ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫି ଜିତିଲା ଇଣ୍ଡିଆ-ସି

କଟକ (ଓଡ଼ିଶା ରିପୋର୍ଟର): ମନାଲି ଦକଶିନୀଙ୍କ ଦମଦାର ବୋଲିଂ ପରେ ୧୫ ବର୍ଷୀୟା ଶେଫାଳି ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଇଣ୍ଡିଆ-ସି ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫି ବିଜେତା ହୋଇଛି। ଶୁକ୍ରବାର ବାରବାଟୀ ଷ୍ଟାଡିୟମରେ ଖେଳଯାଇଥିବା ଫାଇନାଲ୍ ମୁକାବିଲାରେ ବେଦା କ୍ରିଷ୍ଣମୂର୍ତ୍ତୀଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ସି ୮ ୱିକେଟରେ ଇଣ୍ଡିଆ-ବି’କୁ ହରାଇ ଏହି ସଫଳତା ଅର୍ଜନ କରିଛି। ଶେଷ ଓଭର ଗୁଡ଼ିକରେ ପୂଜା ବସ୍ତ୍ରାକରଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଇଣ୍ଡିଆ-ବି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ […]

india-c

india-c

Ranjit Kumar Jena
  • Published: Friday, 10 January 2020
  • Updated: 10 January 2020, 05:05 PM IST

କଟକ (ଓଡ଼ିଶା ରିପୋର୍ଟର): ମନାଲି ଦକଶିନୀଙ୍କ ଦମଦାର ବୋଲିଂ ପରେ ୧୫ ବର୍ଷୀୟା ଶେଫାଳି ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଇଣ୍ଡିଆ-ସି ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫି ବିଜେତା ହୋଇଛି। ଶୁକ୍ରବାର ବାରବାଟୀ ଷ୍ଟାଡିୟମରେ ଖେଳଯାଇଥିବା ଫାଇନାଲ୍ ମୁକାବିଲାରେ ବେଦା କ୍ରିଷ୍ଣମୂର୍ତ୍ତୀଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ସି ୮ ୱିକେଟରେ ଇଣ୍ଡିଆ-ବି'କୁ ହରାଇ ଏହି ସଫଳତା ଅର୍ଜନ କରିଛି।

ଶେଷ ଓଭର ଗୁଡ଼ିକରେ ପୂଜା ବସ୍ତ୍ରାକରଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଇଣ୍ଡିଆ-ବି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୩୧ ରନ୍ କରିଥିଲା। ତେବେ ଏହି ଲକ୍ଷ୍ୟକୁ ଇଣ୍ଡିଆ-ସି ସହଜରେ ହାସଲ କରିନେଇଥିଲା। ଇଣ୍ଡିଆ-ସି ମାତ୍ର ୧୫.୨ ଓଭରରେ ୨ ୱିକେଟ୍ ହରାଇ ୧୩୫ ରନ୍ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ଶେଫାଳି ୪୮ ବଲରେ ଅପରାଜିତ ୮୯ ରନ୍ କରିଥିଲେ, ଯେଉଁଥିରେ ୧୫ ଚୌକା ଓ ୨ ଛକା ସାମିଲ୍ ଥିଲା। ତାଙ୍କ ସହ ଦୟାଲାନ୍ ହେମଲତା ୬ ରନ୍ କରି ଅପରାଜିତ ଥିଲେ।

ଲକ୍ଷ୍ୟର ପିଛା କରୁଥିବା ଇଣ୍ଡିଆ-ସି ପକ୍ଷରୁ ଶେଫାଳିଙ୍କ ସହ ଓଡ଼ିଶା ଖେଳାଳି ମାଧୁରୀ ମେହେଟ୍ଟା ଓପନ୍ କରିବାକୁ ଆସିଥିଲେ। ଗୋଟିଏ ପଟେ ଶେଫାଳି ଦ୍ରୁତ ରନ୍ କରିଚାଲିଥିବା ବେଳେ ଅନ୍ୟପଟେ ମାଧୁରୀ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୭୭ ରନର ମଜଭୁତ୍ ପାର୍ଟନରଶିପ୍ କରି ଟିମର ବିଜୟ ମୁଳଦୂଆ ପକାଇଥିଲେ। ମାଧୁରୀ ବ୍ୟକ୍ତିଗତ ୨୦ ରନ୍ କରିଥିବା ବେଳେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଯାଇଥିଲେ। ଏହା ପରେ ଶେଫାଳି ଟିମ୍ କ୍ୟାପଟେନ୍ ବେଦା (୧୫)ଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୩୫ ରନ୍ ଯୋଡ଼ିଥିଲେ। ବେଦାଙ୍କୁ ଶିଖା ପାଣ୍ଡେ ପ୍ୟାଭିଲିୟନ୍ ପଠାଇଥିଲେ।

ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଆ-ବି ଆରମ୍ଭରୁ ତା'ର କ୍ୟାପଟେନ୍ ସ୍ମୃତି ମନ୍ଧାନା (୩)ଙ୍କ ୱିକେଟ୍ ହରାଇଥିଲା। ତାଙ୍କ ସହ ଓପନ୍ କରିବାକୁ ଆସିଥିବା ଭେଲାସ୍ୱାମୀ ବନିତା ଦ୍ରୁତ ୨୫ (୧୭ ବଲ୍‌, ୪ ଚୌକା) ରନ୍ କରିଥିଲେ ହେଁ, ବେଶୀ ସମୟ କ୍ରିଜରେ ତିଷ୍ଠିପାରିନଥିଲେ। ମଧ୍ୟକ୍ରମରେ ଜେମିମା ରୋଡ୍ରିଗ୍ସ (୧୦), ରିଚା ଘୋଷ (୧୫), ରବି କଳ୍ପନା (୪) ଓ ଅନୁଜା ପାଟିଲ୍ (୨୦) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ।

ଏହି ସମୟରେ ଦଳର ସ୍କୋର ୬ ୱିକେଟରେ ୭୯ ରନରେ ଥିଲା। କିନ୍ତୁ ତେବେ ନିମ୍ନକ୍ରମରେ ପୂଜା ଚମତ୍କାର ବ୍ୟାଟିଂ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ପୂଜା ମାତ୍ର ୨୨ ବଲରେ ୩ ଚୌକା ଓ ୩ ଛକା ସହ ୪୩ ରନ୍ କରି ଅପରାଜିତ ଥିଲେ। ତାଙ୍କ ସହ ଶିଖା ପାଣ୍ଡେ (୯) ମଧ୍ୟ ନଟଆଉଟ୍ ରହିଥିଲେ। ଇଣ୍ଡିଆ-ସି ପକ୍ଷରୁ ମନାଲି ୧୫ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ରାଜେଶ୍ୱରୀ ଗାଏକ୍ୱାଡ୍ ଓ ହେମଲତା ଗୋଟିଏ ଲେଖାଏ ୱିକେଟ୍ ପାଇଥିଲେ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଶେଫାଳି ୫ ମ୍ୟାଚରୁ ସର୍ବାଧିକ ୧୮୯ ରନ୍ କରିଥିବା ବେଳେ ତାଙ୍କ ପରେ ପ୍ରିୟା ପୁନିଆ ୧୧୯ ରନ୍ କରି ଦ୍ୱିତୀୟରେ ରହିଛନ୍ତି। ସେହିପରି ବୋଲିଂରେ ରାଜେଶ୍ୱରୀ ୫ ମ୍ୟାଚରୁ ୮ ୱିକେଟ୍ ସହ ପ୍ରଥମ ଏବଂ ଓଡ଼ିଆ ସ୍ପିନର ସୁଶ୍ରୀ ଦିବ୍ୟଦର୍ଶିନୀ ୪ ମ୍ୟାଚରୁ ୭ ୱିକେଟ୍ ନେଇ ଦ୍ୱିତୀୟରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story