ଆଫ୍ରିକା ବୋଲରଙ୍କୁ ନାକରେ ପାଣି ପିଆଉଥିବା ଏହି କ୍ରିକେଟର୍‌ ଭାରତୀୟ ଖେଳାଳିଙ୍କୁ ଦେଲେ ଜିତିବାର ଟିପ୍ସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟକୁ ୭୨ ରନରେ ହାରିବା ପରେ ବିରେନ୍ଦ୍ର ସେହୱାଗଙ୍କ ବଡ଼ ବୟାନ ଏବେ ସାମ୍ନାକୁ ଆସିଛି। ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କହିଛନ୍ତି ଯେ ଏବେ ଭାରତ ପାଇଁ ସିରିଜକୁ ଫେରିବା ବହୁ କଷ୍ଟକର ହେବ, ଯାହାର ସମ୍ଭାବନା କମ ରହିଛି। ସିରିଜକୁ ଫେରିବାର ସମ୍ଭାବନ ୩୦ ପ୍ରତିଶତ ରହିଛି ବୋଲି ସେହୱାଗ କହିଛନ୍ତି। ପୂର୍ବତନ କ୍ରିକେଟର୍ ସେହୱାଗ କହିଛନ୍ତି ଭାରତକୁ ସିରିଜରେ ଫେରିବାକୁ ହେଲେ ଆଗାମୀ ମ୍ୟାଚରେ ୪ଜଣ […]

team india

Ordigital Desk
  • Published: Thursday, 11 January 2018
  • , Updated: 11 January 2018, 02:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟକୁ ୭୨ ରନରେ ହାରିବା ପରେ ବିରେନ୍ଦ୍ର ସେହୱାଗଙ୍କ ବଡ଼ ବୟାନ ଏବେ ସାମ୍ନାକୁ ଆସିଛି। ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କହିଛନ୍ତି ଯେ ଏବେ ଭାରତ ପାଇଁ ସିରିଜକୁ ଫେରିବା ବହୁ କଷ୍ଟକର ହେବ, ଯାହାର ସମ୍ଭାବନା କମ ରହିଛି। ସିରିଜକୁ ଫେରିବାର ସମ୍ଭାବନ ୩୦ ପ୍ରତିଶତ ରହିଛି ବୋଲି ସେହୱାଗ କହିଛନ୍ତି।

ପୂର୍ବତନ କ୍ରିକେଟର୍ ସେହୱାଗ କହିଛନ୍ତି ଭାରତକୁ ସିରିଜରେ ଫେରିବାକୁ ହେଲେ ଆଗାମୀ ମ୍ୟାଚରେ ୪ଜଣ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବାକୁ ପଡ଼ିବ ଏବଂ ରାହାଣେଙ୍କୁ ଅତିରିକ୍ତ ବ୍ୟାଟ୍ସମ୍ୟାନ୍‌ ଭାବେ ଖେଳାଇବାକୁ ପଡିବ। ଏହାସହ ମ୍ୟାଚ୍‌ରେ ଅଧିନାୟକ କୋହଲି ଓ ରୋହିତ ଶର୍ମାଙ୍କୁ ଏକ ଆକର୍ଷଣୀୟ ପାଳି ଖେଳିବାକୁ ପଡ଼ିବ। ଆଗାମୀ ମ୍ୟାଚରେ ବିରାଟ ଓ ରୋହିତଙ୍କ ଉପରେ ସମସ୍ତଙ୍କ ନଜର ରହିବ।

୨୦୦୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡେବ୍ୟୁ ମ୍ୟାଚ୍‌ରେ ଶତକ ହାସଲ କରିଥିବା ସେହୱାଗ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ କହିଛନ୍ତି ଯେ ଅଫ୍‌ ଷ୍ଟମ୍ପ ବାହାରେ ଯାଉଥିବା ବଲ୍‌କୁ ନ ଛାଡ଼ିବା ପାଇଁ। ବ୍ୟାଟ୍ସମ୍ୟାନଙ୍କ ଶରୀର ନକଟକୁ ଆସୁଥିବା ବଲ ପ୍ରତି ସତର୍କ ରହିବା ଦରକାର। ଏହାସହ ଦକ୍ଷିଣ ଆଫ୍ରିକାର ବାଉନ୍ସି ପିଚ୍‌ରେ ବ୍ୟାଟ୍ସମ୍ୟାନ୍‌ ବୋଲ୍ଡ ହେବାର ସମ୍ଭାବନା କମ ଥାଏ ତେଣୁ ପ୍ରତି ବ୍ୟାଟ୍ସମ୍ୟାନ୍‌ ସତର୍କତା ସହ ପ୍ରତ୍ୟେକ ଓଭରରୁ ୩ରନ ସଂଗ୍ରହ କରିବା ଆବଶ୍ୟକ ରହିଛି। ଦ୍ୱିତୀୟ ଟେଷ୍ଟ ଆସନ୍ତା ୧୩ ତାରିଖ ଠାରୁ ସେଞ୍ଚୁରିଆନ୍‌ର ସୁପରସ୍ପୋଟ୍‌ ପାର୍କରେ ଖେଳାଯିବ। ଭାରତ ଦକ୍ଷିଣ ଆଫ୍ରିକା ଗସ୍ତରେ ୩ଟି ଟେଷ୍ଟ, ୬ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ।  

Related story