ଦ୍ୱିତୀୟ ଟି-୨୦: ଭାରତ ପାଇଁ ‘କର ବା ମର’ ମ୍ୟାଚ୍

ବେଙ୍ଗାଲୁରୁ: ବିଶାଖାପଟ୍ଟନମରେ ଅନୁଷ୍ଠିତ ପ୍ରଥମ ଟି-୨୦ ହାରିବା ପରେ ବ୍ୟାକଫୁଟକୁ ଚାଲିଆସିଥିବା ଟିମ ଇଣ୍ଡିଆକୁ ସିରିଜ୍ ବଞ୍ଚାଇବା ପାଇଁ ବୁଧବାର ଏଠାରେ ହେବାକୁଥିବା ଦ୍ୱିତୀୟ ମ୍ୟାଚକୁ ଯେ କୌଣସି ପରିସ୍ଥିତିରେ ଜିତିବାକୁ ପଡ଼ିବ। ପ୍ରଥମ ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ସିରିଜରେ ୧-୦ ଆଗୁଆ ରହିଛି। ଏଭଳି ସ୍ଥିତିରେ ସିରିଜକୁ ଫେରିବା ଭାରତ ପକ୍ଷେ ସହଜ ହେବନି। ପ୍ରଥମ ମ୍ୟାଚରେ ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ଭାରତ ମାତ୍ର ୧୨୬ କରିବାକୁ ସକ୍ଷମ ହୋଇଥିଲା। ଜସପ୍ରୀତ ବୁମ୍ରାଙ୍କ ଶାଣିତ […]

virat

virat

Subrat Kumar Nayak
  • Published: Tuesday, 26 February 2019
  • Updated: 26 February 2019, 06:04 PM IST

Sports

Latest News

ବେଙ୍ଗାଲୁରୁ: ବିଶାଖାପଟ୍ଟନମରେ ଅନୁଷ୍ଠିତ ପ୍ରଥମ ଟି-୨୦ ହାରିବା ପରେ ବ୍ୟାକଫୁଟକୁ ଚାଲିଆସିଥିବା ଟିମ ଇଣ୍ଡିଆକୁ ସିରିଜ୍ ବଞ୍ଚାଇବା ପାଇଁ ବୁଧବାର ଏଠାରେ ହେବାକୁଥିବା ଦ୍ୱିତୀୟ ମ୍ୟାଚକୁ ଯେ କୌଣସି ପରିସ୍ଥିତିରେ ଜିତିବାକୁ ପଡ଼ିବ। ପ୍ରଥମ ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ସିରିଜରେ ୧-୦ ଆଗୁଆ ରହିଛି। ଏଭଳି ସ୍ଥିତିରେ ସିରିଜକୁ ଫେରିବା ଭାରତ ପକ୍ଷେ ସହଜ ହେବନି। ପ୍ରଥମ ମ୍ୟାଚରେ ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ଭାରତ ମାତ୍ର ୧୨୬ କରିବାକୁ ସକ୍ଷମ ହୋଇଥିଲା। ଜସପ୍ରୀତ ବୁମ୍ରାଙ୍କ ଶାଣିତ ବୋଲିଂ ଆକ୍ରମଣ ବଳରେ ମ୍ୟାଚକୁ ଶେଷ ଓଭର ପର୍ଯ୍ୟନ୍ତ ଟିମ ଇଣ୍ଡିଆ ନେଇଥିଲା, କିନ୍ତୁ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା। ଫଳସ୍ୱରୂପ ମ୍ୟାଚର ଅନ୍ତିମ ବଲରେ ଭାରତକୁ ୩ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏହି ପରାଜୟ ପରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଭାରତ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି ।

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ପୂର୍ବରୁ କହିସାରିଛନ୍ତି ଯେ, ବିଶ୍ୱକପ୍ ପାଇଁ ଟିମ୍ ଚୟନ ହୋଇସାରିଛି। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ଯେ ବିଶ୍ୱକପରେ ସ୍ଥାନ ପାଇବେ ନାହିଁ, ସେକଥା ବିରାଟ କହିଁନାହାନ୍ତି। ଲୋକେଶ ରାହୁଲ ଓ ରିଷଭ ପନ୍ତଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଅଧିକାଂଶ ମ୍ୟାଚରେ ସୁଯୋଗ ଦିଆଯାଇପାରେ। ପ୍ରଥମ ମ୍ୟାଚରେ ନିୟମିତ ଓପ୍ନର ଶିଖର ଧୱନଙ୍କୁ ବିଶ୍ରାମ ଦେଇ ରାହୁଲଙ୍କ ଖେଳାଇବାର ନିଷ୍ପତ୍ତି ସଠିକ୍ ସାବ୍ୟସ୍ତ ହୋଇଛି। ରାହୁଲ ଏହି ମ୍ୟାଚରେ ୩୬ ବଲରେ ୫୦ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।

ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ରାହୁଲଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା, ଯାହା ପରେ ଏକ ଟିଭି ଶୋ’ରେ ମହିଳାଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିବା କାରଣରୁ ତାଙ୍କୁ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଲମ୍ବିତ କରାଯାଇଥିଲା। ଅବଶ୍ୟ ପରେ ସେମାନଙ୍କ ଉପରୁ ପ୍ରତିବନ୍ଧ ହଟାଯାଇଥିଲା, କିନ୍ତୁ ଏବେ ବି ଦୁହିଁଙ୍କୁ ତଦନ୍ତର ସାମ୍ନା କରିବାକୁ ପଡ଼ିପାରେ। ସିରିଜ୍ ବର୍ତ୍ତମାନ ଆର୍-ପାର୍ ସ୍ଥିତିରେ ଥିବାରୁ ରୋହିତ ଶର୍ମାଙ୍କ ସହ ଶିଖର ଧୱନଙ୍କୁ ଇନିଂସ୍ ଓପନ୍ କରିବା ପାଇଁ ସୁଯୋଗ ମିଳିପାରେ। ନହେଲେ ବିଶାଖାପଟ୍ଟନମରେ ଓପନ କରିଥିବା ଯୋଡ଼ିଙ୍କୁ ପୁଣିଥରେ ସୁଯୋଗ ମିଳିବ। ଲମ୍ବା ବିରତି ପରେ ପ୍ରତ୍ୟାବର୍ତ୍ତନ କରିଥିବା ବୁମ୍ରା ଚମତ୍କାର ବୋଲିଂ କରିଥିଲେ, କିନ୍ତୁ ଉମେଶ ଯାଦବ ଅତ୍ୟଧିକ ରନ୍ ବ୍ୟୟ କରିଥିଲେ ଏବଂ ଅନ୍ତିମ ଓଭରରେ ୧୪ ରନ୍ ଡିଫେଣ୍ଡ୍ କରିପାରିନଥିଲେ। ଏଭଳି ସ୍ଥିତିରେ ଉମେଶ ଯାଦବଙ୍କ ସ୍ଥାନରେ ସିଦ୍ଧାର୍ଥ କୌଲଙ୍କୁ ସୁଯୋଗ ମିଳିପାରେ। ଯଦି ସିଦ୍ଧାର୍ଥ ନଖେଳନ୍ତି, ତାହେଲେ କୋହଲି ଅତିରିକ୍ତ ଅଲରାଉଣ୍ଡର ଭାବେ ବିଜୟ ଶଙ୍କରଙ୍କୁ ଅନ୍ତିମ ଏକାଦଶରେ ସାମିଲ କରିପାରନ୍ତି।

ପ୍ରଥମ ମ୍ୟାଚରେ ଭାରତ ଭଲ ଆରମ୍ଭ କରିଥିବା ସତ୍ତେ୍ୱ ବଡ଼ ସ୍କୋର କରିବାକୁ ଅମସର୍ଥ ହୋଇଥିଲା। ୱାର୍ଲ୍ଡକପ୍ ଟିମରେ ସ୍ଥାନ ହାସଲ ପାଇଁ ପ୍ରବଳ ଦାବିଦାର କୁହାଯାଉଥିବା ପନ୍ତ ରବିବାର ଜଲଦି ଆଉଟ୍ ହେବା ପରେ ଦ୍ୱିତୀୟ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ଚାହିଁବେ। ଦିନେଶ କାର୍ତ୍ତିକ ମଧ୍ୟ ବଡ଼ ସ୍କୋର କରି ନିଜ ଦାବିଦାରୀକୁ ମଜଭୁତ କରିବାକୁ ଚାହିଁବେ। ୱାର୍ଲ୍ଡକପ୍ ପୂର୍ବରୁ ନିଜର ଦକ୍ଷତା ପ୍ରମାଣ କରିବା ପାଇଁ କାର୍ତ୍ତିକଙ୍କ ନିମନ୍ତେ ଏହା ଶେଷ ସୁଯୋଗ।

ଦ୍ୱିତୀୟ ମ୍ୟାଚରେ ସମସ୍ତଙ୍କ ନଜର ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ରହିବ, ଯିଏ ଭାଇଜାଗରେ ରନ୍ ପାଇଁ ସଂଘର୍ଷ କରିଥିଲେ। ପ୍ରଥମ ମ୍ୟାଚରେ ଧୋନି ୩୭ ବଲରେ ମାତ୍ର ୨୯ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ଭଲ ପ୍ରଦର୍ଶନ ଦ୍ୱାରା ଧୋନି ସମାଲୋଚକଙ୍କ ମୁହଁ ବନ୍ଦ କରିବାରେ ସଫଳ ହୋଇଥିଲେ। କିନ୍ତୁ ରବିବାରର ଧିମା ଇନିଂସ୍ ପରେ ପୁଣିଥରେ ତାଙ୍କ ଉପରକୁ ଆଙ୍ଗୁଳି ଉଠିଛି। ଡେବ୍ୟୁ କରିଥିବା ଲେଗ୍ ସ୍ପିନର୍ ମୟଙ୍କ ମାର୍କଣ୍ଡେ କୌଣସି ସଫଳତା ପାଇନଥିଲେ। କିନ୍ତୁ ଅଧିନାୟକ କୋହଲିଙ୍କ ଅନୁଯାୟୀ, ମାର୍କଣ୍ଡେଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲା।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପାଖରେ ଭାରତ ବିପକ୍ଷ ସିରିଜ୍ ଜିତିବା ପାଇଁ ଭଲ ସୁଯୋଗ ରହିଛି। ଭାରତକୁ ହରାଇ ଅଷ୍ଟ୍ରେଲିଆ ନିଜ ମାଟିରେ ମିଳିଥିବା ଦିନିିକଆ ଓ ଟେଷ୍ଟ ସିରିଜ ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ। ଅଧିନାୟକ ଆରୋନ୍ ଫିଞ୍ଚ ବଡ଼ ଇନିଂସ୍ ଖେଳି ଟିମକୁ ଜିତାଇବାକୁ ଚାହିଁବେ। ଏହାବ୍ୟତୀତ ଟିମ ଗ୍ଲେନ ମ୍ୟାକ୍ସୱେଲଙ୍କଠାରୁ ଆଉ ଏକ ଦମଦାର ଇନିଂସ୍ ଆଶାରେ ରହିଛି, ଯିଏ ପ୍ରଥମ ମ୍ୟାଚରେ ୪୩ ବଲରେ ୫୬ ରନ୍ କରିଥିଲେ। ଦଳର ବୋଲରମାନେ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରି ଭାରତକୁ କମ୍ ସ୍କୋରରେ ସୀମିତ ରଖିବାରେ ସଫଳ ହୋଇଥିଲେ । ତେଣୁ ଅଷ୍ଟ୍ରେଲିଆ ଆଉ ଏକ ଅଲରାଉଣ୍ଡ ପ୍ରଦର୍ଶନ ଦ୍ୱାରା ଭାରତକୁ ହରାଇ ସିରିଜ୍ କ୍ଲିନସ୍ୱିପ କରିବାକୁ ଚାହିଁବ।

ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଲୋକେଶ ରାହୁଲ, ଶିଖର ଧୱନ, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, ମହେନ୍ଦ୍ର ସିଂହ ଧୋନି (ୱିକେଟକିପର), କୃନାଲ୍ ପାଣ୍ଡ୍ୟା, ବିଜୟ ଶଙ୍କର, ୟୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମ୍ରା, ଉମେଶ ଯାଦବ, ସିଦ୍ଧାର୍ଥ କୌଲ, ମୟଙ୍କ ମାର୍କଣ୍ଡେ ।

ଅଷ୍ଟ୍ରେଲିଆ: ଆରୋନ୍ ଫିଞ୍ଚ୍ (ଅଧିନାୟକ), ଡାର୍ସି ଶର୍ଟ, ଆଲେକ୍ସ କ୍ୟାରେ, ଜେସନ୍ ବେହରେନଡର୍ଫ, ନେଥନ୍ କୁଲ୍ଟର-ନାଇଲ୍, ପିଟର ହ୍ୟାଣ୍ଡସ୍କମ୍ବ୍, ଉସ୍ମାନ୍ ଖ୍ୱାଜା, ନେଥନ ଲାୟନ, ଗ୍ଲେନ୍ ମ୍ୟାକ୍ସୱେଲ, କେନ୍ ରିଚାର୍ଡସନ୍, ମାର୍କସ୍ ଷ୍ଟୋଇନିସ୍, ଆଷ୍ଟନ ଆଗର, ଆଡାମ ଜାମ୍ପା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story