ସର୍ଫରାଜଙ୍କ ଉପରେ ମନଇଛା ବର୍ଷିଲେ ଅଖତର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ପାକିସ୍ତାନ ପୁଣିଥରେ ଭାରତ ନିକଟରୁ ପରାସ୍ତ ହୋଇଛି। ଏହି ପରାଜୟ ପାକିସ୍ତାନ ପ୍ରଶଂସକଙ୍କୁ ଅଧିକ ବାଧିଛି। ବିଶେଷକରି ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର ଟିମ୍ କ୍ୟାପଟେନ୍ ସର୍ଫରାଜ ଅହମ୍ମଦଙ୍କ ଉପରେ ମନଇଛା ବର୍ଷିଛନ୍ତି। ଅଖତର ପାକିସ୍ତାନ ପରାଜୟ ପାଇଁ ସିଧାସଳଖ ସର୍ଫରାଜଙ୍କୁ ଦାୟୀ କରିଛନ୍ତି। ଅଖତର କହିଛନ୍ତି, ସର୍ଫରାଜଙ୍କ “ବ୍ରେନଲେସ୍ କ୍ୟାନଟେନ୍ସି” ଯୋଗୁ ପାକିସ୍ତାନ ପରାସ୍ତ ହୋଇଛି। ସର୍ଫରାଜ ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଭିଡିଓ ପୋଷ୍ଟ କରି ସର୍ଫରାଜଙ୍କ ଉପରେ […]

akhtar

Hemant Lenka
  • Published: Monday, 17 June 2019
  • , Updated: 17 June 2019, 04:12 PM IST

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ପାକିସ୍ତାନ ପୁଣିଥରେ ଭାରତ ନିକଟରୁ ପରାସ୍ତ ହୋଇଛି। ଏହି ପରାଜୟ ପାକିସ୍ତାନ ପ୍ରଶଂସକଙ୍କୁ ଅଧିକ ବାଧିଛି। ବିଶେଷକରି ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର ଟିମ୍ କ୍ୟାପଟେନ୍ ସର୍ଫରାଜ ଅହମ୍ମଦଙ୍କ ଉପରେ ମନଇଛା ବର୍ଷିଛନ୍ତି। ଅଖତର ପାକିସ୍ତାନ ପରାଜୟ ପାଇଁ ସିଧାସଳଖ ସର୍ଫରାଜଙ୍କୁ ଦାୟୀ କରିଛନ୍ତି। ଅଖତର କହିଛନ୍ତି, ସର୍ଫରାଜଙ୍କ "ବ୍ରେନଲେସ୍ କ୍ୟାନଟେନ୍ସି" ଯୋଗୁ ପାକିସ୍ତାନ ପରାସ୍ତ ହୋଇଛି।

ସର୍ଫରାଜ ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଭିଡିଓ ପୋଷ୍ଟ କରି ସର୍ଫରାଜଙ୍କ ଉପରେ ନିଜର ରାଗ ସୁଝାଇଛନ୍ତି। ବର୍ତ୍ତମାନ ସର୍ଫରାଜ ନିଜର ଫିଟନେସ୍ ପାଇଁ ଚାରିଆଡ଼ୁ ସମାଲୋଚନାର ଶିକାର ହେଉଛନ୍ତି। ପାକିସ୍ତାନୀ ପ୍ରଶଂସକ ମଧ୍ୟ ସର୍ଫରାଜଙ୍କ ଉପରେ ଅଙ୍ଗୁଳି ଉଠାଇଛନ୍ତି।

ଅଖତର କହିଛନ୍ତି, "ମୁଁ ବୁଝିପାରୁନି ଯେ, ଜଣେ ଏତେ କେମିତି 'ବ୍ରେନଲେସ୍' ହୋଇପାରିବ । ସର୍ଫରାଜ କାହିଁକି ଜାଣିନଥିଲେ ଯେ ଲକ୍ଷ୍ୟର ପିଛା କରିବା ତାଙ୍କର ସବୁଠାରୁ ବଡ଼ ଦୁର୍ବଳତା। ସର୍ଫରାଜ ଜାଣିବା ଦରକାର ଯେ, ତାଙ୍କର ମୁଖ୍ୟ ଶକ୍ତି ବ୍ୟାଟିଂ ନୁହେଁ ବରଂ ବୋଲିଂ।

ଟସ୍ ଜିତିବା ମହତ୍ତ୍ୱପୂର୍ଣ୍ଣ ଥିଲା, କିନ୍ତୁ ସର୍ଫରାଜଙ୍କୁ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବାର ଥିଲା। ଯଦି ଆପଣ ଟସ୍ ଜିତନ୍ତି, ତାହେଲେ ଭାବି ନେବା ଦରକାର ଯେ ଅଧା ମ୍ୟାଚ୍ ଜିତିନେଲ। କିପରି ମ୍ୟାଚରେ ହାରିବାକୁ ହେବ, ତାହା ସର୍ଫରାଜ ଭଲଭାବେ ଜାଣନ୍ତି। 'ବ୍ରେନଲେସ୍' କ୍ୟାପଟେନ୍ ଓ "ବ୍ରେନଲେସ୍' ମ୍ୟାନେଜମେଣ୍ଟ।"

ଅଖତର ଆହୁରି କହିଛନ୍ତି, "୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ଯେଉଁ ଭୁଲ୍ କରିଥିଲା, ଆଜି ଠିକ୍ ସର୍ଫରାଜ ସେହି ଭୁଲକୁ ଦୋହରାଇଛନ୍ତି। ୧୯୯୯ ବିଶ୍ୱକପ ଟିମରେ ଇଞ୍ଜାମାମ ଉଲ୍-ହକ୍, ସଇଦ ଅନୱର ଓ ଶାହିଦି ଆଫ୍ରିଦିଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଥାଇକି ବି ଆମେ ୨୨୭ ରନର ଲକ୍ଷ୍ୟକୁ ପିଛା କରିପାରିଲୁ ନାହିଁ। ତେଣୁ ସର୍ଫରାଜ ଜାଣିବା ଦରକାର ଯେ, ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବା କେତେ କଷ୍ଟକର। କିନ୍ତୁ ସର୍ଫରାଜ ଜାଣିଶୁଣି ଗୋଟିଏ ପରେ ଗୋଟିଏ ଭୁଲ୍ କରିଚାଲିଥିଲେ।"

Related story