ପାକିସ୍ତାନରେ ସାମ୍ନାକୁ ଆସିଲେ ଦ୍ୱିତୀୟ ୱାସିମ ଆକ୍ରମ: ସୋସିଆଲ୍ ମିଡ଼ିଆରେ ଭିଡ଼ିଓ ଭାଇରାଲ୍‌

  ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାକିସ୍ତାନ ସହିତ ସାରା ଦୁନିଆରେ ଏବେ ଜଣେ ଜୁନିୟର କ୍ରିକେଟରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଜଣେ କୁନି ବାଳକ ବୋଲିଂ କରୁଥିବା ଅବସ୍ଥାରେ ତାଙ୍କର ଭଡ଼ିଓ ଭାଇରାଲ୍‌ ହୋଇଛି। ଏହି ବାଳକ ଜଣକ କିମ୍ବଦନ୍ତୀ ବୋଲର ୱାସିମ ଆକ୍ରମଙ୍କ ଭଳି ବୋଲିଂ କରୁଥିବାର ଦେଖିବାକୁ ମିଳିଛି। ନିଜେ ଆକ୍ରମ ମଧ୍ୟ ଏହି ଭିଡ଼ିଓ ଦେଖିବା ପରେ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଜଣେ ପୂର୍ବ ପାକିସ୍ତାନୀ କ୍ରିକେଟର୍ ଏହି ଭିଡ଼ିଓ […]

aaa

Rakesh Mallick
  • Published: Saturday, 03 March 2018
  • , Updated: 03 March 2018, 11:10 AM IST

 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାକିସ୍ତାନ ସହିତ ସାରା ଦୁନିଆରେ ଏବେ ଜଣେ ଜୁନିୟର କ୍ରିକେଟରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଜଣେ କୁନି ବାଳକ ବୋଲିଂ କରୁଥିବା ଅବସ୍ଥାରେ ତାଙ୍କର ଭଡ଼ିଓ ଭାଇରାଲ୍‌ ହୋଇଛି। ଏହି ବାଳକ ଜଣକ କିମ୍ବଦନ୍ତୀ ବୋଲର ୱାସିମ ଆକ୍ରମଙ୍କ ଭଳି ବୋଲିଂ କରୁଥିବାର ଦେଖିବାକୁ ମିଳିଛି। ନିଜେ ଆକ୍ରମ ମଧ୍ୟ ଏହି ଭିଡ଼ିଓ ଦେଖିବା ପରେ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଜଣେ ପୂର୍ବ ପାକିସ୍ତାନୀ କ୍ରିକେଟର୍ ଏହି ଭିଡ଼ିଓ ଦେଖିବା ପରେ ଟ୍ୱିଟର୍‌ରେ ଲେଖିଛନ୍ତି ଏହି ବାଳକ ଜଣକ କେଉଁଠି ଅଛନ୍ତି ତାଙ୍କୁ ଖୋଜି ବାହାର କରିବା ଦରକାର। ପାକିସ୍ତାନରେ ଅନେକ ପ୍ରତିଭା ଅଛନ୍ତି ଯେଉଁମାନେ ପ୍ରତ୍ସାହନର ଅଭାବରୁ ସାମ୍ନାକୁ ଆସିପାରୁନାହାଁନ୍ତି। ଏହି ଭିଡ଼ିଓକୁ ଏବେ ଶହ ଶହ ସଂଖ୍ୟାର ୟୁଜର୍ସ ସେୟାର କରିବା ସହ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି। ସୋସିଆଲ ମିଡ଼ିଆରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

https://youtu.be/Q6z0FcTx18Y?t=2

Related story