ରୋହିତ ଓ ଧୱନ୍ ଧମାକା, ଟିମ୍ ଇଣ୍ଡିଆ ୩୫୮/୯

ମୋହାଲି: ଖରାପ ଫର୍ମ ପାଇଁ ସଂଘର୍ଷ କରୁଥିବା ଶିଖର ଧୱନଙ୍କ ୧୬ତମ ଶତକ ଓ ରୋହିତ ଶର୍ମାଙ୍କ ଆକର୍ଷଣୀୟ ବ୍ୟାଟିଂ ବଳରେ ଭାରତ ଏଠାରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଦିନିକିଆରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୫୮ ରନ୍ କରିଛି। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୯୩ ରନର ପାର୍ଟନରଶିପ୍ କରିଛନ୍ତି। ଧୱନ୍ ସର୍ବାଧିକ ୧୪୩ (୧୧୫ ବଲ୍, ୧୮ ଚୌକା, ୩ ଛକା) ଓ ରୋହିତ ଶର୍ମା ୯୫ (୯୨ ବଲ୍, […]

in

Hemant Lenka
  • Published: Sunday, 10 March 2019
  • , Updated: 10 March 2019, 05:25 PM IST

ମୋହାଲି: ଖରାପ ଫର୍ମ ପାଇଁ ସଂଘର୍ଷ କରୁଥିବା ଶିଖର ଧୱନଙ୍କ ୧୬ତମ ଶତକ ଓ ରୋହିତ ଶର୍ମାଙ୍କ ଆକର୍ଷଣୀୟ ବ୍ୟାଟିଂ ବଳରେ ଭାରତ ଏଠାରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଦିନିକିଆରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୫୮ ରନ୍ କରିଛି। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୯୩ ରନର ପାର୍ଟନରଶିପ୍ କରିଛନ୍ତି। ଧୱନ୍ ସର୍ବାଧିକ ୧୪୩ (୧୧୫ ବଲ୍, ୧୮ ଚୌକା, ୩ ଛକା) ଓ ରୋହିତ ଶର୍ମା ୯୫ (୯୨ ବଲ୍, ୭ ଚୌକା, ୨ ଛକା) ରନ୍ କରିଛନ୍ତି। ସିରିଜକୁ ବରାବର କରିବା ପାଇଁ ଅଷ୍ଟ୍ରେଲିଆକୁ ନିର୍ଦ୍ଧାରିତ ଓଭରରେ ୩୫୯ ରନ୍ କରିବାକୁ ପଡିବ।

ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସିରିଜରେ ପ୍ରଥମଥର ପାଇଁ ଭାରତୀୟ ଓପନିଂ ଯୋଡ଼ି କ୍ଲିନ୍ କରିଥିଲା। ଧୱନ୍ ଓ ରୋହିତ ଆରମ୍ଭରୁ ସତର୍କତାର ସହ ବ୍ୟାଟିଂ କରିଥିଲେ। ଦୁହେଁ ଭ୍ରମଣକାରୀ ଦଳର ବୋଲରଙ୍କୁ ୱିକେଟ୍ ନେବା ପାଇଁ କୌଣସି ସୁଯୋଗ ଦେଇନଥିଲେ।

ଏହି ଯୋଡିଙ୍କ ସଫଳ ବ୍ୟାଟିଂ ବଳରେ ଭାରତ ୧୮ତମ ଓଭରରେ ୧୦୦ ରନ ପୂରଣ କରିଥିଲା। ଏହା ମଧ୍ୟରେ ଧୱନ୍ ୪୪ ବଲରେ ଏବଂ ରୋହିତ ୬୧ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଅର୍ଦ୍ଧଶତକ ପରେ ରୋହିତ ଅଷ୍ଟ୍ରେଲୀୟ ବୋଲରଙ୍କୁ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ରୋହିତ ଆକର୍ଷଣୀୟ ବ୍ୟାଟିଂ କରି ଶତକ ଆଡ଼କୁ ଅଗ୍ରସର ହେଉଥିଲେ, କିନ୍ତୁ ଝାଇ ରିଚାର୍ଡସନଙ୍କ ବଲରେ ଛକା ମାରିବା ପ୍ରୟାସରେ ସେ ବାଉଣ୍ଡ୍ରୀରେ ପିଟର୍ ହ୍ୟାଣ୍ଡସ୍କମ୍ବଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ଧୱନ୍ ୯୭ ବଲରେ ନିଜର ଶତକ ପୂରଣ କରିବା ପରେ ଧୱନ୍ ଦ୍ରୁତ ରନ୍ ସଂଗ୍ରହ କରି ଭାରତକୁ ବଡ଼ ସ୍କୋର ଆଡ଼କୁ ନେଇଥିଲେ।

ଭାରତର ସ୍କୋର ୨୫୪ ଥିବା ବେଳେ ଧୱନଙ୍କୁ ପ୍ୟାଟ୍ କମିନ୍ସ କ୍ଲିନ୍ ବୋଲ୍ଡ କରିଥିଲେ। ଚମତ୍କାର ଫର୍ମରେ ଥିବା ବିରାଟ କୋହଲି (୭) ସିରିଜେର ପ୍ରଥମଥର ନିରାଶ କରିଛନ୍ତି। ପ୍ରଥମଥର ସୁଯୋଗ ପାଇଥିବା ଲୋକେଶ ରାହୁଲ (୨୫) ବଡ଼ ସ୍କୋର କରିବାରେ ବିଫଳ ହୋଇଥିବା ବେଳଳ ମହେନ୍ଦ୍ର ସିଂହ ଧୋନିଙ୍କ ସ୍ଥାନରେ ଖେଳୁଥିବା ଋଷଭ ପନ୍ତ ଦ୍ରୁତ ରନ୍ କରି ଭାରତକୁ ୩୦୦ ଅତିକ୍ରମ କରାଇବାର ସହଯୋଗ କରିଥିଲେ।

ପନ୍ତ ୨୪ ବଲରେ ୪ ଚୌକା ଓ ୧ ଛକା ସହ ୩୬ ରନ୍ କରି ଆଉଟ୍ ହୋଇଥିଲେ। କେଦାର ଯାଦବ (୧୦) ଓ ଭୁବନେଶ୍ୱର କୁମାର (୧) ଫେଲ୍ ମାରିଥିବା ବେଳେ ବିଜୟ ଶଙ୍କର ୧୫ ବଲରେ ୨ ଛକା ସହ ଦ୍ରୁତ ୨୬ ରନ୍ କରି କମିନ୍ସଙ୍କ ଶିକାର ହୋଇଥିଲେ। ଜସପ୍ରୀତ ବୁମରା ଶେଷ ବଲରେ ଛକା ମାରି ଭାରତର ସ୍କୋରକୁ ୩୫୮ ରନରେ ପହଞ୍ଚାଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କମିନ୍ସ ୭୦ ରନ୍ ଦେଇ ୫ଟି ଓ ରିଚାର୍ଡସନ୍ ୩ଟି ୱିକେଟ୍ ନେଇଛନ୍ତି।

Related story