ଆଇଏସଏସଏଫ୍ ୱାର୍ଲ୍ଡ କପ୍: ମିକ୍ସଡ୍ ଟିମ ଇଭେଣ୍ଟରେ ସୌରଭ-ମନୁଙ୍କୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଦିଲ୍ଲୀର କର୍ଣ୍ଣି ସିଂହ ଶୁଟିଂ ରେଞ୍ଜରେ ଚାଲିଥିବା ଆଇଏସଏସଏଫ ୱାର୍ଲ୍ଡ କପ୍‌ରେ ଭାରତର ସୌରଭ ଚୌଧୁରୀ ଓ ମନୁ ଭାକରଙ୍କ ଯୋଡ଼ି ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଦିଲ୍ଲୀରେ ଚାଲିଥିବା ଏହି ଚାମ୍ପିଅନଶିପର ବୁଧବାର ଅନ୍ତିମ ଦିବସରେ ଏହି ଯୋଡ଼ି ୪୮୩.୪ ପଏଣ୍ଟ ସହ ଶୀର୍ଷରେ ରହିଥିଲେ । ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ୩ ସ୍ୱର୍ଣ୍ଣ ସହ ଅଭିଯାନ ଶେଷ କରିଛି । ତେବେ ଅଲିମ୍ପିକ୍ […]

saurav

saurav

Subrat Kumar Nayak
  • Published: Wednesday, 27 February 2019
  • Updated: 27 February 2019, 06:11 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର କର୍ଣ୍ଣି ସିଂହ ଶୁଟିଂ ରେଞ୍ଜରେ ଚାଲିଥିବା ଆଇଏସଏସଏଫ ୱାର୍ଲ୍ଡ କପ୍‌ରେ ଭାରତର ସୌରଭ ଚୌଧୁରୀ ଓ ମନୁ ଭାକରଙ୍କ ଯୋଡ଼ି ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଦିଲ୍ଲୀରେ ଚାଲିଥିବା ଏହି ଚାମ୍ପିଅନଶିପର ବୁଧବାର ଅନ୍ତିମ ଦିବସରେ ଏହି ଯୋଡ଼ି ୪୮୩.୪ ପଏଣ୍ଟ ସହ ଶୀର୍ଷରେ ରହିଥିଲେ ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ୩ ସ୍ୱର୍ଣ୍ଣ ସହ ଅଭିଯାନ ଶେଷ କରିଛି । ତେବେ ଅଲିମ୍ପିକ୍ ଭାରତ ମାତ୍ର ଗୋଟିଏ କୋଟା ହାସଲ କରିବାକୁ ସକ୍ଷମ ହୋଇଛି । ସିନିୟର ବିଶ୍ୱକପ୍‌ରେ ସୌରଭଙ୍କ ଏହା ଦ୍ୱିତୀୟ ପଦକ । ତେବେ ମିକ୍ସଡ ଟିମ ଇଭେଣ୍ଟରେ ତାଙ୍କର ଏହା ପ୍ରଥମ ପଦକ ।

ଏହା ପୂର୍ବରୁ ଟୁର୍ଣ୍ଣାମେଣ୍ଟରେ ସୌରଭ ପୁରୁଷଙ୍କ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ୱାର୍ଲ୍ଡ ରେକର୍ଡ ୨୪୫.୦ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାସହ ସେ ଟୋକିଓ ଅଲିମ୍ପିକ୍-୨୦୨୦ରେ ଭାରତ ପାଇଁ କୋଟା ମଧ୍ୟ ହାସଲ କରିଥିଲେ । ଅନ୍ୟପକ୍ଷରେ ମନୁ ଭାକର ମହିଳାଙ୍କ ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ପଞ୍ଚମ ସ୍ଥାନରେ ରହିଥିଲେ ।

୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ଚୀନ ଯୋଡ଼ି ରାନଜିନ୍ ଜିଆଙ୍ଗ ଓ ବୋୱେନ୍ ଝାଙ୍ଗ୍ ୪୭୭.୭ ପଏଣ୍ଟ ସହ ରୌପ୍ୟ ଏବଂ କୋରିଆ ଯୋଡ଼ି ମିନଜୁଙ୍ଗ୍ କିମ୍ ଓ ଡାଇହୁନ୍ ପାର୍କ ୪୧୮.୮ ପଏଣ୍ଟ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ଇଭେଣ୍ଟର ଫାଇନାଲ ପର୍ଯ୍ୟନ୍ତ ଭାରତୀୟ ଯୋଡ଼ି ଦବଦବା ଦେଖାଇଥିଲେ । ଅନ୍ୟ ଭାରତୀୟ ଟିମ୍ ମଧ୍ୟରୁ ହୀନା ସିଦ୍ଧୁ ଓ ଅଭିଷେକ ବର୍ମା କ୍ୱାଲିଫିକେସନରୁ ଆଗକୁ ବଢ଼ିପାରିନଥିଲେ ।

ସେହିପରି ରବି କୁମାର ଓ ଅଞ୍ଜୁମ ମୁଗଦିଲ ଏବଂ ଅପୂର୍ବୀ ଚାନ୍ଦେଲା ଓ ଦୀପକ କୁମାରଙ୍କ ଯୋଡ଼ି ଯଥାକ୍ରମେ ସପ୍ତମ ଓ ୨୫ତମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ତିନୋଟି ସ୍ୱର୍ଣ୍ଣ ଜିତି ହଙ୍ଗେରୀ ସହ ଶୀର୍ଷରେ ରହିଛି । ଟୁର୍ଣ୍ଣାମେଣ୍ଟରେ ୧୪ଟି ଅଲିମ୍ପିକ କୋଟା ଥିବା ବେଳେ ଭାରତ ମାତ୍ର ଗୋଟିଏ ହିଁ ହାସଲ କରିପାରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos