ଶ୍ରେଷ୍ଠ କ୍ରିକେଟରମାନେ ଟେଷ୍ଟ ଫର୍ମାଟକୁ ପ୍ରତ୍ସାହିତ କରନ୍ତୁ: ଷ୍ଟିଭ୍‌ ୱ

ନୂଆଦିଲ୍ଲୀ:“ବିଶ୍ୱର ଶ୍ରେଷ୍ଠ କ୍ରିକେଟରମାନେ ଟି-୨୦ ଅପେକ୍ଷା ଟେଷ୍ଟ କ୍ରିକେଟ ଫର୍ମାଟକୁ ପ୍ରୋତ୍ସାହିତ କରନ୍ତୁ। ଟି-୨୦ ଫର୍ମାଟ ବିକଶିତ ହେବା ସହ ଅଧିକ ଅର୍ଥ ହେତୁ ଟେଷ୍ଟ ଫର୍ମାଟ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି।” ମଙ୍ଗଳବାର ଏହା କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଷ୍ଟିଭ୍‌ ୱ। ସେକହିଛନ୍ତି,“ଆମେ ଆଶା କରୁଛୁ ଯେ ପ୍ରତ୍ୟେକ ରାଷ୍ଟ୍ରର ଶ୍ରେଷ୍ଠ କ୍ରିକେଟର ମାନେ ଦୀର୍ଘ ଫର୍ମାଟକୁ ପ୍ରୋତ୍ସାହିତ କରିବେ। ଅଷ୍ଟ୍ରେଲିଆର ଶ୍ରେଷ୍ଠ କ୍ରିକେଟରମାନେ ଦଳ ସହ ସବୁ ବେଳେ ରହିଛନ୍ତି ଓ […]

senior-cricketers-should-promote-tests-steve-waugh

Rakesh Mallick
  • Published: Tuesday, 26 July 2016
  • , Updated: 26 July 2016, 06:07 PM IST

ନୂଆଦିଲ୍ଲୀ:“ବିଶ୍ୱର ଶ୍ରେଷ୍ଠ କ୍ରିକେଟରମାନେ ଟି-୨୦ ଅପେକ୍ଷା ଟେଷ୍ଟ କ୍ରିକେଟ ଫର୍ମାଟକୁ ପ୍ରୋତ୍ସାହିତ କରନ୍ତୁ। ଟି-୨୦ ଫର୍ମାଟ ବିକଶିତ ହେବା ସହ ଅଧିକ ଅର୍ଥ ହେତୁ ଟେଷ୍ଟ ଫର୍ମାଟ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି।”

ମଙ୍ଗଳବାର ଏହା କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଷ୍ଟିଭ୍‌ ୱ।

ସେକହିଛନ୍ତି,“ଆମେ ଆଶା କରୁଛୁ ଯେ ପ୍ରତ୍ୟେକ ରାଷ୍ଟ୍ରର ଶ୍ରେଷ୍ଠ କ୍ରିକେଟର ମାନେ ଦୀର୍ଘ ଫର୍ମାଟକୁ ପ୍ରୋତ୍ସାହିତ କରିବେ। ଅଷ୍ଟ୍ରେଲିଆର ଶ୍ରେଷ୍ଠ କ୍ରିକେଟରମାନେ ଦଳ ସହ ସବୁ ବେଳେ ରହିଛନ୍ତି ଓ ଆଗକୁ ମଧ୍ୟ ରହିଥିବେ। କିନ୍ତୁ ଅନ୍ୟ ଦେଶର କ୍ରିକେଟରମାନେ ଟେଷ୍ଟ ଫର୍ମାଟର ଉନ୍ନତି ଓ ପ୍ରୋତ୍ସାହନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଉଚିତ। ଯେପରି ଟି-୨୦ର ଉନ୍ନତି ପାଇଁ ନିଆଯାଉଛି, ସେହିପରି ଏହି ଦୀର୍ଘ ଫର୍ମାଟରେ ମଧ୍ୟ ନିଆଯିବା ଉଚିତ।”

ଟେଷ୍ଟରେ ଦୁର୍ବଳ ସ୍ଥିତି ନେଇ ୱେଷ୍ଟଇଣ୍ଡିଜ୍‌କୁ ଉଦାହରଣକୁ ନେଇ ଷ୍ଟିଭ୍‌ କହିଛନ୍ତି,“ୱେଷ୍ଟଇଣ୍ଡିଜ୍‌ ଚଳିତ ବର୍ଷ ଟି-୨୦ ବିଶ୍ୱକପ୍‌ ଚାମ୍ପିଅନ୍‌ ହୋଇଛି କିନ୍ତୁ ଟେଷ୍ଟ ଫାର୍ମାଟରେ ଅତି ଦୁର୍ବଳ ପ୍ରଦର୍ଶନ କରୁଛି। ଯାହା ସଦ୍ୟ ଭାରତଠାରୁ ହାରିବା ପରେ ସ୍ପଷ୍ଟ ହୋଇଛି। କେବଳ ଟି-୨୦ ଫର୍ମାଟକୁ ଧ୍ୟାନ ଦିଆଯାଉଥିବାରୁ ଖେଳାଳି ମାନେ ଟେଷ୍ଟ ପ୍ରତି ମୁହଁ ମୋଡୁଛନ୍ତି। ତେଣୁ ଏପରି ସ୍ଥିତି ଦେଖିବାକୁ ମିଳୁଛି। ଦଳର କ୍ରିସ୍ ଗେଲ ଜଣେ ଉଚ୍ଚକୋଟିର ଟେଷ୍ଟ ମ୍ୟାଟ୍ସମ୍ୟାନ ଥିଲେ। ଏବେ ସେ ଟେଷ୍ଟ ପ୍ରତି କମ୍‌ ଉତ୍ସାହ ଦେଖାଇବା ସହ ଟି-୨୦ ଫର୍ମାଟକୁ ଅଧିକ ଧ୍ୟାନ ଦେଉଛନ୍ତି। ଯାହାଫଳରେ ଦଳର ଅନ୍ୟ ଖେଳାଳିମାନେ ଟେଷ୍ଟକୁ ଛାଡି ଟି-୨୦ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି।”

Related story