ବୁକିଙ୍କ ସହ କ'ଣ କଥା ହୋଇଥିଲେ ସାକିବ

ଲଣ୍ଡନ: ବାଂଲାଦେଶ କ୍ରିକେଟ୍ ଟିମର କ୍ୟାପଟେନ୍ ସାକିବ୍ ଅଲ୍ ହାସନଙ୍କ ଉପରେ ଦୁଇବର୍ଷର ବ୍ୟାନ୍ ଲଗାଇବା ପରେ ଆଇସିସି ବୁକିଙ୍କ ସହ ତାଙ୍କ କଥାବାର୍ତ୍ତାକୁ ମଧ୍ୟ ସାର୍ବଜନୀନ କରିଛି। ସାକିବ୍ ଭାରତର ଦୀପକ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କ ସହ ହ୍ୱାଟ୍ସଆପରେ ଚାଟ୍ ହୋଇଥିବା ଆଇସିସି ପକ୍ଷରୁ କୁହାଯାଇଛି। ସାକିବ୍ ୨୦୧୭ରେ ପ୍ରଥମଥର ସେହି ବ୍ୟକ୍ତି (ଦୀପକ)ଙ୍କ ସହ କଥା ହୋଇଥିଲେ। ଏହା ପରେ ସେହି ବ୍ୟକ୍ତି ଜଣକ ଲଗାତାର ସାକିବଙ୍କ ସହ ଯୋଗାଯୋଗ କରିଥିଲେ। ଆଇସିସି […]

sakib-and-bokkie

sakib-and-bokkie

Ranjit Kumar Jena
  • Published: Wednesday, 30 October 2019
  • Updated: 30 October 2019, 06:07 PM IST

Sports

Latest News

ଲଣ୍ଡନ: ବାଂଲାଦେଶ କ୍ରିକେଟ୍ ଟିମର କ୍ୟାପଟେନ୍ ସାକିବ୍ ଅଲ୍ ହାସନଙ୍କ ଉପରେ ଦୁଇବର୍ଷର ବ୍ୟାନ୍ ଲଗାଇବା ପରେ ଆଇସିସି ବୁକିଙ୍କ ସହ ତାଙ୍କ କଥାବାର୍ତ୍ତାକୁ ମଧ୍ୟ ସାର୍ବଜନୀନ କରିଛି। ସାକିବ୍ ଭାରତର ଦୀପକ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କ ସହ ହ୍ୱାଟ୍ସଆପରେ ଚାଟ୍ ହୋଇଥିବା ଆଇସିସି ପକ୍ଷରୁ କୁହାଯାଇଛି। ସାକିବ୍ ୨୦୧୭ରେ ପ୍ରଥମଥର ସେହି ବ୍ୟକ୍ତି (ଦୀପକ)ଙ୍କ ସହ କଥା ହୋଇଥିଲେ। ଏହା ପରେ ସେହି ବ୍ୟକ୍ତି ଜଣକ ଲଗାତାର ସାକିବଙ୍କ ସହ ଯୋଗାଯୋଗ କରିଥିଲେ। ଆଇସିସି ମୁତାବକ, ୨୦୧୭ରେ ବାଂଲାଦେଶ ପ୍ରିମିୟର୍ ଲିଗ୍ (ବିପିଏଲ୍‌)ରେ ସାକିବ୍ ଢ଼ାକା ଡାଇନାମୋସ୍ ଟିମରେ ଥିଲେ। ସେତେବେଳେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଅଗ୍ରୱାଲଙ୍କୁ ସାକିବଙ୍କ ଫୋନ୍ ନମ୍ବର ଦେଇଥିଲେ।

ଅଗ୍ରୱାଲ୍ ସେହି ସନ୍ଦିଗ୍ଧ ବ୍ୟକ୍ତିଠାରୁ ବିପିଏଲରେ ଖେଳୁଥିବା ଖେଳାଳିମାନଙ୍କର ନମ୍ବର ମାଗିଥିଲେ । ୧୯ ଜାନୁଆରୀ, ୨୦୧୮ରେ ଅଗ୍ରୱାଲ୍ ସାକିବଙ୍କୁ ମେସେଜ୍ କରି ତାଙ୍କୁ ବାଂଲାଦେଶ, ଜିମ୍ବାୱେ ଏବଂ ଶ୍ରୀଲଙ୍କାକୁ ଆୟୋଜିତ ଟ୍ରାଇ-ସିରିଜରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହେବା ନେଇ ବଧେଇ ଜଣାଇଥିଲେ। ବୁକି ଏହା ପରେ ସାକିବଙ୍କୁ ଆଉ ଏକ ମେସେଜ୍ କରିଥିଲେ ଏବଂ ଲେଖିଥିଲେ, କ'ଣ ଆମେ ଏହା ଉପରେ କାମ କରିପାରିବା ନା ଆଇପିଏଲ୍ ପର୍ଯ୍ୟନ୍ତ ମୋତେ ଅପେକ୍ଷା କରିବାକୁ ପଡ଼ିବ।

ଏହା ପରେ ଉଭୟଙ୍କ ମଧ୍ୟ ଚାଟ୍ ଜାରି ରହିଥିଲା ଏବଂ ୨୩ ଜାନୁଆରୀ, ୨୦୧୮ରେ ସାକିବଙ୍କୁ ଅଗ୍ରୱାଲ ଆଉ ଏକ ମେସେଜ୍ କରିଥିଲେ, ବ୍ରୋ' (ଭାଇ) ଏହି ସିରିଜରେ କିଛି ଅଛି? ସାକିବ୍ ଖୋଦ୍ ସ୍ପଷ୍ଟ କରିଛନ୍ତି ଯେ ଅଗ୍ରୱାଲଙ୍କ ଏହି ମେସେଜ୍ ଟ୍ରାଇ-ସିରିଜକୁ ନେଇ ଥିଲା। ତେବେ ସାକିବ୍ ଏହି ସୂଚନା ଆଣ୍ଟି କରପସନ୍ ୟୁନିଟ୍ କିମ୍ବା ଅନ୍ୟ କୌଣସି ଅଥରିଟିକୁ ଦେଇନଥିଲେ।

କେବଳ ଏତିକି ନୁହେଁ, ସାକିବ୍ ୨୦୧୮ରେ ଆୟୋଜିତ ଆଇପିଏଲ୍ ସମୟରେ ମଧ୍ୟ ସାକିବ ସେହି ବୁକିଙ୍କ ଯୋଗାଯୋଗରେ ଥିଲେ ଏବଂ ତାଙ୍କୁ ଅଗ୍ରୱାଲଙ୍କଠାରୁ ମେସେଜ୍ ମିଳିଥିଲା। କେବଳ ଏତିକି ନୁହେଁ, ଅଗ୍ରୱାଲ ସାକିବଙ୍କୁ ବିଟକଏନ୍ସ, ଡଲାର୍ ଆକାଉଣ୍ଟ ସମ୍ବନ୍ଧରେ ମେସେଜ୍ କରିଥିଲେ। ଏହାବ୍ୟତୀତ ତାଙ୍କ (ସାକିବ) ଆକାଉଣ୍ଟ ଡିଟେଲ୍ ମଧ୍ୟ ମାଗିଥିଲେ। ଏହି ମେସେଜର ଜବାବରେ ସାକିବ୍ ଲେଖିଥିଲେ, ପ୍ରଥମେ ମୁଁ ତୁମକୁ ଭେଟିବାକୁ ଚାହୁଁଛି।

୨୬ ଏପ୍ରିଲ୍‌, ୨୦୧୮ରେ ଏହି ମେସେଜରେ ଅନେକ ଡିଲିଟ୍ କରାଯାଇଥିବା ମେସେଜ୍ ମଧ୍ୟ ସାମିଲ୍ ଅଛି। ଏହି ଡିଲିଟ୍ ମେସେଜ୍ ଗୁଡ଼ିକରେ ଅଗ୍ରୱାଲ କିଛି ଗୁପ୍ତ ତଥ୍ୟ ଦେବାକୁ ଉଲ୍ଲେଖ କରିଥିଲେ। ଅଗ୍ରୱାଲଙ୍କୁ ନେଇ ସାକିବ ବହୁତ ଚିନ୍ତିତ ମଧ୍ୟ ଥିଲେ। ସାକିବଙ୍କୁ ଲାଗିଲା ଯେ ଅଗ୍ରୱାଲ ଜଣେ 'ଠକ'। ଏହା ପରେ ସାକିବଙ୍କୁ ଅନୁଭୂତ ହେଲା ଯେ, ଅଗ୍ରୱାଲ୍ ଜଣେ ବୁକି ଥିଲେ।

ତେବେ ଅଗ୍ରୱାଲଙ୍କ ସହ ଯୋଗାଯୋଗ କରିବା ନେଇ କୌଣସି ସୂଚନା ସାକିବ ଏସିୟୁ କିମ୍ବା ଅନ୍ୟ କୌଣସି ସଂସ୍ଥାକୁ ଦେନଥିଲେ। ସାକିବ୍ ଏସିୟୁକୁ କହିଥିଲେ, ମୁଁ ଅଗ୍ରୱାଲଙ୍କ କୌଣସି ପ୍ରସ୍ତାବକୁ ସ୍ୱୀକାର କରିନାହିଁ କି ତାଙ୍କୁ କୌଣସି ସୂଚନା ମଧ୍ୟ ଦେଇନାହିଁ। ଏହାଛଡ଼ା ଅଗ୍ରୱାଲଙ୍କଠାରୁ ମୁଁ କୌଣସି ଅର୍ଥ କିମ୍ବା ଅନ୍ୟ କୌଣସି ଉପହାର ନେଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story