶର ପ୍ରତ୍ୟେକ ଘଟଣା ଉପରେ ନିର୍ଭୟରେ ନିଜ ମତ ରଖୁଥିବା ସାନିଆ କାଠୁଆର ୮ ବର୍ଷର ଝିଅକୁ ଦୁଷ୍କର୍ମ ଘଟଣାରେ ଦୁଃଖ […]

saniiii

Rakesh Mallick
  • Published: Monday, 16 April 2018
  • , Updated: 16 April 2018, 04:12 PM IST

ନୂଆଦିଲ୍ଲୀ: ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ଟେନିସ୍‌ ମ୍ୟାଚ୍‌ ଖେଳି ଭାରତ ପାଇଁ ଗୌରବ ଆଣିଥିବା ସାନିଆ ମିର୍ଜାଙ୍କ ଦେଶ ଭକ୍ତି ଉପରେ ପ୍ରଶ୍ନ ଉଠିଛି। କାଠୁଆ ଦୁଷ୍କର୍ମ ମାମଲାରେ ସେ କରିଥିବା ଟ୍ୱିଟ୍‌ ଯୋଗୁଁ ଟ୍ରୋଲ୍‌ର ଶିକାର ହେବା ସହିତ ଜଣେ ବ୍ୟକ୍ତି ତାଙ୍କ ଦେଶ ଭକ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି।

ଦେଶର ପ୍ରତ୍ୟେକ ଘଟଣା ଉପରେ ନିର୍ଭୟରେ ନିଜ ମତ ରଖୁଥିବା ସାନିଆ କାଠୁଆର ୮ ବର୍ଷର ଝିଅକୁ ଦୁଷ୍କର୍ମ ଘଟଣାରେ ଦୁଃଖ ପ୍ରକାଶ କରି ଟ୍ୱିଟ୍ କରିଥିଲେ। ସେ ତାଙ୍କ ଟ୍ୱିଟ୍‌ରେ ଲେଖିଥିଲେ ‘କ’ଣ ଆମେ ବିଶ୍ୱ ସମ୍ମୁଖରେ ଆମ ଦେଶର ପରିଚୟ ଏଭଳି ଦେବା ? ଯଦି ଆମେ ଜାତି, ଧର୍ମ, ବର୍ଣ୍ଣ  ଓ ରଙ୍ଗକୁ ବାଦ ଦେଇ ଏହି  ୮ ବର୍ଷର ଝିଅ ପାଇଁ ଏକତ୍ରିତ ହୋଇପାରିବାନି ତାହାଲେ ଆଉ କେବେବି କୌଣସି ଘଟଣାରେ ଛିଡ଼ା ହୋଇପାରିବାନି।’

ସାନିଆଙ୍କ ଏହି ଟ୍ୱିଟ୍‌ ଉପରେ ମିଶ୍ର ପ୍ରତିକ୍ରିୟା ଆସିଥିଲା। କେତେକ ବ୍ୟକ୍ତି ତାଙ୍କୁ ପ୍ରଶଂସା କରିଥିବା ବେଳେ ଆଉ କେତେକ ତାଙ୍କୁ ପାକିସ୍ତାନୀ କହି ସମାଲୋଚନା କରିଥିଲେ। ଏଥିରେ ଜଣେ ବ୍ୟକ୍ତି ଲେଖିଛନ୍ତି, ‘ମାଡାମ୍‌ ଆପଣ ପାକିସ୍ତାନରେ ବାହା ହୋଇଥିଲେ। ତେଣୁ ଏବେ ଆପଣ ଭାରତୀୟ ନୁହଁନ୍ତି। ତଥାପି ଆପଣ ଟ୍ୱିଟ୍‌ କରୁଛନ୍ତି। ପାକିସ୍ତାନ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଉଥିବା ନୀରିହଙ୍କ ପାଇଁ ଥରେ ହେଲେ ତ ଟ୍ୱିଟ୍‌ କରନ୍ତୁ।’

ସାନିଆ ଏହାର ଦୃଢ଼ ଜବାବ ମଧ୍ୟ ଦେଇଥିଲେ। ସେ  ଉତ୍ତରରେ ଲେଖିଥିଲେ ’ପ୍ରଥମ କଥା ହେଲା କେହି କୌଣସି ଦେଶକୁ ବିବାହ କରେ ନାହିଁ। ଜଣେ ବ୍ୟକ୍ତିଙ୍କୁ ବିବାହ କରେ। ଦ୍ୱିତୀୟ କଥା ହେଲା ମୁଁ ଆଜିବି ଭାରତ ପାଇଁ ଖେଳୁଛି। ମୁଁ ଜଣେ ଭାରତୀୟ, ଆଉ ଆଗକୁ ବି ଭାରତୀୟ ରହିବି। ମୁଁ କେଉଁ ଦେଶର ନାଗରିକ ଏକଥା ଆପଣ ନିର୍ଣ୍ଣୟ କରିପାରିବେନି। ଯେବେ ଆପଣ ଦେଶ ଓ ଧର୍ମର ଊର୍ଦ୍ଧ୍ୱରେ ଚିନ୍ତା କରିବେ ତେବେ ଯାଇ ଆପଣଙ୍କ ମଣିଷପଣିଆ ଜାଗ୍ରତ ହେବ।’

Related story