ରେକର୍ଡ କଲେ ସୌରଭ ଘୋଷାଲ

ନୂଆଦିଲ୍ଲୀ: ଭାରତର ଯୁବ ସ୍କ୍ୱାଶ ଖେଳାଳି ସୌରଭ ଘୋଷାଲ ଆଜି ରେକର୍ଡ କରିଛନ୍ତି। ପିଏସ୍‌ଏ ବିଶ୍ୱ ରାଙ୍କିଙ୍ଗରେ ପ୍ରଥମ ଭାରତୀୟ ପୁରୁଷ ସ୍କ୍ୱାଶ ଖେଳାଳି ଭାବେ ସୌରଭ ଟପ୍‌ ୧୦ରେ ପ୍ରବେଶ କରିଛନ୍ତି। ପୂର୍ବରୁ ସୌରଭ ୧୨ ନମ୍ବର ସ୍ଥାନରେ ଥିଲେ। କିନ୍ତୁ ସେ ଦମଦାର ପ୍ରଦର୍ଶନ କରି ଦୁଇଟି ସ୍ଥାନ ଉପରକୁ ଉଠିଛନ୍ତି। ଫଳରେ ଏବେ ସେ ରାଙ୍କିଙ୍ଗର ୧୦ତମ ସ୍ଥାନରେ ପହଞ୍ଚିଛନ୍ତି। ୨୦୧୮-୧୯ ପିଏସ୍‌ଏ ବିଶ୍ୱ ଚାମ୍ପିୟନଶିପ୍‌ ଚିକାଗୋରେ ଖେଳା ଯାଉଥିଲା। ପ୍ରଥମଥର ପାଇଁ […]

re

Hemant Lenka
  • Published: Monday, 01 April 2019
  • , Updated: 01 April 2019, 08:53 PM IST

ନୂଆଦିଲ୍ଲୀ: ଭାରତର ଯୁବ ସ୍କ୍ୱାଶ ଖେଳାଳି ସୌରଭ ଘୋଷାଲ ଆଜି ରେକର୍ଡ କରିଛନ୍ତି। ପିଏସ୍‌ଏ ବିଶ୍ୱ ରାଙ୍କିଙ୍ଗରେ ପ୍ରଥମ ଭାରତୀୟ ପୁରୁଷ ସ୍କ୍ୱାଶ ଖେଳାଳି ଭାବେ ସୌରଭ ଟପ୍‌ ୧୦ରେ ପ୍ରବେଶ କରିଛନ୍ତି।

ପୂର୍ବରୁ ସୌରଭ ୧୨ ନମ୍ବର ସ୍ଥାନରେ ଥିଲେ। କିନ୍ତୁ ସେ ଦମଦାର ପ୍ରଦର୍ଶନ କରି ଦୁଇଟି ସ୍ଥାନ ଉପରକୁ ଉଠିଛନ୍ତି। ଫଳରେ ଏବେ ସେ ରାଙ୍କିଙ୍ଗର ୧୦ତମ ସ୍ଥାନରେ ପହଞ୍ଚିଛନ୍ତି।

୨୦୧୮-୧୯ ପିଏସ୍‌ଏ ବିଶ୍ୱ ଚାମ୍ପିୟନଶିପ୍‌ ଚିକାଗୋରେ ଖେଳା ଯାଉଥିଲା। ପ୍ରଥମଥର ପାଇଁ ସୌରଭ ଏହି ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ। ଫଳରେ ତାଙ୍କ ରାଙ୍କିଙ୍ଗରେ ଏଭଳି ସୁଧାର ଆସିଛି।

Related story