ବିଶ୍ୱକପ୍‌ରେ ବେଆଇନ୍‌ ଭାବେ ପତ୍ନୀଙ୍କୁ ନିଜ ପାଖରେ ରଖିଥିଲେ ବରିଷ୍ଠ ଖେଳାଳି

ନୂଆଦିଲ୍ଲୀ: ୨୦୧୯ ବିଶ୍ୱକପ୍‌ ସେମି ଫାଇନାଲ୍‌ରୁ ଭାରତ ବିଦାୟ ନେବା ପରେ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଟିମ୍‌ ଇଣ୍ଡିଆର ଜଣେ ବରିଷ୍ଠ ଖେଳାଳି ବିସିସିଆଇ ଦ୍ୱାରା ପ୍ରଣୟନ କରାଯାଇଥିବା ଫ୍ୟାମିଲି କ୍ଲଜ୍‌କୁ ଉଲ୍ଲଙ୍ଘନ କରିଥିବା ଜଣାପଡ଼ିଛି। ଏହି ଖେଳାଳିଙ୍କ ନାଁ ଜଣାପଡ଼ିନାହିଁ। ତେବେ ବିସିସିଆଇ ଏହାକୁ ଗୁରୁତ୍ୱର ସହ ନେଇଛି। ଏପରି କି ସଂପୃକ୍ତ ବରିଷ୍ଠ ଖେଳାଳିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ଅଫ୍‌ ଆଡମିନଷ୍ଟ୍ରେଟର(ସିଓଏ) ପ୍ରସ୍ତୁତି […]

yb

Hemant Lenka
  • Published: Saturday, 20 July 2019
  • , Updated: 20 July 2019, 09:23 PM IST

ନୂଆଦିଲ୍ଲୀ: ୨୦୧୯ ବିଶ୍ୱକପ୍‌ ସେମି ଫାଇନାଲ୍‌ରୁ ଭାରତ ବିଦାୟ ନେବା ପରେ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଟିମ୍‌ ଇଣ୍ଡିଆର ଜଣେ ବରିଷ୍ଠ ଖେଳାଳି ବିସିସିଆଇ ଦ୍ୱାରା ପ୍ରଣୟନ କରାଯାଇଥିବା ଫ୍ୟାମିଲି କ୍ଲଜ୍‌କୁ ଉଲ୍ଲଙ୍ଘନ କରିଥିବା ଜଣାପଡ଼ିଛି।

ଏହି ଖେଳାଳିଙ୍କ ନାଁ ଜଣାପଡ଼ିନାହିଁ। ତେବେ ବିସିସିଆଇ ଏହାକୁ ଗୁରୁତ୍ୱର ସହ ନେଇଛି। ଏପରି କି ସଂପୃକ୍ତ ବରିଷ୍ଠ ଖେଳାଳିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ଅଫ୍‌ ଆଡମିନଷ୍ଟ୍ରେଟର(ସିଓଏ) ପ୍ରସ୍ତୁତି ଆରମ୍ଭ କରିଛି।

ବିସିସିଆଇର ନିୟମ ଅନୁଯାୟୀ, ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ବେଳେ କୌଣସି ଖେଳାଳିଙ୍କ ପତ୍ନୀ, ପରିବାରର ଲୋକ କିମ୍ବା ପ୍ରେମିକା ୧୫ ଦିନରୁ ଅଧିକ କାଳ ଇଂଲଣ୍ଡରେ ରହିପାରିବେ ନାହିଁ। ତେବେ ସଂପୃକ୍ତ ବରିଷ୍ଠ ଖେଳାଳି ଜଣଙ୍କ ପତ୍ନୀଙ୍କୁ ଅଧିକ ଦିନ ନିଜ ପାଖରେ ରଖିବାକୁ ବିସିସିଆଇକୁ ନିବେଦନ କରିଥିଲେ।

ହେଲେ ସିଓଏ ଏହାକୁ ଅଗ୍ରାହ୍ୟ କରିଦେଇଥିଲା। ଏହା ସତ୍ତ୍ୱେ ବରିଷ୍ଠ ଖେଳାଳିଙ୍କ ପତ୍ନୀ ବେଆଇନ୍‌ ଭାବେ ଇଂଲଣ୍ଡରେ ୭ ସପ୍ତାହରୁ ଅଧିକ ଦିନ ରହିଥିଲେ। ଏଥିପାଇଁ ସେ ଅଧିନାୟକ କିମ୍ବା କୋଚଙ୍କ ଅନୁମତି ମଧ୍ୟ ନେଇ ନଥିଲେ।

ଜଣେ ବିସିସିଆଇ ଅଧିକାରୀ ନିଜ ନାଁ ଗୋପନ ରଖି ଏକଥା କହିଛନ୍ତି। ମେ’ ୩ରେ ଖେଳାଳି ଜଣଙ୍କ ପତ୍ନୀଙ୍କୁ ନିଜ ପାଖରେ ରଖିବାକୁ ଅନୁମତି ମାଗିଥିଲେ। ହେଲେ ଏହା ଖାରଜ ହୋଇଥିଲା। ଏବେ ସଂପୃକ୍ତ ଖେଳାଳିଙ୍କୁ ପ୍ରଶ୍ନ କରାଯିବ ବୋଲି ବିସିସିଆଇର ଅଧିକାରୀ ଜଣଙ୍କ ପିଟିଆଇକୁ କହିଛନ୍ତି।

Related story