ସେରେନା ସର୍ବକାଳୀନ  ଶ୍ରେଷ୍ଠ ଖେଳାଳି ହୋଇପାରିବେ: ବିଲୀ ଜୀନ୍‌ କିଙ୍ଗ

ଜୋହାନ୍ସବର୍ଗ: “ବିଶ୍ୱର ଏକ ନମ୍ବର ସ୍ଥାନରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ସେରେନା ୱିଲିୟମ୍ସ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ହୋଇପାରିବେ। ଯଦି ସେ ଆଉ କିଛି ଟାଇଟଲ ଜିତନ୍ତି ତେବେ ସେ ଅଲ୍‌ ଟାଇମ୍‌ ଗ୍ରେଟ୍ ହୋଇଯିବେ।” ବୁଧବାର ଏକଥା କହିଛନ୍ତି ଟେନିସ୍‌ କିମ୍ବଦନ୍ତୀ ବିଲୀ ଜିନ୍‌ କିଙ୍ଗ। ସେ କହିଛନ୍ତି,“ୱିମ୍ବଲଡନ୍‌ର ମହିଳା ଏକକ ବର୍ଗ ଫାଇନାଲରେ ସେ ଆଞ୍ଜେଲିକ୍ୟୁ ଖେରବରଙ୍କୁ ପରାସ୍ତ କରି ୨୨ଟି ଗ୍ରାଣ୍ଡସ୍ଲାମ୍‌ ଜିତିବାରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ଅଲ୍‌ ଟାଇମ୍‌ ରେକର୍ଡ […]

serena_williams

serena_williams

Rakesh Mallick
  • Published: Wednesday, 13 July 2016
  • Updated: 13 July 2016, 05:47 PM IST

Sports

Latest News

ଜୋହାନ୍ସବର୍ଗ: “ବିଶ୍ୱର ଏକ ନମ୍ବର ସ୍ଥାନରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ସେରେନା ୱିଲିୟମ୍ସ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ହୋଇପାରିବେ। ଯଦି ସେ ଆଉ କିଛି ଟାଇଟଲ ଜିତନ୍ତି ତେବେ ସେ ଅଲ୍‌ ଟାଇମ୍‌ ଗ୍ରେଟ୍ ହୋଇଯିବେ।” ବୁଧବାର ଏକଥା କହିଛନ୍ତି ଟେନିସ୍‌ କିମ୍ବଦନ୍ତୀ ବିଲୀ ଜିନ୍‌ କିଙ୍ଗ।

ସେ କହିଛନ୍ତି,“ୱିମ୍ବଲଡନ୍‌ର ମହିଳା ଏକକ ବର୍ଗ ଫାଇନାଲରେ ସେ ଆଞ୍ଜେଲିକ୍ୟୁ ଖେରବରଙ୍କୁ ପରାସ୍ତ କରି ୨୨ଟି ଗ୍ରାଣ୍ଡସ୍ଲାମ୍‌ ଜିତିବାରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ଅଲ୍‌ ଟାଇମ୍‌ ରେକର୍ଡ ଭାଙ୍ଗିବା ପାଇଁ ସେ ମାତ୍ର ଆଉ ଦୁଇ ପାଦ ପଛରେ ରହିଛନ୍ତି। ଖୁବ୍‌ଶୀଘ୍ର ସେରେନା ଏହି ଦୁଇପାଦ ଅତିକ୍ରମ କରି ନୂଆ ରେକର୍ଡ ସ୍ଥାପନ କରିବେ। ଏଥିରେ ତିଳେମାତ୍ର ସନ୍ଦେହ ନାହିଁ”

ଏକକ ବର୍ଗରେ ୧୨ଟି ଗ୍ରାଣ୍ଡ ସ୍ଲାମ୍‌ ଜିତିଥିବା ବିଲୀ ଜିନ୍‌ କିଙ୍ଗ କହିଛନ୍ତି,“ସେରେନା ମାନସିକ ଓ ଶରୀରିକ ଭାବେ ସୁସ୍ଥ ରହିଛନ୍ତି। ତାଙ୍କର ମନୋବଳ ଦୃଢ ରହିଛି। ମୋର ବିଶ୍ୱାସ ସେ ନିଶ୍ଚିତ ଭାବେ ଏହି ବିରଳ ରେକର୍ଡ ସ୍ଥାପନ କରିପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos